ରାମାୟଣ ର ସୀତା ଏବେ କଣ କରୁଛନ୍ତି ??କାହିଁକି ଦୂରେଇଗଲେ ଅଭିନୟରୁ ??

ଛୋଟବେଳେ ଆମ ସମସ୍ତଙ୍କର ସବୁଠୁ ଅଧିକ ପ୍ରିୟ ଧାରାବାହିକ ଥିବା ରାମାୟଣ ର ସୀତା ଚରିତ୍ର ଟି ପ୍ରାୟ ସମସ୍ତଙ୍କ ପ୍ରିୟ I ଏହି ଭୂମିକା ରେ ଅଭିନୟ କରୁଥିବା ଝିଅଟି ଏତେ ନିଖୁଣ ଏବଂ ଜୀବନ୍ତ ଅଭିନୟ କରିଥାଏ କି ସମସ୍ତଙ୍କୁ ଲାଗେ ଯେ ପ୍ରକୃତରେ ବୋଧହୁଏ ସେ ଅସଲି ସୀତା ମାତା Iତାଙ୍କ ଅଭିନୟ କୁ ସୁନ୍ଦରତା ଲୋକଙ୍କୁ ବାଧ୍ୟ କରିଥାଏ କି ତାଙ୍କୁ ଅସଲି ସୀତା ଭାବିବାକୁ I ଲୋକମାନେ ତାଙ୍କୁ ବାହାରେ ଯେଉଁଠି ବି ଦେଖିଲେ ଭକ୍ତି ର ସହିତ ମୁଣ୍ଡିଆ ମାରୁଥିଲେ ସୀତା ମାତା ଭାବି I ତାଙ୍କ ଜୀବନ୍ତ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ହେଇପାରିଥିଲେ I କିନ୍ତୁ ରାମାୟଣ ପରେ ସେ ଅନ୍ୟ କୌଣସି ଧାରାବାହିକ କିମ୍ବା ଫିଲ୍ମ ରେ ପରଦା ସାମ୍ନାକୁ ଆସିନଥିଲେ I ତେବେ ରାମାୟଣ ପରେ ସେ ସାରା ଭାରତ ରେ ଏତେ ଚର୍ଚିତ ହେଇଥିଲେ ମଧ୍ୟ ଫିଲ୍ମ ଦୁନିଆକୁ କାହିଁକି ଦୁରେଇ ଗଲେ ତାହା ଏବେ ବି ପ୍ରଶ୍ନବାଚୀ I ତେବେ ତାଙ୍କ ଅସଲି ନାମ ଦୀପିକା ଚୌହାନ I 14 ଏପ୍ରିଲ 1965ରେ ଦୀପିକା ଜନ୍ମ ଗ୍ରହଣ କରିଥିଲେ I

ରାମାୟଣର ସବୁଠୁ ଚର୍ଚିତ ଦୀପିକା ୟା ମଧ୍ୟରେ ବିବାହ କରିସାରିଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ କସମେଟିକ୍ସ କମ୍ପାନୀ ର ପରିଚାଳନା ଦାୟିତ୍ୱ ସେ ନିଜେ ତୁଲାଉଛନ୍ତି I ତେବେ ଏକ ସାକ୍ଷାତକାର ରେ ଦୀପିକା ଦେଇଥିବା ପ୍ରତିକ୍ରିୟା ଅନୁଯାଇ ଏବେବି ତାଙ୍କୁ ବହୁ ଧାର୍ମିକ ଚରିତ୍ର ପାଇଁ ଅଫର ଆସୁଛି କିନ୍ତୁ ସେ ଆଉ ଚଳଚିତ୍ର ଜଗତ କୁ ଫେରିବେନି ବୋଲି ନିଷ୍ପତି ନେଇଛନ୍ତି I ଖାଲି ଅଭିନୟ ନୁହେଁ 1996 ରେ ଦୀପିକା ବିଜେପି ଟିକଟ ରେ ବଦତରା ଆସନ ରୁ ନିର୍ବାଚନ ରେ ଲୋକସଭା ପ୍ରାଥୀ ଭାବେ ସେ ବିଜୟ ଲାଭ କରିଥିଲେ I

Leave a Reply

Your email address will not be published. Required fields are marked *