ଯାତ୍ରା ଖଳନାୟକ ବାଦଶାହା ଦାମ ପଣ୍ଡା ହସ୍ପିଟାଲ ରେ ,

ଯାତ୍ରା ଜଗତର ସେ ବାଦଶାହା I ଯଦି ଦୈତାରୀ ପଣ୍ଡା ଙ୍କ ପରେ ଅନ୍ୟ କେଉଁ ଖଳନାୟକ ର ଦମଦାର ଅଭିନୟ ଲୋକମାନଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛି ସେ ହେଉଛନ୍ତି ଦାମ ପଣ୍ଡା I ନିଜର ନିଆରା ଖଳ ଅଭିନୟ ପାଇଁ ତାଙ୍କୁ ବାଦଶାହା କୁହାଯାଏ I ଜଣେ ଉଞ୍ଚ ଶିକ୍ଷିତ ଭାବେ ସେ ଓଏସ /ଆଇଏସ ହେବାକୁ ପସନ୍ଦ ନକରି ନିଜ ଭିତରେ ଥିବା କଳାକାର କୁ ଉଜ୍ଜୀବିତ କରାଇଥିଲେ I କୁହାଯାଏ ଦୃଢ ନିଷ୍ଠା ଥିଲେ ସଫଳତା ନିହାତି ଭାବରେ ମିଳିବ I ନିଜର ପରିଶ୍ରମ ପାଇଁ ଅଭିନୟ କରି ନିଜର ପରିଚୟ ଖୋଜୁ ଖୋଜୁ ସେ ନିଜେ ଏକ ପରିଚୟପାଲଟି ଯାଇଛନ୍ତି ଅନ୍ୟମାନଙ୍କ ପାଇଁ I

ଯାତ୍ରା ଜୀବନ ର ଦୀର୍ଘ 40 ବର୍ଷ ମଧ୍ୟରେ ତାଙ୍କ ଅଭିନୀତ ଅନେକ ଯାତ୍ରା ଦର୍ଶକ ଙ୍କ ମନକୁ ଛୁଇଁ ପାରିଛି I ତୁଳସୀ ଅପେରା ରୁ ଯାତ୍ରା ସଚ୍ଚିଦାନନ୍ଦ ଗଣନାଟ୍ୟ ପର୍ଯ୍ୟନ୍ତ ତାଙ୍କ ର ଯାତ୍ରା ଜୀବନ ମଧ୍ୟରେ ତାଙ୍କର ଅନେକ ସଂଳାପ ଦର୍ଶକ ଙ୍କ ମନରେ ଘର କରି ରହିଯାଇଛି I ଯେମିତିକି ମହାଭାରତ ର ସେ ପାଞ୍ଚାଳୀ ଆଜି ଉଲଗ୍ଣ ହେବ କୁରୁସଭାରେ ହେଉ କିମ୍ବା କଚେ ପୁଅ ବାର I

ତେବେ ଯାତ୍ରା ଦର୍ଶକ ମାନଙ୍କ ମନରେ ଘର କରି ରହିଯାଇଥିବା ଏହି ପ୍ରିୟ ଅଭିନେତାଙ୍କୁ ଫୁସ୍‌ଫୁସ୍‌ କ୍ୟାନସର ହେଇଚି ଏବଂ ସେ ଭୁବନେଶ୍ୱର ଏମ୍‌ସରେ ଭର୍ତି ହେଇଛନ୍ତି I ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଚିକତ୍ସା ପାଇଁ ବାଧକ ସାଜିଛି ଅର୍ଥ। ଫୁସ୍‌ଫୁସ୍‌ କ୍ୟାନସର ପାଇଁ ବହୁପରିମାଣରେ ଅର୍ଥ ଆବଶ୍ୟକ ଥିବାରୁ ପରିବାର ଲୋକେ ଦର୍ଶକ ଙ୍କ ସାହାଯ୍ୟ ମାଗିଛନ୍ତି I

ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଇଛୁକ ତେବେ 9937568504କିମ୍ବା ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିପାରିବେ I ସୂଚନା ଥାଉ କି ସେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା ଙ୍କ ଭଉଣୀ ଙ୍କୁ ଦାମ ବିବାହ କରିଛନ୍ତି ଏବଂ ସମ୍ପର୍କ ରେ ଦୈତାରୀ ପଣ୍ଡା ତାଙ୍କ ଶାଳକ I ଦାମ ଙ୍କ ଘର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଔପଦା ବ୍ଲକ ର ଶ୍ରୀରାମପୁର ପଞ୍ଚାୟତ ନିକଟସ୍ଥ କଣ୍ଟାବଣିଆ ଗ୍ରାମରେ I

Leave a Reply

Your email address will not be published. Required fields are marked *