ଦାଦାବଟି ନଦେବାରୁ ଗୋଇଠା ଓ ବିଧା ସହିତ ପାଇପ୍‌ ରେ ବାଡେଇ ଅଟୋ ଚାଳକ ଙ୍କ ହାତ ଭାଙ୍ଗିଲା ପିସିଆର୍‌

ଦିନକୁ ଦିନ ପୋଲିସ ର ବର୍ବରତା ତଥା ନିଷ୍ତୁରତା ଗଣମାଧ୍ୟମ ର ପ୍ରଥମ ପୃଷ୍ଠା ମଣ୍ଡନ କରୁଥିବା ବେଳେ ତଥାପି ଚେତା ପଶୁନି ବିଭାଗର I ଲୋକଙ୍କର ସେବା କରିବା ପରିବର୍ତେ ପୋଲିସ ପାୱାର ଦେଖାଇ ସାମାନ୍ୟ କେତେଟା ଟଙ୍କା ପାଇଁ ନିରୀହ ଲୋକଙ୍କୁ ପିଟିବା ଯେପରି ଏକ ସାଧାରଣ ଘଟଣା ହେଇଗଲାଣି I ସେ ନୟାପଲ୍ଲୀ ଘଟଣା ହେଉ କିମ୍ବା ନିମାପଡା ,ସବୁଠି ପୋଲିସ ର ବର୍ବରତା ରେ ତ୍ରାହି ତ୍ରାହି ଡାକିଲେଣି ସାଧାରଣ ଲୋକ I ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱରଏୟାରପୋର୍ଟ ପାର୍କିଂ ଅଂଚଳ ରୁ I ମିଳିଥିବା ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟାରେ ସତ୍ୟବ୍ରତଙ୍କ ଏବଂ ମଳୟଙ୍କ ଙ୍କର ହାତ ଗୋଡ଼ ଭାଙ୍ଗି ଦେଇଛି ପିସିଆର୍‌ ପୋଲିସ I

ଏନେଇ ଅଟୋ ଚାଳକ ସତ୍ୟବ୍ରତ ଏବଂ ମଳୟ ଅଭିଯୋଗ କରି କହିଛନ୍ତି ଯେ ସେମାନେ ସବୁଦିନ ଏୟାରପୋର୍ଟ ପାର୍କିଂ ପାଖରେ ଗାଡି ପର୍କିଙ୍ଗ କରନ୍ତି ଏବଂ ଯାତ୍ରୀଙ୍କୁ ଅପେକ୍ଷା କରିଥାନ୍ତି I କିନ୍ତୁ ଗତକାଲି ସନ୍ଧ୍ୟା ସମୟରେ ଅଚାନକ ପିସିଆର୍‌ ନଂ-୨୮ ସେଠାରେ ପହଂଚି ସବୁ ଅଟୋ ଚାଳକ ମାନଙ୍କୁ ବିନା କୌଣସି କଥାବାର୍ତ୍ତାରେ କାହିଁକି ଏଠାରେ ଗାଡି ରଖିଛ କହି ଏକ ପାଇପ ସାହାଯ୍ୟରେ କୁକୁର ମାଙ୍କଡ଼ ଙ୍କୁ ବାଡେଇବା ପରି ଗୋଡେଇ ଗୋଡେଇ ପିଟିଥିଲା I ଭୟରେ ସବୁ ଡ୍ରାଇଭର ଛତ୍ରଭଙ୍ଗ ଦେଇ ପଳାଇଥିଲେ କିନ୍ତୁ ରକ୍ତମୁଖା ସାଜିଥିବା ପିସିଆର୍‌ ସାମ୍ନାରେ ପଡିଯାଇଥିଲେ ସତ୍ୟବ୍ରତ ଏବଂ ମଳୟ I

ଉଭୟଙ୍କ ଅଭିଯୋଗ ଅନୁଯାଇ ପିସିଆର୍‌ ସେମାନଙ୍କୁ ପଇସା ମାଗିଥିଲେ ,ଏବଂ ଦୁହେଁ ମନାକରିବାରୁ ସେମାନଙ୍କୁ ବିଧା ଗୋଇଠା ନିର୍ଘାତ ମାଡ ମାରି ଲହୁଲୁହାଣ କରିଥିଲା ପିସିଆର୍‌ I ଏବଂ ଗିରଫ କରିବାକୁ ଧମକ ଦେଇଥିଲା ପିସିଆର୍‌ ଦୁହେଁ ଡ଼ରିକି ଟଙ୍କା ଦେବା ପରେ ତାଙ୍କୁ ଛାଡିଦେଇଥିଲେ ପୋଲିସ ବାବୁ I

ଦୁଇ ଜଣ ଜାଙ୍କ କାପିଟାଲ ଥାନାରେ ଭର୍ତି ହେଇଛନ୍ତି I ତେବେ ରାଜଧାନୀରେ ପିସିଆର୍‌ ର ଏପରି ଦାଦାଗିରି କୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି I ପୋଲିସ ର କାମ ଦାଦାଗିରି କୁ ରୋକିବା କିନ୍ତୁ ନିଜେ ପୋଲିସ ଦାଦାଗିରି କରି ବଟି ଆଦାୟ କରିବା ଅତ୍ୟନ୍ତ ଲଜ୍ୟାଜନକ ଘଟଣା I

Leave a Reply

Your email address will not be published. Required fields are marked *