ସରକାର କାହିଁକି ଅତ୍ୟଧିକ ନୋଟ୍ ଛପାନ୍ତି ନାହିଁ?

ଆପଣଙ୍କ ମନରେ ବେଳେ ବେଳେ ଏହି ପ୍ରଶ୍ନ ଆସିଥିବା କି ଆମ ଭାରତ ସରକାରଙ୍କ ପାଖରେ ନୋଟ୍ ଛପେଇବା ପାଇଁ ମେସିନ ତ ରହିଛି।କିନ୍ତୁ କାହିଁକି ସେ ଅଧିକ ପଇସା ଛପେଇ ସମସ୍ତଙ୍କୁ ଧନୀ କରି ଦିଏ ନାହିଁ।ଯଦି ସମସ୍ତଙ୍କ ପାଖରେ ପ୍ରଚୁର ଟଙ୍କା ରହିବ ତେବେ ନା କିଛି ଅସୁବିଧା ରହିବ ନା କେହି ଗରିବ ରହିବେ।

କିନ୍ତୁ ସରକାର ଏପରି କରନ୍ତି ନାହିଁ।କିନ୍ତୁ କାହିଁକି ସେ ବିଷୟରେ ଆଜି ଆମେ ଜାଣିବା।
ଏହାର ଉତ୍ତର ହେଉଛି ମୁଦ୍ରା ସ୍ଥିଥି। ଅନ୍ ଲିମିଟେଡ ପଇସା ଛାପିବା ଦ୍ବାରା କୌଣସି ଦେଶ ଆର୍ଥିକ ସ୍ତିଥିରେ ଉନ୍ନତି ହେବ ନାହିଁ।ବରଂ ସମସ୍ୟା ବଢି ଯାଏ।କାରଣ ନୋଟ୍ ଛାପିବା ଏହି ଫର୍ମୁଲା ଉପରେ ନିର୍ଭର କରିଥାଏ।ଅର୍ଥାତ୍ କୌଣସି ଦେଶରେ ଉତ୍ପାଦନ ହେଉଥିବା ଦ୍ରବ୍ୟର ମୂଲ୍ୟ ସେ ଦେଶରେ ଥିବା ସମୁଦାୟ ଟଙ୍କାର ମୂଲ୍ୟ ସହ ସମାନ ଥାଏ।ଆମେ ଗୋଟେ ଉଦାହରଣ ନେଇ ଏହାକୁ ଭଲ ଭାବରେ ବୁଝିବା।

ଭାବନ୍ତୁ ଯେ ଗୋଟେ ଦେଶରେ ପାଞ୍ଚ ଜଣ ଲୋକ ରହୁଛନ୍ତି।ସମସ୍ତଙ୍କ ପାଖରେ ୧୦୦ ଟଙ୍କା ଲେଖାଏଁ ଅଛି।ଆଉ ସେ ଦେଶରେ ୫୦ କିଗ୍ରା ଚାଉଳ ଉତ୍ପାଦନ ହୁଏ।ତେଣୁ ସେଇ ୫୦ କିଗ୍ରା ଚାଉଳର ସମୁଦାୟ ମୂଲ୍ୟ ହେବ ୧୦୦*୫= ୫୦୦ ଟଙ୍କା।ଯଦି ସେ ଦେଶରେ ଟଙ୍କା ଛାପିବା ପାଇଁ ନିଜର ମେସିନ ଅଛି ତ ସେ ବହୁତ୍ ସାରା ଟଙ୍କା ଛାପିବ ଆଉ ତାହାକୁ ଲୋକମାନଙ୍କ ସହ ବାଣ୍ଟି ଦେବ ଏବଂ ଏବେ ସମସ୍ତଂକ ପାଖରେ ୧୦୦୦ ଟଙ୍କା ଲେଖାଏଁ ହୋଇଗଲା।

