ସାମ୍ବାଦିକ ସତ୍ୟଜିତ ହେଲେ ବିଜେଡି ର ମୁଖପାତ୍ର

ରାଜନୀତି ରେ ମିଡ଼ିଆ ସେଲ କୁ ସମ୍ଭାଳିବାକୁ ଏବେ ସାମ୍ବାଦିକ ମାନଙ୍କ ଯୋଗଦାନ ବଡଧରଣର ଭୂମିକା ରଖୁଥିବା ବେଳେ ସାମ୍ବାଦିକ ମାନେ ମଧ୍ୟ ରାଜନୀତି ପ୍ରତି ଆକୃଷ୍ଟ ହେବାର ଦେଖାଯାଉଛି I କିଛିଦିନ ତଳେ ବରିଷ୍ଠ ସାମ୍ବାଦିକ ସତ୍ୟ ନାୟକ କଂଗ୍ରେସରେ ଯୋଗ ଦେଇ ମିଡ଼ିଆ ସେଲ ସମ୍ଭIଳିଥିବା ବେଳେ ଏଥର ବିଜେଡି ମଧ୍ୟ ପଛରେ ପଡିନି I

ଓଟିଭି ର ସବୁଠାରୁ ଲୋକପ୍ରିୟ ଶୋ ଖୋଲା କଥା ର ଉପସ୍ଥାପକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟଜିତ ବିମଲ ମିଶ୍ର ଙ୍କୁ ବିଜେଡି ର ମିଡ଼ିଆ ସେଲ ସହିତ ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି Iତେବେ ସତ୍ୟଜିତ ଖୋଲା କଥା ରେ ପ୍ରାୟତଃ ସବୁ ନେତାଙ୍କର ପୋଲ ଖୋଲିବାରେ ମାହିର ଥିଲେ I ଓଟିଭି ଏବଂ ସତ୍ୟଜିତ ଙ୍କ ବ୍ୟକ୍ତିଗତ ମତାନ୍ତର ପାଇଁ ଓଟିଭି ଛାଡିଥିଲେ ସତ୍ୟଜିତ ଏବଂ ଦୀର୍ଘ ଦିନ ଧରି ବିଜେଡି କୁ ସମର୍ଥନ କରୁଥିବାର ନଜିର ଆସିଥିଲା I

ତେବେ ସତ୍ୟଜିତ ଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ସତ୍ୟଜିତ I

ତେବେ ଦେଖିବାର ଅଛି ଏ ସାମ୍ବାଦିକ ଟକ୍କର ରେ କେଉଁ ଦଳକୁ କିଏ ଭାରି ପଡୁଛି I କଂଗ୍ରେସ ର ସତ୍ୟ ନା ବିଜେଡି ର ସତ୍ୟ I

Leave a Reply

Your email address will not be published. Required fields are marked *