ଲାଗୁହେଲା ନୂଆ ନିୟମ :ଜମି ପଟ୍ଟା ପାଇଁ ଆଉ ତହସିଲର ହାତଲେଖା ଚଳିବ ନାହିଁ I ଅନଲାଇନରୁ ମିଳିବ ସମ୍ପୂର୍ଣ୍ଣ ବିବରଣୀ

ଯଦି ଆପଣ ଜାଗା କିଣୁଛନ୍ତି ଏବଂ ଜମି ପଟା ବା ନଥିପତ୍ର ପାଇଁ ଅଫିସ କୁ କେତେ ଦଉଡି ବାକୁ ପଡେ ତାହା କେବଳ ଜଣେ ଭୁକ୍ତ ଭୋଗୀ ହିଁ ଜାଣିଥାଏ I ଖଣ୍ଡିଏ କାଗଜ ପାଇବାକୁ କେତେ ଯେ ଦଲାଲ ମାନଙ୍କୁ ଖୋସାମତ ନ କରିବାକୁ ପଡେ I ଏବେ କିନ୍ତୁ ଆପଣଙ୍କୁ ଆଉ ତହସିଲଦାର ଅଫିସ ,ଦଲାଲି ବା ବ୍ଲକ ଅଫିସ ଯିବାକୁ ପଡିବ ନାହିଁ I ହାତଲେଖା କାମ ଆଉ କୌଣସି କାର୍ଯ୍ୟରେ ଆସିବା ନାହିଁ I ଏହା ଆସନ୍ତା 31ତାରିଖରୁ ବନ୍ଦ କରିଦିଆଯିବ I

ଏହି ବିଭାଗରେ ସବୁଠୁ ଦୁର୍ନୀତି ଏବଂ ସାଧାରଣ ଜନତା ଅଧିକ ଶୋଷଣ ସହିତ ହଇରାଣ ହେଉଥିବା ଉପଲବ୍ଧି କରାଯାଇ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏହାକୁ ଦୁର୍ନୀତିମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ବା ଅନଲାଇନ ମାଧ୍ୟମରେ ଏହାକୁ କରିବାକୁ ନିଷ୍ପତି ନେଇଛନ୍ତି I ଆସନ୍ତା 1ରୁ ରାଜ୍ୟର ସମସ୍ତ ତହସିଲ ଅଫିସ ରେ ଏହା ବାଧ୍ୟତାମୂଳକ କରାଯିବ I

ଜମି ପଟ୍ଟା ସହିତ ନକ୍ସା ମଧ୍ୟ ଦିଆଯିବ Iଜମିଜମା ସଂକ୍ରାନ୍ତୀୟ ଯେକୌଣସି ସମସ୍ୟାର ସମାଧାନ ଏଥର ଅନଲାଇନ ରେ ଆପଣ ପାଇପାରିବେ I ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ର ମୁଖ୍ୟ ସଚିବ ଡ. ଚନ୍ଦ୍ରଶେଖର କୁମାର ସମସ୍ତ ତହସିଲ ଅଫିସ କୁ ଜଣାଇଦେଇଛନ୍ତି I

Leave a Reply

Your email address will not be published. Required fields are marked *