ଓଲଟା ATM ପିନ୍ ମାରିଲେ ପୋଲିସ୍ ଆସିଯିବ? କେତେ ଦୂର୍ ସତ ଏହା

ଆପଣମାନେ ନିଶ୍ଚୟ WhatsApp ଏବଂ Facebook ମାଧ୍ୟମରେ ATM ବିଷୟରେ ବହୁତ୍ ମେସେଜ ଦେଖିଥିବେ କି ଯଦି ଆପଣ ATM ବ୍ୟବହାର କରି ଟଙ୍କା ଉଠେଇବାକୁ ଯାଇଛନ୍ତି ଆଉ ହଠାତ୍ କେହି ଚୋର ଆସି ପହଁଚିଲେ ଆପଣ ନିଜର ପିନ୍ କୁ ଓଲଟା ମାରିବେ ଅର୍ଥାତ୍ ଯଦି ଆପଣଙ୍କର ପିନ୍ ୧୨୩୪ ହୁଏ ତେବେ ଆପଣ ଓଲଟା କରି ୪୩୨୧ ମାରିବେ।

ଏହା ଦ୍ବାରା ଆପଣଙ୍କ ଟଙ୍କା ତ ଉଠିବ କିନ୍ତୁ ସେହି ଚୋର ବିଷୟରେ ପୋଲିସ ଜାଣି ପାରିବେ।କିନ୍ତୁ ଏହି ତଥ୍ୟଟି ସମ୍ପୂର୍ଣ ମିଛ।ମୁଁ ଆପଣଙ୍କୁ ଗୋଟେ ଉଦାହରଣ ମାଧ୍ୟମରେ ବୁଖାଉଛି। ମନେ କର ଆପଣଙ୍କ ପିନ୍ ୫୫୫୫।ଏହାକୁ ଓଲଟାଇ ଲେଖିଲେ ମଧ୍ୟ ସେଇ ଏକା ହିଁ ଆସିବ।କିମ୍ବା ଯଦି ଆପଣଙ୍କ ପିନ୍ ୧୨୨୧ ହୋଇଥିବ ତେବେ ଏହାକୁ ଓଲଟାଇ ଲେଖିଲେ ମଧ୍ୟ ସମାନ ହିଁ ରହିବ।

ତେଣୁ ଏହାର ଅର୍ଥ ଏହି ମେସେଜ ସମ୍ପୂର୍ଣ୍ଣ ମିଛ।ତେବେ ଏବେ ଆପଣ ପ୍ରଶ୍ନ କରିବେ ତାହାଲେ ଆପଣ ଏହି ସମୟରେ କଣ କରିବା ଉଚିତ୍?ଅର୍ଥାତ୍ ଏହି ପରିସ୍ଥିତିରେ ଆପଣ ଚୋର ଠାରୁ କେମିତି ବଞ୍ଚିବେ। ମନେ ରଖନ୍ତୁ ଆପଣ ଯେ କୌଣସି ଭୁଲ୍ ପିନ୍ କୁ ୩ ଥର ମାରି ଦିଅନ୍ତୁ।ଏମିତି କରିବା ଦ୍ବାରା ଆପଣଙ୍କ ATM ବନ୍ଦ ହୋଇଯିବ।ପିନ୍ ଓଲଟାଇ ମାରିଲେ କିଛି ବି ଲାଭ ହେବ ନାହିଁ

Leave a Reply

Your email address will not be published. Required fields are marked *