ମହିଳା ମାନଙ୍କୁ କଣ ପାଇଁ ମଶାଣି ଯିବାପାଇଁ ବାରଣ କରାଯାଇଥାଏ ??

ମଣିଷ ମୃତ୍ୟୁ ପରେ ତାର ଶେଷ ସଂସ୍କାର ବା ଅନ୍ତିମ ସଂସ୍କାର କରାଯାଇଥାଏ I ବିଶ୍ୱାସ ରହିଛି କି ଶେଷ ସଂସ୍କାର ଦ୍ୱାରା ମଣିଷ ଶାନ୍ତି ପାଇଥାଏ ଏବଂ ଏହାଦ୍ୱାରା ମୋକ୍ଷ ପ୍ରାପ୍ତ ହେଇଥାଏ I ମୃତ୍ୟୁପରେ ଅନ୍ୟମାନେ ଶରୀର କୁ କବର ବା ପାଣିରେ ଭସାଇଦେଉଥିବା ବେଳେ ଆମ ହିନ୍ଦୁ ଧର୍ମରେ ଶରୀର କୁ ଦାହ କରାଯାଇଥାଏ I ମଶାଣିରେ ଚିତାଗ୍ନି ଦିଆଯାଇଥାଏ ନିଜର ପରିଜନ ମାନଙ୍କ ଦ୍ୱାରା I ଏବଂ ଶବ ଦାହ ପରେ ଦୀର୍ଘ 12ଦିନ ଯାଏଁ ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ନିମନ୍ତେ ଶୁଦ୍ଧି କ୍ରିୟା କରାଯାଇଥାଏ

I କିନ୍ତୁ ଆମ ହିନ୍ଦୁ ଧର୍ମ ଅନୁଯାଇ ମହିଳା ମାନଙ୍କୁ ମଶାଣି ଯିବା ପାଇଁ ମନା କରାଯାଇଥାଏ I ଯଦିଓ ଆମେ କହୁଛେ କି ପୁଅ ଝିଅ ସମସ୍ତେ ସମାନ ତେବେ ମହିଳାଙ୍କୁ କାହିଁକି ମଶାଣି ମନା ତେବେ ଗରୁଡ ପୁରାଣ ଅନୁଯାଇ ମୃତ୍ୟୁ ପରେ ପୁରୁଷ ମାନେ ଶବ ଦାହ ପାଇଁ ଶବ କୁ ନେଇଯାଇଥିବା ବେଳେ ସମ୍ପୂର୍ଣ୍ଣ ଘରକୁ ପରିସ୍କାର ବା ଶୁଦ୍ଧି କରାଯାଇଥାଏ ଯାହାଦ୍ୱାରା ଘରେ କୌଣସି ନକାରାତ୍ମକ ଶକ୍ତି ରହିନଥାଏ I

ଏହା ଛଡା କୁହାଯାଏ କି ମହିଳା ମାନଙ୍କ ଠାରେ ମୃତ ବ୍ୟକ୍ତିର ଆତ୍ମା ପ୍ରବେଶ କରିଥାଏ ଯଦିଓ ଏହା ର କୌଣସି ସତ୍ୟତା ନାହିଁ ତେବେ ମହିଳା ମାନଙ୍କ
ହୃଦୟ ଅତ୍ୟନ୍ତ ନରମ ତଥା କୋମଳ ସ୍ୱଭାବର ହେଇଥିବାରୁ ସେମାନେ ନିଜର ପରିଜନ ଲୋକଙ୍କୁ ସମ୍ପୂର୍ଣ୍ଣ ଜଳିଯିବାର ଦେଖିପାରିନଥାନ୍ତି ଏବଂ ଜୋରରେ କାନ୍ଦିଥାନ୍ତି I ମଶାଣିରେ କାନ୍ଦିବା ଭଲ ନୁହେଁ ,ଏହାଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇନଥାଏ I

ସେଠିପାଇଁ ମହିଳାଙ୍କୁ ମଶାଣି ମନା କରାଯାଇଥାଏ I ଏହାଛଡା ଯେଉଁମାନେ ମଶାଣି ଯାଇଥାନ୍ତି ଶବଦାହ ପାଇଁ ସେମାନେ ଲଣ୍ଡା ହେଇଥାନ୍ତି ଯାହାକି ମହିଳାଙ୍କୁ ଶୋଭା ପାଇନଥାଏ I

ଦ୍ୱିତୀୟତ ଶବଦାହ ବେଳେ ମାଟି ହାଣ୍ଡିରେ ଜଳ ଭର୍ତି କରାଯାଇ ଏକ ଛୋଟ ଗର୍ତ୍ତ କରାଯାଇଥାଏ ଏବଂ ବୁଲାଯାଇଥାଏ ମୃତଶରୀର ଚତୁର୍ପାର୍ଶ୍ୱରେ I କୁହାଯାଇଥାଏ କି ଏହାଦ୍ୱାରା ମୃତ ବ୍ୟକ୍ତିର ସଂସାର ଠାରୁ ମୋହ ଛାଡ଼ିଥାଏ

କିନ୍ତୁ ପୁରାଣ ଅନୁଯାଇ ଆମ ଜୀବନ ଏକ ମାଟି ପାତ୍ର ଯେକୌଣସି ମୁହୁର୍ତରେ ଏହା ଭାଙ୍ଗିଯାଇପାରେ I ଏଥିରେ ଥିବା ପାଣି ହେଉଛି ସମୟ ଯାହା ଛୋଟ କଣା ଦେଇ ବହିଯାଇଥାଏ ଆମ ଅଜାଣତରେ I

Leave a Reply

Your email address will not be published. Required fields are marked *