ଏପରି ମନ୍ଦିର ଯେଉଁଠି ଘିଅ ବଦଳରେ ପାଣି ରେ ଜଳେ ଦୀପ

ଆମେ ସମସ୍ତେ ମନ୍ଦିର କିମ୍ବା ଘରେ ପୂଜା କରିବା ସମୟରେ ଘିଅରେ ଦୀପ ଜାଳିଥାଉ।କିନ୍ତୁ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଦୀପ ଜାଳିବା ପାଇଁ ତେଲ କିମ୍ବା ଘିଅର ବ୍ୟବହାର ହୋଇ ନ ଥାଏ।ପାଣି ଦ୍ବାରା ଦୀପ ଜଳି ଥାଏ।ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ। ଏବେ ଆସନ୍ତୁ ଏହି ମନ୍ଦିର କେଉଁଠି ଅଛି ଏବଂ ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିବା।

ମଧ୍ୟପ୍ରଦେଶର ଗଡ଼ିଆ ଘାଟ ମାତାଜି ଙ୍କ ମନ୍ଦିରରେ ଏପରି ଅଲୌକିକ ଘଟଣା ଦେଖିବାକୁ ମିଳେ।ଏବଂ କାଳୀ ସିଦ୍ଧ ନଦୀ ନିକଟରେ ଏହି ମନ୍ଦିର ଟି ଅବସ୍ଥିତ।ଏହି ମନ୍ଦିରରେ ଦୀପ ଜଳେଇବା ପାଇଁ ତେଲର ଆବଶ୍ୟକ ହୋଇ ନ ଥାଏ।କାରଣ ପାଣି ଦ୍ବାରା ଏଠାରେ ଦୀପ ଜଳିଥାଏ। ପୂର୍ବରୁ ୫୦ବର୍ଷ ତଳୁ ଏହି ମନ୍ଦିରରେ ପାଣି ଦ୍ବାରା ଦୀପ ଜଲୁଛି।ମନ୍ଦିରର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିରରେ ତେଲରେ ଦୀପ ଜଳl ଯାଉଥିଲା।

କିନ୍ତୁ ସେହି ମନ୍ଦିରର ଦେବୀ ସ୍ବପ୍ନ କଲେ ଯେ ପାଣିରେ ଦୀପ ଜାଳିବା ପାଇଁ।ସକାଳୁ ଉଠି ପୂଜକ କାଳୀ ସିଦ୍ଧ ନଦୀରୁ ପାଣି ଆଣି ଦୀପ ରେ ଭର୍ତି କରି ତାହା ଜାଳିବା ଦ୍ବାରା ତାହା ଜଳି ଥିଲା।ଏପରି ହେବା ଦ୍ଵାରା ପୂଜକ ନିଜେ ବହୁତ୍ ଡରି ଯାଇଥିଲେ।ଏବଂ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସେ ଏହି ଘଟଣା କାହାକୁ କହି ନ ଥିଲେ।

ଏହା ପରେ ସେ ଏହି ଅଲୌକିକ ଘଟଣା ବିଷୟରେ ଗ୍ରାମ ଲୋକଙ୍କୁ ଜଣେଇଥିଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ୱାସ କରି ନ ଥିଲେ।ଏବଂ ଗ୍ରାମବାସୀ ମାନେ ନିଜେ ଦୀପ ରେ ପାଣି ଭର୍ତି କରି ଜଳେଇଥିଲେ।ତାହା ଜାଳିବା ଦ୍ବାରା ଗ୍ରାମ ବାସୀ ମାନେ ପୂଜକଙ୍କ କଥାକୁ ବିଶ୍ବାସ କରିଥିଲେ।ସେହି ଦିନଠାରୁ ସମସ୍ତେ କାଳୀ ସିଦ୍ଧ ଜଳରେ ଦୀପ ଲଗେଇଥାନ୍ତି।ଏବଂ ଏହାକୁ ଦେବୀଙ୍କ ଚମତ୍କାରିତା ବୋଲି କୁହାଯାଏ।ସେଠାକାର ଗ୍ରାମବାସୀ କୁହନ୍ତି ଯେତେବେଳେ ସେମାନେ ଦୀପ ରେ ପାଣି ଢାଲନ୍ତି ଆଉ ଦୀପ ଲଗାନ୍ତି ତାହା ସଙ୍ଗେ ସଙ୍ଗେ ଏକ ବହଳିଆ ପଦାଥ୍ର ରେ ପରିଣତ ହୋଇଥାଏ।କିନ୍ତୁ ପାଣିରେ ଜଳୁଥିବା ଦୀପ ବର୍ଷା ରେ ଜଳେ ନାହିଁ।

Leave a Reply

Your email address will not be published. Required fields are marked *