କିଛି ଚମତ୍କାର ଗୁଣ ଥିବା ଫୁଲ ଏବଂ ଏହାର ଉପଯୋଗ

ଭଗବାନ୍ ଶିବଙ୍କୁ ଦେବତାଙ୍କ ମଧ୍ୟରେ ବଡ଼ ମନା ଯାଏ।ସେଥିପାଇଁ ତାଙ୍କୁ ମହାଦେବଙ୍କ ଆଖ୍ୟ ମିଳିଛି।ଭଗବାନ୍ ଶିବଙ୍କ ବିଷୟରେ ବହୁ ଗ୍ରନ୍ଥରେ ଆଲୋଚନା କରାଯାଇଛି।କିନ୍ତୁ ଶିବ ପୁରାଣ ଏମିତି ଏକ ଗ୍ରନ୍ଥ ଯାହା ଶିବଙ୍କ ବିଷୟରେ ବିସ୍ତାର ରୂପେ ଆଲୋଚନା କରାଯାଇଛି।ଶିବ ପୁରାଣରେ ବହୁତ୍ ପ୍ରକାର ଉପାୟ ମିଳିଥାଏ।ଯାହାକି କେହି ବି ବ୍ୟକ୍ତିର କଷ୍ଟକୁ ମୁକ୍ତି ଦେବାରେ ବହୁତ୍ ସାହାଯ୍ୟ କରିଥାଏ।ଏହି ଗ୍ରନ୍ଥରେ କିଛି ବିଶେଷ ଫୁଲର ଉଦାହରଣ ଦିଆଯାଇଛି।ଯାହାକୁ ଉପଯୋଗ କରି କେହି ବି ବ୍ୟକ୍ତି ନିଜର ଭାଗ୍ୟର କବାଟ ଖୋଲି ପାରିବ।ସେଥିପାଇଁ ଆମେ ସେହି ଫୁଲ ବିଷୟରେ ଆଲୋଚନା କରିବା।

୧. ମଲ୍ଲି ଫୁଲ –

ଯଦି ଆପଣ ସୁନ୍ଦର୍ ଆଉ ଗୁଣବାନ୍ ସ୍ତ୍ରୀ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଗବାନ୍ ଶିବଙ୍କର ପୂଜା ମଲ୍ଲି ଫୁଲରେ କରିବା ଆବଶ୍ୟକ।

ଏହା ଦ୍ବାରା ଆପଣଙ୍କର ସବୁ ଇଚ୍ଛା ବି ପୁରଣ ହୋଇଥାଏ।

୨.ଯୁଇ ଫୁଲ –

ଯଦି ଆପଣ ଚାହାଁନ୍ତି ଆପଣଙ୍କ ଘରେ କେବେ ଅନ ର ଅଭାବ ନ ହେଉ ଏବଂ ଧନ ଧାନ୍ୟ ରେ ଆପଣଙ୍କ ଘର ସବୁବେଳେ ପୁରୀ ରହୁ ଏଥିପାଇଁ ଆପଣ ଜୁଇ ଫୁଲରେ ପୂଜା କରିବା ଆବଶ୍ୟକ।

୩.ଦୁଦୁରା ଫଳ ଏବଂ ଫୁଲ –

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ସନ୍ତାନ ଆପଣଙ୍କ ଆଉ ଆପଣଙ୍କ ପରିବାରର ନାମ ସଂସାରରେ ଆଲୋକିତ କରୁ ତେବେ ଆପଣଙ୍କୁ ଦୁଦୁରା ଫଳ ଏବଂ ଫୁଲରେ ଭଗବାନ୍ ଶିବଙ୍କର ପୂଜା କରିବାର ଅଛି।ଲାଲି ରଙ୍ଗର ଦୁଦୁରା ଫୁଲ ଦେଇ ମହାଦେବଙ୍କୁ ପୂଜା କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ।

୪.ଗଙ୍ଗଶିଉଳି ଫୁଲ –

ଯଦି ଆପଣ ଚାହାଁନ୍ତି ଆପଣଙ୍କ ଘରେ ଧନ ସଂପତ୍ତି ସବୁବେଳେ ପରିପୂର୍ଣ୍ଣ ରହୁ।ତେବେ ଆପଣ ଗଙ୍ଗଶିଉଳି ଫୁଲରେ ଭଗବାନ୍ ଶିବଙ୍କର ପୂଜା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *