ଅନେକ ଅନାଥ ପିଲାଙ୍କ ପାଇଁ ଆଶାର ଆଲୋକ ଜଣେ ପୁର୍ବତନ ନୌବାହୀନୀର କର୍ମଚାରୀ:ନାଲୁ ବାବା

ସମ୍ପ୍ରତି ସ୍ୱାର୍ଥପର ଦୁନିଆରେ ନିଜ ସ୍ୱାର୍ଥ ପାଇଁ ପୁଅ ନିଜ ବାପା କୁ ବି ଘରୁ ବାହାର କରିଦେବାକୁ ପଛାଉନାହିଁ I ସତେ ଯେମିତି ମରିଯାଇଛି ମାନବିକତା କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ଦେଖିଲେ ,ସେମାନଙ୍କ ତ୍ୟାଗ ର ବଳିଦାନ କୁ ପରଖିଲେ ଆପଣଙ୍କ ମଥା ନଇଁ ଯିବ ସେମାନଙ୍କ ବ୍ୟକ୍ତିତ୍ୱ ଆଗରେ I ଗରିବୀ ଅନାଥ ଶିଶୁ ଙ୍କୁ ମଣିଷ କରିବାକୁ ନିଜ ଭବିଷ୍ୟତ ଭୁଲିଯାଇଛନ୍ତି ଏମିତି ଜଣେ ବ୍ୟକ୍ତି ଯାହାଙ୍କ ନାମ ନାଲୁ ବାବା I ବ୍ୟକ୍ତିତ୍ବ:ଜଣେ ପରିଚିତ ନାମ ନାଲୁ ବାବା ।ସଂପୁର୍ଣ୍ଣ ନାମ ମୁରାରୀ ପ୍ରସାଦ ମହାନ୍ତି ।ବୟସ ୫୯ ହେବ।ଜନ୍ମ କଟକ ଜିଲ୍ଲା କିଶୋରନଗର ଅର୍ନ୍ତଗତ ବାଲିଶୁଗ୍ରୀ ଗ୍ରାମରେ ଗୋଟେ ସଂଭ୍ରାନ୍ତ ପରିବାର ରେ।ଜଣେ ଅବସର ପ୍ରାପ୍ତ ନୌବାହିନୀ ର କର୍ମଚାରୀ।

ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶ ସେବାରେ ନିଜର ୧୫ ବର୍ଷ ସମୟ ଦେବା ପରେ ଚାକିରୀରୁ ଅବସର ନେଇ ବାକି ଜୀବନ ସମାଜ ସେବା ଓ ଗ୍ରାମାଚଂଳ ର ନିସହାୟ ଗରିବ ମେଧାବୀ ଛାତ୍ର ମାନଙ୍କୁ ଶିକ୍ଷାଦାନ ରେ ବିତାଉଛନ୍ତି । ଅବିବାହିତ ରହି ସମାଜ ପାଇଂଁ କିଛି କରିବାର ପ୍ରତିଜ୍ଞା ନେଇଥିଲେ ପିଲାଟି ବେଳୁ।ଚାକିରୀରୁ ଅବସର ନେବା ପରେ ନିଜ ର ବ୍ୟକ୍ତିଗତ ସୁଖ ସ୍ବାଚ୍ଛନ୍ଦ୍ଯ କୁ ପରିତ୍ୟାଗ କରି ନିଜ ଗ୍ରାମର ମୁକ୍ତେଶ୍ବର ମନ୍ଦିର ରୁ ଆରମ୍ଭ କରଥିଲେ ସମାଜ ସେବା।୧୯୯୯ ମସିହା ପରଠାରୁ ମୁକ୍ତେଶ୍ବର ମନ୍ଦିର ହିଂଁ ତାଙ୍କର ଠିକଣା ।ମହାବାତ୍ୟା ପରେ ମନ୍ଦିର ଟି ଭାଂଗିରୁଜି ନଷ୍ଟଭ୍ରଷ୍ଟ ହୋଇଯାଇଥିଲା ଏବଂ ଶହ ଶହ ବର୍ଷର ଜଙ୍ଗଲ ନଷ୍ଟ ହୋଇ ଏକ ପ୍ରକାର ଶ୍ରୀହୀନ ହୋଇପଡିଥିଲା।ଏପରି ପରିସ୍ଥିତି ରେ ନାଲୁ ବାବୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବୋଧାନ ରେ ଗ୍ରାମର କିଛି ଯୁବ ଗୋଷ୍ଠି ଓ ସାଙ୍ଗ ମାନଙ୍କୁ ନେଇ ଆରମ୍ଭ କରିଥିଲେ ମନ୍ଦିର ର ପୁର୍ନଗଠନ ଓ ବୃକ୍ଷରୋପଣ ର କାର୍ଯ୍ୟକ୍ରମ ।କୌଣସି ସରକାରୀ ସହାୟତା ଵିନା ନିଜର ସବୁ ଚେଷ୍ଟା ଲଗାଇଥିଲେ ମନ୍ଦିର ର ପୁରୁଣା ଚିତ୍ରକୁ ବଦଳାଇବା ପାଇଂଁ।ଚାକିରୀ ରୁ ମିଳୁଥିବା ସମସ୍ତ ପେନସନ କୁ ଲଗାଇଦେଇଥିଲେ ପୁଣି ଏକ ସବୁଜିମା ମୟ ପରିଗେଶ ଗଢିବା ପାଇଂଁ । ବିଭିନ୍ନ ଘାତ ପ୍ରତିଘାତ ର ସମ୍ମୁଖୀନ ହୋଇ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ କରିଥିଲେ ନିଶ୍ଳୁକ ପାଠପଢାଇବା କର୍ଯ୍ୟକ୍ରମ ।

ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଅଛି । ଗ୍ରାମ ଆଖପାଖ ର ଗରିବ ମେଧାବୀ ଛାତ୍ରମାନଙ୍କୁ ପାଠପଢାଇବା ସହ ଆବଶ୍ୟକ ସଂରଜାମ ଯୋଗାଇଆସୁଛନ୍ତି। ଏହି ମଣିଷତିଆରି କାରଖାନା ରେ ପାଠ ପଢା ସହ ଦୈନିକ ସକାଳୁ ଯୋଗଶିକ୍ଷା,ପାର୍ଥନା ସହ ସଙ୍ଗୀତ ଶିକ୍ଷା ଦେଇ ଆସୁଛନ୍ତି।ପାଠ ପଢା ସହ ପରିଵେଶ କିପରି ସ୍ବଚ୍ଛ ,ସୁନ୍ଦର ଓ ସବୁଜ ରହିବ ସେଥିପାଇଂଁ ଅନେକ ସଚେତନତା ସୃଷ୍ଟି କରାଉଛନ୍ତି ଏବଂ ପ୍ରତ୍ୟେକ ପରିସ୍ଥିତିରେ ସେମାନେ ନିଜକୁ କିପରି ଖାପଖୁଆଇ ଚାଲିବାକୁ ନିଜ ମଧ୍ୟରେ ଶକ୍ତି ସୃଷ୍ଟି କରିପାରିବେ ଯାହା ଫଳରେ ସମାଜର ଉନ୍ନତି ଓ ପ୍ରଗତି ହୋଇପାରିବ ।

ସମାଜସେବା ପ୍ରତି ଯୁବପିଢି ଆଗ୍ରହ ରଖି କାର୍ଯ୍ୟ କଲେ ଅନେକ ଅବହେଳିତ ଲୋକଙ୍କ ସମସ୍ୟା ଲାଘବ ହୋଇପାରିବ। ଚାକିରିରୁ ଅବସର ନେବା ପରେ ସେ ପାଉଥିବା ଭତ୍ତା ଟଙ୍କାରୁ ପ୍ରତିମାସ କେତେକ ବୃଦ୍ଧାବୃଦ୍ଧଙ୍କୁ ଓ ଗରିବ ମେଧବୀ ଛାତ୍ରଙ୍କୁ ସହାୟତା ପ୍ରଦାନ କରିଥାନ୍ତି।

