ଗାଧେଇବା ପାଣିରେ ଏକ ଚାମଚ ଲୁଣ ପକାଇଦେବା ଦ୍ୱାରା ମିଳିଥାଏ ଏତେ ସବୁ ଆଶ୍ଚର୍ଯ୍ୟ ଜନକ ଫାଇଦା

ଦୈନଦିନ ଜୀବନରେ ଗାଧେଇବା ଏକ ନିତିଦିନିଆ କାର୍ଯ୍ୟ I ଗାଧେଇବା ଦ୍ୱାରା ଶରୀର ର ସମସ୍ତ ଅପରିଷ୍କାର ସଫା ହେବା ସହିତ ଶରୀର ପରିସ୍କାର ରହିଥାଏ I ଏହା ଦ୍ୱାରା ମାନସିକ ଭାବରେ ମଧ୍ୟ ଶାନ୍ତି ମିଳିବା ସହିତ ଶରୀର କୁ ଆରାମ ଲାଗିଥାଏ I କିନ୍ତୁ କଣ ଆପଣ ଜାଣିଛନ୍ତି କି ଗାଧେଇବା ପାଣିରେ ଏକ ଚାମଚ ଲୁଣ ପକେଇବା ଦ୍ୱାରା ଶରୀର କୁ ଅନେକ ଉପକାର ମିଳିଥାଏ I ସାଧାରଣତଃ ଲୁଣ ପାଣିରେ ସପ୍ତାହ କୁ ଗୋଟିଏ ଥର ଗାଧେଇବା ଦ୍ୱାରା ଶରୀର ରୁ ଚର୍ମ ଜନିତ ସମସ୍ତ ରୋଗଯଥା ଯାଦୁ କାଛୁ କୁଣ୍ଡିଆ ଦୂର ହେଇଯାଇଥାଏ I ଲୁଣରେ ସାଧାରଣତଃ ସୋଡିୟମ ,ମ୍ୟାଗ୍ନେସିୟମ ଏବଂ କ୍ୟାଲସିୟମ ରହିଥାଏ ଯାହାକି ବାହ୍ୟ କୀଟାଣୁ କୁ ଶରୀର କୁ ପ୍ରବେଶ କରିବାକୁ ଦେଇନଥାଏ I

ଲୁଣ ପାଣିରେ ଗାଧେଇବା ଦ୍ୱାରା ଶରୀର ର ରକ୍ତ ସଞ୍ଚାଳନ ସ୍ୱାଭାବିକ ହେଇଥାଏ I ଯଦି ଆପଣଙ୍କ ରୁପି ହେଉଥାଏ ତେବେ ନିହାତି ଭାବରେ ସମୁଦ୍ର ଲୁଣି ପାଣିରେ ଥରେ ଗାଧାନ୍ତୁ ଏହା ଦ୍ୱାରା କେଶ ମୂଳରୁ ଜୀବାଣୁ ବିନାଶ ହେଇଥାନ୍ତି ଏବଂ ସବୁଦିନ ପାଇଁ ରୁପି ସମସ୍ୟାରୁ ଆପଣ ମୁକ୍ତି ପାଇବେ I

ଅତ୍ୟଧିକ କାମ ବା ପରିଶ୍ରମ ଯୋଗୁଁ ଯଦି ଶରୀର କୁ ଥକା ଲାଗୁଥାଏ ତେବେ ଏକ ପାତ୍ର କିଛି ପାଣିନେଇ ସେଥିରେ ଏକ ଚାମଚ ଲୁଣ ପକାଇ କିଛି ସମୟ ଯାଏଁ ଆପଣଙ୍କ ପାଦ ବୁଡାଇ ରଖନ୍ତୁ ଦେଖିବେ ଖୁବ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ଲାଗିବ I

Leave a Reply

Your email address will not be published. Required fields are marked *