ଜୀବନର ଯାତ୍ରା ରୁ ଅବସର ହିଁ ଶେଷ ଆଶା !!

ଅନେକ ଦିନ ପରେ ରାମ ବାବୁଙ୍କ ସହ ଆମ ଗାଂଁ ହାଟରେ ଦେଖାହୋଇଗଲା ।ଚାକିରୀ ଓ ପରିବାର ସହ ସମୟ କଟାଉ କଟାଉ ବହୁତକମ ସମୟ ମିଳେ ମୋର ବନ୍ଧୁମାନଙ୍କ ସମୟ କଟାଇବାପାଇଂଁ ।କିନ୍ତୁ ସପ୍ତାହ ରେ ଥରେ ଆମ ଗାଂଁ ହାଟରେ ସାଙ୍ଗ ମାନଙ୍କ ସହ ଭେଟ ହୋଇଯାଏ।ସେମିତି ସେଦିନ ରାମ ବାବୁ ସହ ଦେଖା।ସବୁ ବେଳେ ହସୁଥିବା ମୁହଂଁ ଟି ଆଜି କାହିଂଁ ଶୁଖି ଯାଇଥିଲା ।ଯେତେ ଦୁଂଃଖ ଥିଲେ ବି ତାଙ୍କ ମୁହଂଁ ରେ ହସ କେବେ ଲୁଚେ ନାହିଂଁ କିନ୍ତୁ ଆଜି ରାମ ବାବୁ କୁ ଦେଖି କାହିଂଁକି କେଜାଣି ମୁଂଁ ବି ଭାଙ୍ଗି ପଡିଲି। ପିଲାଟି ବେଳୁ ସେ ମୋର ଭାରି ନିବିଡ ବନ୍ଧୁ ।ଶ୍ରଦ୍ଧା ରେ ରାମ ବାବୁ ବୋଲି ଡାକେ।ମୋ ସହ ଆମ ସାଙ୍ଗ ମାନଙ୍କ ର କିଛି ବି ଅସୁବିଧା ହେଲେ ରାମବାବୁ ହିଂଁ ସମାଧାନ ର ବାଟ ଦେଖାଏ।ସବୁ ପରିସ୍ଥିତି ରେ ସେ ଆମ ମନଙ୍କୁ ସହଯୋଗ ର ହାତ ବଢାଏ।ହେଲେ କଣ ହେଲା ଆଜି ରାମବାବୁ ର ମୁହଂଁ ଏତେ ବିଷର୍ଣ୍ଣ କଣ ପାଇଂଁ ।ତାକୁ ପଚାରିବି ପଚାରିବି ବୋଲି ମନରେ ସାହାସ ବାନ୍ଧି ଗୋଟେ କଫି ପିଇବା ପାଇଂଁ ବଉଳ ଗଛ ଚାନ୍ଦିନୀ ରେ ବସିଲୁ ।ହସରେ ହସରେ ପଚାରିଲି ରାମ ବାବୁ ଆଉ କଣ ଖବର ନାତୀ ନୁତୁଣୀ ଭଲ ତ!

ହଂଁ ରେ ଶିବୁ ଆଜି କାହିଂକି ମୁଂଁ ନିଜକୁ ଭ‍ରି ଦୁର୍ବଳ ଓ ଅସହାୟ ମନେ କରୁଛି…ଜୀବନରେ କାହା ପ୍ରତି ଅନ୍ୟାୟ କଲା ଭଳି କାମ କରିନି ତଥାପି ଜୀବନ ଯାତ୍ରା ର ଅନ୍ତିମ ପର୍ଯ୍ୟାୟ କାହିଂଁକି କେଜାଣି ଭାଙ୍ଗି ପଡିବା ଭଳି ଲାଗୁଛି।ସବୁବେଳେ ଅସନ୍ତୋଷ ଓ ଅଭିଯୋଗ ପିଲାମାନଙ୍କ ଠୁ ଶୁଣିଶୁଣି ନିଜକୁ ଅନେକ ନିରବ ପ୍ରହର ରେ ପ୍ରଶ୍ନ ବି କରେ ଏପରି ସମାଲୋଚନା କ’ଣ ପାଇଁ? ଚାକିରୀ ଜୀବନରୁ ସିନା ଅବସର ନେଲି କିନ୍ତୁ ଜୀବନରୁ ଅବସର ନେବାର ହେଲାଣି ।ସେମାନଙ୍କୁ କ’ଣ କୌଣସି ଅଭାବ ଅସୁବିଧାରେ କେବେ ରଖିଛି।ଚଳଚ୍ଚିତ୍ର କାହାଣୀ ପରି ବାହା ହେବିନି ହେବିନି କହି ପରିଶେଷରେ ରୀତା ର ହାତ ଧରି ସବୁ ଦୁଂଃଖ ,ସୁଖ ,ସୁବିଧା ଓ ଅସୁବିଧା ସମୟରେ ସେ ମୋର ସାଥ୍ ଦେବ ବୋଲି ଗାଂଁ ମନ୍ଦିର ରେ ଦୁହେଂଁ ସାକ୍ଷୀ କରି ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତି ରେ ଏକ ନୁତନ ଜୀବନ ଯାତ୍ରା ଆରମ୍ଭ କରିଥିଲୁ।ବିବାହ ର ବେଶ କିଛି ଦିନ ହସ ଖୁସି ରେ କଟିଯାଇଥିଲା ।ରୀତାକୁ ବି ଭଲପାଇବାରେ କେବେ ଅବହେଳା କରିନଥିଲି ବୋଲି ଭାବୁଥିଲି ।ଏଇତ ଜୀବନ ଆଗକୁ ଆଗକୁ ବଢିଲା ।ଗୋଟେ ପୁଅ ଓ ଝିଅ ନେଇ ପରିବାର ର ସମୟ ଭଲରେ କଟିଗଲା।ସ୍ବଳ୍ପ ଦରମାରେ ଅନେକ କଷ୍ଟ କରି ପିଲା ମାନଙ୍କୁ ଶିକ୍ଷିତ କରାଇଲି । ପିଲାଟି ଦିନରୁ ତାର ସରଳ ମୁହଂଁ ମୋତେ ଅନେକ ଖୁସି ଦିଏ।କିନ୍ତୁ କଣ ହେଲା କେଜାଣି ମୋର ବୟସ ବଢିବା ସହ ପିଲାମାନଙ୍କ ପ୍ରତି ମୋର ଥିବା ଦାୟିତ୍ବ ବି ବହୁତ ବଢାଇଥିଲି।ସହଧର୍ମିଣୀ ପ୍ରତି ମୋର ଅକୁଣ୍ଠ ଭଲପାଇବା ଥିଲା।ଘର ଜଞାଳରେ ସେ ବି ଅନେକ କଷ୍ଟ ସହି ମୋତେ ସାହାର ଦେଇଛି।ପିଲାମାନଙ୍କୁ ତାଙ୍କ ଗୋଡରେ ଛିଡା କରିବା ପାଇଂଁ ସେ ଅନେକ କଷ୍ଟ ସହିଛି। ବୋଧହୁଏ ସବୁ ବାପା ବୋଉ ପିଲାମାନଙ୍କୁ ଏପରି ଗଢିଥାନ୍ତି ;

