ଭାରତୀୟ ରେଳ ରେ ବାଜୁଥିବା ସ୍ୱର କାହାର

ପ୍ରତିଦିନ ଭାରତରେ ପାଖା ପାଖି ଦୁଇ କୋଟି ଲୋକ ଟ୍ରେନରେ ଯିବା ଆସିବା କରୁଛନ୍ତି।ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରେଲୱେ ଷ୍ଟେସନ ରେ ଏହିପରି କଥା ଆପଣ ନିଶ୍ଚୟ ଶୁଣିଥିବେ।କେବଳ ଓଡ଼ିଆ କିମ୍ବା ହିନ୍ଦୀ ନୁହେଁ।ବିଭିନ୍ନ ଭାଷାରେ ଶୁଣା ଯାଇଥାଏ ଏହି ଘୋଷଣା।ଟ୍ରେନରେ ଯାଉଥିବା ସମୟରେ ଯେଉଁ ରାଜ୍ୟର ଷ୍ଟେସନରେ ଟ୍ରେନ ଲାଗେ ସେହି ରାଜ୍ୟର ଭାଷାରେ ଏହି ଘୋଷଣା କରାଯାଇଥାଏ।କେବେ ଆପଣ ଭାବିଛନ୍ତି ଏହି ଗୋଟିଏ ସ୍ୱର କିପରି ବାଜୁଛି ସାରା ଭାରତରେ।

କିଏ ସେ ଯାହାର ସ୍ୱର ଏତେ ମଧୁର।ଏବଂ କାହିଁକି ଭାରତୀୟ ରେଳ ଚୟନ କଲା ଏହି ସ୍ୱର।ଚାଲନ୍ତୁ ଜାଣିବା।

ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଦ୍ଧ ହେବ ରେଳ ଷ୍ଟେସନରେ ଶୁଭୁଥିବା ଏହି ସ୍ୱର କାହାର।

ଏହି ସୁମଧୁର କଣ୍ଠ ସ୍ୱର ହେଉଛି ୫୪ ବର୍ଷୀୟ ମହିଳା ସରଳା ଚୌଧୁରୀଙ୍କର।

୧୯୮୨ ମସିହାରେ ରେଳବାଇର ଘୋଷଣା ପାଇଁ ଏକ ନିଯୁକ୍ତି ପରୀକ୍ଷା ଚାଲିଥାଏ।ସେଥିରେ ସରଳା ପରୀକ୍ଷା ଦେଇଥିଲେ ଏବଂ ଚାକିରି ପାଇଲେ।ସେଥିରେ ସରଳା ଦୈନିକ ମଜୁରୀ ନେଇ କଣ୍ଠ ଦେଉଥିଲେ।ତାଙ୍କର କଠିନ ପରିଶ୍ରମ ଓ ସୁମଧୁର କଣ୍ଠ ସ୍ୱର ପାଇଁ ୧୯୮୬ ମସିହାରେ ତାଙ୍କର ଚାକିରି permanent ହୋଇଗଲା।

ସେତେବେଳେ ଏତେ ଉନ୍ନତ ଟେକ୍ନୋଲୋଜି ର ସୁବିଧା ନ ଥିଲା।ତେଣୁ ସରଳା ଏକ ନିର୍ଦ୍ଦିଷ୍ଟ ଷ୍ଟେସନ ରେ ବସି ଘୋଷଣା କରୁଥିଲେ।୧୯୯୧ ମସିହାରେ ସରଳା ଙ୍କୁ ମରାଠୀ ଭାଷାରେ ଭିନ୍ନ ଶୈଳୀରେ ଘୋଷଣା କରିବା ପାଇଁ ଅଲ୍ ଇନଡିଆ ରେଡ଼ିଓ ପକ୍ଷରୁ ଡ଼ାକରା ଆସିଲା।ଭିନ୍ନ ଶୈଳୀରେ ସେହି ରେକର୍ଡିଂ ପାଇଁ ତାଙ୍କୁ ଚାରି ଦିନ ସମୟ ଲାଗିଥିଲା।

ଏହା ବ୍ୟତୀତ ଅନ୍ୟ କେତୋଟି ଭିନ୍ନ ଭାଷାରେ ମଧ୍ୟ ତାଙ୍କୁ କଣ୍ଠ ଦେବାକୁ ପଡ଼ିଥିଲା।ପରେ ସେହି କଣ୍ଠ ସ୍ୱରକୁ କମ୍ପ୍ୟୁଟର କରାଯାଇ କେନ୍ଦ୍ରୀଭୂତ କରାଗଲା।ପରବର୍ତ୍ତୀ ମୁହୂର୍ତ୍ତରେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମ୍ ଦ୍ବାରା ତାଙ୍କ ସ୍ବରକୁ କଣ୍ଟ୍ରୋଲ ରୁମରେ ସେଭ କରି ରଖାଗଲା।

ଏବଂ ସେବେ ଠାରୁ ଏହାକୁ ଭାରତୀୟ ରେଳ ବ୍ୟବହାର କରି ଆସୁଛି।ଗତ କିଛି ବର୍ଷ ପୂର୍ବେ ସରଳା ଦେବୀ ନିଜର ବ୍ୟକ୍ତି ଗତ ସମସ୍ୟା ହେତୁ ଚାକିରି ଛାଡିଥିଲେ ବି ତାଙ୍କ କଣ୍ଠକୁ ସେ ଏବେ ବି ଷ୍ଟେସନ ମାନଙ୍କରେ ଶୁଣି ଖୁସି ହୁଅନ୍ତି।

Leave a Reply

Your email address will not be published. Required fields are marked *