ପୋଖରୀ ରେ ଗାଧେଇବା ସମୟରେ ଉପରୁ ବିଦ୍ୟୁତ ତାର ଛିଡି ପଡିଲା ,ଅଳ୍ପକେ ବର୍ତିଲେ 10ଜଣ ,4ଗୁରୁତର

ରାଜ୍ୟର ବିଦ୍ୟୁତ ଅବସ୍ଥା ଭୁଶୁଡି ପଡିଥିବା ନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ I ପ୍ରାୟତଃ 1999ମହାବାତ୍ୟା ରୁ ଆଜିପର୍ଯ୍ୟନ୍ତ ପୁରୁଣା ତାର କୁ ବଦଳାଯାଉ ନାହିଁ I ଯାହାଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟିବାରେ ଲାଗିଛି I କେତେବେଳେ ରାସ୍ତାରେ ଖୁଣ୍ଟ ଉପୁଡିପଡି ଲୋକ ମରୁଛନ୍ତି ତ କେତେବେଳେ ତାର ଛିଡି ଲୋକ ଜଳିଯାଉଛନ୍ତି I ଏହା ଯେମିତି ଏକ ନିତିଦିନିଆ ଘଟଣା ହେଇଗଲାଣି I ତଥାପି ଶକ୍ତି ବିଭାଗର ନିଦ ଭାଙ୍ଗୁନି I ଶକ୍ତି ବିଭାଗର ଅପାରଗତା ପାଇଁ ପୁଣି ଥରେ ଆଜି ବିଦ୍ୟୁତ ତାର ଛିଣ୍ଡିପଡ଼ି 10ଟି ନିରୀହ ଜୀବନ ଗୁରୁତର ହେବାରେ ଲାଗିଛି I ମିଳିଥିବା ସୂଚନା ଅନୁଯାଇ ଘଟଣା ଟି ଗଂଜାମଜିଲ୍ଲାର କବିସୂର୍ଯ୍ୟନଗର ଅନ୍ତର୍ଗତ ଗୁଡ଼ଇାଳି ଗ୍ରାମର I ଆଜି ସକାଳେ ଏହି ଗ୍ରାମର ପୋଖରୀ ରେ ଗାଁ ଲୋକ ଗାଧଉଥିବା ସମୟରେ ହଠାତ ପୋଖରୀ ପାଖରେ ଥିବା ବିଦ୍ୟୁତ ତାର ଛିଣ୍ଡି ପଡିଥିଲା I

ଫଳରେ କେହି କିଛି ବୁଝିବା ଆଗରୁ ବିଦ୍ୟୁତ ଆଘାତରେ ଯନ୍ତ୍ରଣାରେ ଛଟପଟ ହେଇ ଯୋରରେ ଚିତ୍କାର କରିଥିଲେ ପାହାଚ ରେ ଥିବା ଲୋକମାନେ I ଅନ୍ୟମାନେ ଜୀବନ ବିକଳରେ ପାଣିରୁ ଉପରକୁ ଦୌଡ଼ି ଆସିଥିଲେ

I ଭଗବାନ ଙ୍କ କରୁଣାରୁ ଏକ ବଡ ସଙ୍କଟ ଟଳିଯାଇଥିଲା ତାରଟି ପାହାଚରେ ପଡିବା ମାତ୍ରେ ଡ୍ରପ ଆଉଟ କଟିଯାଇଥିଲା I

ଚାରି ଜଣଙ୍କୁ ଆସିକା ଏବଂ 6 ଜଣଙ୍କୁ କବିସୂର୍ଯ୍ୟନଗର ହସ୍ପିଟାଲରେ ଚିକିତ୍ସା କରାଯାଉଛି I ଚାରି ଜଣଙ୍କ ଅବସ୍ଥା ଗୁରୁତର ଅଛି I ଗଂଜାମ ରୁ ଖବରଦାତା ସମ୍ବିତ @ଓଡିଶାExclusive

Leave a Reply

Your email address will not be published. Required fields are marked *