ଟଙ୍କା ସିନା ବଢି ଗଲା କିନ୍ତୁ ଚାଉଳ ୫୦ କିଗ୍ରା ହିଁ ରହିଛି। ଏବେ ସେ ଚାଉଳର ମୂଲ୍ୟ ବଢି ୫୦୦୦ ଟଙ୍କା ହୋଇଯିବ।ଯାହା ଆଗରୁ ୫୦୦ ଟଙ୍କା ଥିଲା।ତେଣୁ ନୋଟ୍ ଯେତେ ଅଧିକ ଛପାଯିବ ଦ୍ରବ୍ୟ ଆଉ ସେବାର ମୂଲ୍ୟ ସେତେ ଅଧିକ ରହିବ।ତେଣୁ ଏହାକୁ ମୁଦ୍ରସ୍ପିତି କୁହନ୍ତି।ଏହାକୁ ଅନ୍ୟ ପରି ମଧ୍ୟ ବୁଝାଇଥାଏ ଯେ ମାନନ୍ତୁ govt. ବହୁତ୍ ସାରା ନୋଟ୍ ଛାପି ଦେଲା ଆଉ ସମସ୍ତଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ହୋଇଗଲା।ଆପଣ ମାର୍କେଟ କୁ ଏକ ଟୁଥପେଷ୍ଟ୍ କିଣିବାକୁ ଗଲେ।ଯାହାର ମୂଲ୍ୟ ଆଗରୁ ୫୦ ଟଙ୍କା ଥିଲା।ଦୋକାନୀ ଏବେ କାହିଁକି ଏହି ପେଷ୍ଟ କୁ ପଚାଶ ଟଙ୍କାରେ ବିକିବ କାରଣ ସେ ଆଗରୁ ୫୦ ଟଙ୍କାରେ ବିକି ପାଞ୍ଚ ଟଙ୍କା ଲାଭ ପାଉଥିଲା।ଏବେ ସେ ପାଞ୍ଚ ଟଙ୍କାରେ କଣ କରିବ।କାରଣ ତା ପାଖରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଥିବ।

।ସେ କଣ ୫ ଟଙ୍କା ପାଇବା ପାଇଁ ଦୋକାନ ଖୋଲିବତେଣୁ ସେ ଏହାର ମୂଲ୍ୟ ବଢାଇ ଅଧିକ କରି ଦେବ।ତେଣୁ ସମସ୍ତ ଦେଶ ଏହି ନିୟମକୁ ଆଖି ଆଗରେ ରଖି କାମ କରିଥାନ୍ତି।କିନ୍ତୁ ଇତିହାସରେ ଦୁଇ ଦେଶ ଏହି ଭୁଲ୍ କରି ସାରିଛନ୍ତି।ପ୍ରଥମ ହେଉଛି ଜର୍ମାନୀ।ପ୍ରଥମ ବିଶ୍ୱ ଯୁଧ୍ୟ ସମୟରେ ଜର୍ମାନୀର ଅର୍ଥ ବ୍ୟବସ୍ଥା ଢଳିଯିବାରୁ ଜର୍ମାନୀ ବହୁତ୍ ଦେଶ ମାନଙ୍କରୁ ଲୋନ ନେଇଥିଲା।କିନ୍ତୁ ଯୁଦ୍ଧରେ ହାରିବା ଦ୍ବାରା ସେ ଲୋନ ସୁଝି ପାରି ନ ଥିଲା। ସେତେବେଳେ ଜର୍ମାନୀ ଭାବିଲା ଆମେ ବହୁତ୍ ସାରା ଟଙ୍କା ଛାପୀ ଦେଇ ଲୋନ ପରିଶୋଧ କରିଦେବା।ଏହାଦ୍ଵାରା ଦର ଆକାଶ ଛୁଆଁ ହୋଇଯାଇଥିଲା।ଆଉ ଗୋଟିଏ ଦେଶ ହେଉଛି ଜିମ୍ବାୱେ।ସେ ମଧ୍ୟ ବହୁତ୍ ସାରା currency ଛାପୀ ଦେଇଥିଲା।ଆଉ ଏହାପରେ ଦର ଏମିତି ବଢିଲା ଯେ ଲୋକମାନେ ବ୍ରେଡ ଆଉ ଏଗ୍ ଭଳି ସାଧାରଣ ଜିନିଷ କିଣିବା ପାଇଁ ମଧ୍ୟ ବ୍ୟାଗ୍ ରେ ଭର୍ତି କରି ଟଙ୍କା ନେଉଥିଲେ।

Leave a Reply

Your email address will not be published. Required fields are marked *