ପିଲାଙ୍କ କଥା ବୁଝୁ ବୁଝୁ ଭାଉଜ ତ ରୋଗୀଣା ହୋଇ ଆରପାରିରେ ।ତା ସମୟ ଭଲ କିନ୍ତୁ ଆଜି ମୁଂଁ ସେମାନଙ୍କ ପାଇଂଁ ପୁରା ଅଲୋଡା ।କିଛି ମତାମତ ଦେବାର ଅଧିକାର ତ ଦୁର କଥା ନାତି ନାତୁଣୀ ସହ ଭଲରେ କଥା ହେବାକୁ ବି ଭୟ ଲାଗୁଛି। ନିଜକୁ ସାନ୍ତ୍ବନା ଦିଏ, ଭାବେ, ଈଶ୍ବରଙ୍କର ସୃଷ୍ଟିରେ ବୈଚିତ୍ର୍ୟ ବୋଥହୁଏ ଏହିପରି । ବର୍ତ୍ତମାନ ନିରବତା ହିଂଁ ମୋର ଏକମାତ୍ର ସାଥୀ। ମୁ ଯଦି କଥାହୁଏ ତାହେଲେ ତା କେବଳ ମୋ ନିରବତା ସହ। ଇଶ୍ବରଙ୍କୁ ପାର୍ଥନା ଏମିତି ଏମିତି ନିରବରେ ହିଂଁ ମୋର ଶେଷ ନିଶ୍ବାସ ଚାଲିଯାଉ।ଜୀବନ ବ୍ୟାପୀ କୋଳାହାଳ ଭିତରେ ମୁ ମୋ ପରିବାର କୁ ଅତି ପାଖରେ ରଖିବାକୁ ଚେଷ୍ଟା କରିଥିଲି କିନ୍ତୁ ପରିବାର ର କୋଳାହାଳ ଭିତରେ ମୋ ଶଦ୍ଦ ର କିଛି ଭୁମିକା ଆଜି ଆଉ ନାହିଂଁ। ଆଉ କିଛି ପାଇବା ପାଇଂଁ ଅପେକ୍ଷା ବି ନାହିଂଁ।ଯାହା ମୁ ଦିନେ ପେପର ରୁ ପଢୁଥିଲି ଅନ୍ୟଠୁ ଶୁଣୁଥିଲି ତା ଆଜି ମୋ ଜୀବନ ରେ ଘଟୁଛି ।ତେଣୁ ନିଷ୍ପତି ନେଇଛି ସବୁ କିଛି ସହିଯିବା ଭଲ, ସବୁ ପରିସ୍ଥିତିରେ ନିରବ ରହିବା ଭଲ, କାରଣ ନିରବତା ହିଂଁ ମୋର ଆଉ ଗୋଟେ ସହଧର୍ମିଣୀ ହୋଇଗଲାଣି । ସମୟ ସହିତ ତାଳ ଦେଇ ନିରବ ରହିବା ବୋଧେ ଆମର ପରିଣତ ଜୀବନର ଆଦର୍ଶ ହେବା ଉଚିତ.ଏସବୁ ଶୁଣିଲା ପରେ ମୁ ବି ବିଷଣ୍ଣ ହୋଇପଡିଲି ।କିଛି ଅକୁହା ବେଦନା କୁ ନିଜ ଭିତରେ ଚାପି ରଖି ତାକୁ ସାନ୍ତ୍ବନା ଦେଲି।

ଜ୍ଞାନ ରଞନ ପଣ୍ଡା,ବାଲିଶୁଗ୍ରୀ,କଟକ

Leave a Reply

Your email address will not be published. Required fields are marked *