ଚିକିତ୍ସା ଅବହେଳାରୁ ଚାଲିଗଲା ଜୀବନ ,ପିପିଲି ହସ୍ପିଟାଲ ରେ ଉତ୍ତେଜନା

ଗତକାଲି ପୁରୀ ପିପିଲି ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି I ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କର ଅକାଳ ମୃତ୍ୟୁ ହେଇଯାଇଛି ହସ୍ପିଟାଲଭିତରେ I ପ୍ରାପ୍ତ ଖବର ଅନୁଯାଇ ପିପିଲି ଅନ୍ତର୍ଗତ ଗୋପ ନାଗପୁର ର ବିଶ୍ୱମ୍ବର ମୁଦୁଲି ଙ୍କ ପୁତ୍ର ଗଜେନ୍ଦ୍ର ମୁଦୁଲି ଙ୍କ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ରାତି ପ୍ରାୟ 11.30 ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପିପିଲି ହସ୍ପିଟାଲ କୁ ଅଣାଯାଇଥିଲା କିନ୍ତୁ ହସ୍ପିଟାଲ ରେ କୌଣସି ଡାକ୍ତର ନଥିବାରୁ ବାରଣ୍ଡାରେ ମୃତ୍ୟୁ ସହିତ ଲଢୁଥିଲେ ଗଜେନ୍ଦ୍ର I ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଗଜେନ୍ଦ୍ର ଏବଂ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଚିକିତ୍ସା ଅବହେଳାରୁ I

ଘଟଣା ପରେ ହସ୍ପିଟାଲ ରେ ଉତ୍ତେଜନା ସୃଷ୍ଟି ହେବାରୁ ସ୍ଥାନୀୟ ଡେଲାଙ୍ଗ- ପିପିଲି ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି କୁ ସ୍ୱାଭାବିକ ଅବସ୍ଥାକୁ ଆଣିଥିଲେ I

ଏବଂ ତାଙ୍କ କହିବାନୁଯାୟୀ ହସ୍ପିଟାଲ ରେ 5ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର 3ଜଣ କାର୍ଯ୍ୟରତ ଅଛନ୍ତି ,ଏନେଇ ସେ ଉଞ୍ଚକର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖୁବ ଜଲ୍ଦି ଅବଶିଷ୍ଟ 2ଜଣ ଡାକ୍ତର ଙ୍କ ସହିତ 24ଘଣ୍ଟିଆ ସେବା ଯୋଗାଇଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି I
ପୁରୀରୁ ସମ୍ବାଦଦାତା ଲକି @OdishaExlusive

Leave a Reply

Your email address will not be published. Required fields are marked *