ଏଠାରୁ ପାଠପଢ ଆରମ୍ଭ କରି ଅନେକ ଛାତ୍ର ବି ସେମାନଙ୍କ ଜୀବନ ରେ ସଫଳତାର ଶିଖର ପହଂଚିଛନ୍ତି। ଆଖ ପାଖ ଗାଂଁ ରେ ଯଦି ବି କେବେ କାହାର ଅସୁବିଧା ପଡେ ଧାଇଂଁ ଆସନ୍ତି ନାଲୁବାବୁ ଙ୍କ ନିକଟକୁ ସହାୟତାର ଆଶା ନେଇ।କେବେ କେହି ଏଠାରୁ ଖାଲି ହାତରେ ଫେରନ୍ତି ନାହିଂଁ ।ସବୁ କ୍ଷେତ୍ର ରେ ସାହାର୍ଯ୍ୟର ହାତ ସର୍ବଦା ଉନ୍ମୁକ୍ତ ରଖିଥାନ୍ତି ନାଲୁ ବାବୁ ।

କିଶୋରନଗର ଅଂଚଳରେ ଲୋକଙ୍କ ର ଜଣେ ମାର୍ଗଦର୍ଶକ ସାଜି ଅନେକ ଙ୍କୁ ଉଚିତ ମାର୍ଗ ଦେଖାଉଛନ୍ତି।ବୟସର ଅପରାହ୍ନ ରେ ସେ ଏବେବି ଯୁବ ସୁଲଭ ଢଙ୍ଗରେ ସମାଜ ଉନ୍ନତୀ ରେ ବହୁତ ବଡ ଭୁମିକା ତୁଲାଇ ଆସୁଛନ୍ତି । ଅନ୍ୟଠୁ କିଛି ବି ପାଇବାର ର ଆଶା ନରଖି ନିରାଡମ୍ବର ଭାବେ ନିଜ ଜୀବନ କୁ ବିତାଇ ଜଣେ ନିରବ ସାଧକ ଭଳି ସମାଜ ସେଵା କୁ ଆପଣେଇଛନ୍ତି।ଯୁଦ୍ଧକ୍ଷେତ୍ର ଭଳି ଜୀବନଯାତ୍ରା ପଥରେ ସେ ଜଣେ ସାଲିସବିହୀନ ଯୋଦ୍ଧା ।ସେ ଏକାଧାରରେ ଜଣେ ସମାଜ ସେବୀ,ପରିବେଶ ପ୍ରେମୀ,ଲେଖକ ,ସଙ୍ଗୀତଜ୍ଞ ଓ ଦେଶପ୍ରେମୀ।ଅନେକ ସମୟରେ କୁହନ୍ତି ନିଜ ପାଇଂଁ ତ ସମସ୍ତେ ବଂଚନ୍ତି କେବେ ଅନ୍ୟପାଇଂଁ ଜୀଅନ୍ତୁ ତେଵେ ବୁଝିପାରିବେ ଜୀବନ ଜୀଇଂଁବାର ଅସଲ ମୂଲ୍ୟ।

ଏଭଳି ଜଣେ ବ୍ୟକ୍ତିତ୍ବ ବର୍ତ୍ତମାନ ର ସ୍ବାର୍ଥବାଦୀ ଦୁନିଆ ରେ ବିରଳ।ପ୍ରଭୁ ମୁକ୍ତେଶ୍ବର ଙ୍କୁ ଅକୁଣ୍ଠ ପାର୍ଥନା ନାଲୁବାବୁ ଙ୍କୁ ସୁସ୍ଥ ଓ ଦୀର୍ଘାୟୁ ରଖନ୍ତୁ ।
ସ୍ୱତନ୍ତ୍ର ଉପସ୍ଥାପନା :ଜ୍ଞାନରଞ୍ଜନ ପଣ୍ଡା (ଏଭଳି ଜଣେ ନିଆରା ନିସ୍ଵାର୍ଥପର ବିରଳ ବ୍ୟକ୍ତିତ୍ୱ ଙ୍କ ବିଷୟରେ ଜନସାଧାରଣ ଙ୍କ ନିକଟରେ ପହଂଚାଇଥିବା ଜ୍ଞାନରଞ୍ଜନ ପଣ୍ଡା ଙ୍କୁ ଓଡିଶା Exclusive ପରିବାର ପକ୍ଷରୁ ଧନ୍ୟବାଦ )

Leave a Reply

Your email address will not be published. Required fields are marked *