50 କୋଟି ନଦେଲେ ମୁଖ୍ୟମନ୍ତ୍ରୀ ଙ୍କୁ ହତ୍ୟା କରିବାକୁ ଦେଲା ଧମକ ,ପଢନ୍ତୁ କିଏ ଏବଂ କାହିଁକି ଦେଲା ଧମକ

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଆସିଛି ଏକ ଚିଠି ସୁଦୂର ଛତିଶଗଡ଼ରୁ I ଏବଂ ଚିଠି ଲେଖିଥିବା ବ୍ୟକ୍ତି ଜଣଙ୍କ ସର୍ତ ରଖିଛନ୍ତି କି ଯଦି 50 କୋଟି ତାଙ୍କୁ ଦିଆନଯାଏ ତେବେ ସେ ବାଧ୍ୟ ହେଇ ନବୀନ ଙ୍କୁ ହତ୍ୟା କରିବେ I ମୁଖ୍ୟମନ୍ତ୍ରୀ ଙ୍କୁ ଏପରି ଏକ ଚିଠି ଆସିବା ପରେ ତ୍ୱରିତ ବେଗରେ ଏହାର ତନାଘନା ହେବା ପରେ ଜଣାପଡିଛି କି ଘଟଣା ଟି ସତ୍ୟ I ବିଳାସପୁର ଜିଲାର ଜଣେ ବିଚାରାଧୀନ କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହ୍ବାନ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଚିଠି ଲେଖିଛନ୍ତି I ଏବଂ ଡାକ ଯୋଗେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇଦେଇଥିଲା ଯାହାକି ଗତ ୨୫ ତାରିଖ ଶନିବାର ଓଡ଼ିଶା ପୋଲିସ ର ହସ୍ତଗତ ହେଇଥିଲା I

ଚିଠି ଲେଖିଥିବା ପୁଷ୍ପେନ୍ଦ୍ର ଙ୍କ ଘର ଜାଞ୍ଜଗିରି-ଚମ୍ପା ଜିଲାରେ I ସେ ପୂର୍ବରୁ ଏକ ମାମଲା ରେ ଦୋଷୀ ସାବ୍ୟସ୍ତ ହେଇ ୨୦୦୯ରୁ ଥାନାରେ ବନ୍ଦୀ ଜୀବନ ଜାପନକରୁଅଛି I କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କୁ କାହିଁକି ଏପରି ଧମକ ଦେଲା ତାହା ସାଧାରଣ ରେ ଚର୍ଚା ଚାଲିଛି I ଖୁବ ଶୀଘ୍ର ଏହାର ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବ ବୋଲି ପୋଲିସ ମୁଖ୍ୟ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *