ଜାତୀୟ କ୍ରୀଡା ଦିବସ ଉପଲକ୍ଷେ …. ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ

ଆଜି ହେଉଛି ଜାତୀୟ କ୍ରୀଡା ଦିବସ ।ଏହି ଦିବସ କଣ ପାଇଂଁ ପାଳନ କରାଯାଏ ସେ ବିଷୟରେ ଜାଣିବା । ଆଜିର ଦିନରେ ୧୯୦୫ ମସିହା ଆହ୍ଲହାବାଦ ର ପ୍ରୟାଗ ଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାର ରେ ଜନ୍ମଗ୍ରହଣ କରିଥିଲେ।ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ପିଲାଟି ଦିନରୁ ଖେଳ ପ୍ରତି ରୁଚି ନଥିଲେ ବି ପରବର୍ତ୍ତୀ ସମୟରେ ନିଜର ଅଭ୍ୟାସ,ନିଷ୍ଠା ଯୋଗୁଂଁ ହକି ଖେଳରେ ବିଶ୍ଵର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି ।

ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ଵ ହକିରେ ଆଧିପତ୍ୟ ବିସ୍ତାର କରିଥିଲା। ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସ୍କୋରକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି।ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା। ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ ।

୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେଶିନ ବୋଲି ମଧ୍ୟ କୁହାଯାଉଥିଲା ।

୧୯୭୯ ଡିସେମ୍ବର ୩ରେ ଦିଲ୍ଲୀ ସ୍ଥିତ ଏକ ମେଡିକାଲ ରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁବରଣ କରିଥିଲେ।ଏହି ଖବର ପ୍ରସାରିତ ହେବାକ୍ଷଣି ସାରା ଦେଶ ସହ ବେଦେଶ ରେ ଥିବା ଖେଳପ୍ରେମୀ ଙ୍କ ମହଲରେ ଶୋକ ର ଛାୟା ଖେଳିଯାଇଥିଲା ।ସେ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ଜନ୍ମଦିନକୁ ପ୍ରତି ବର୍ଷ ଭାରତ ସରକାର ଜାତୀୟ କ୍ରୀଡା ଦିବସ ରୁପେ ପାଳନ କରିଆସୁଛନ୍ତି।

ଜ୍ଞାନ ରଞନ ପଣ୍ଡା,କିଶୋରନଗର ,କଟକ

Leave a Reply

Your email address will not be published. Required fields are marked *