ସୁନ୍ଦରୀ ଚୂଲୁବୁଲି ନାୟିକା ନୈନା ବିବାହ ପରେ ଅଭିନୟ ରୁ କାହିଁକି ଦୂରେଇଗଲେ

ଓଡ଼ିଆ ସିନେ ଦୁନିଆରେ ଏକ ପରିଚିତ ନାମ I ନିଜର ସ୍ୱତନ୍ତ୍ର ଉପସ୍ଥାପନା ଏବଂ ଅଭିନୟ ପାଇଁ ସମସ୍ତଙ୍କର ପ୍ରିୟ ହେଇସାରିଛନ୍ତି ସେ I ତାଙ୍କ ହସ ନିଆରା ,ସମସ୍ତେ କୁହନ୍ତି ଖାସ ତାଙ୍କ ସୁନ୍ଦରତା ଏବଂ ଚୂଲବୁଲ ର ଗୁଢ ରହସ୍ୟ ତାଙ୍କର ସ୍ମାଇଲ I ଆଲବମରେ ବି ଦେଖିବାକୁ ମିଳିଥିଲା ତାଙ୍କ ଜଲଵା I ଧାରାବାହିକ ରେ ବି ସେ ଘରେ ଘରେ ପରିଚିତ ହେଇପାରିଥିଲେ I ଖାଲି ଓଡିଶା ନୁହେଁ ବେଙ୍ଗଲୀ ,ଛତିଶଗଡ଼ , ସେ ଏବଂ କେରଳ ସିନେମା ଦୁନିଆରେ ଦେଖିବାକୁ ମିଳିଥିଲା ଏଇ ଓଡ଼ିଆ ନାୟିକାଙ୍କର ପ୍ରଭାବ I

କିନ୍ତୁ ହଠାତ କଣ ହେଲା କେଜାଣି ସଫଳତା ର ଶୀର୍ଷ ଦେଶରେ ଥିବା ଏହି ନାୟିକା ଅଭିନୟ ରୁ କିଛିଦିନ ସନ୍ୟାସ ନେଇଗଲେ ଏବଂ ତାଙ୍କର ଏକ ଚଳଚିତ୍ର ଆସିଲା ମଥାରେ ଓଢଣୀ ଦେବୀ ଶାଶୁ ଘର ଚାଲିଯିବି ,ସତକୁ ସତ ରିଲ ଲାଇଫ ଛାଡି ମଥାରେ ଓଢଣୀ ଦେଇ ବିବାହ କରି ଶାଶୁଘର ଚାଲିଗଲେ I ବିବାହ ପରେ ଅଭିନୟ ଦୁନିଆରୁ ସମ୍ପୂର୍ଣ୍ଣ ଦୂରେଇଯାଇଛନ୍ତି କହିଲେ ଭୁଲ ହେବନି I କିନ୍ତୁ ଆଜିବି ଦର୍ଶକ ଭୁଲିପାରିନାହାନ୍ତି ତାଙ୍କ ହୃଦୟଛୁଆଁ ଅଭିନୟ

I ଏବେ ବି ଖୋଜୁଛନ୍ତି ତାଙ୍କ ନିଆରା ଅଭିନୟ କୁ I କଣ ଆଜ୍ଞା ଜାଣିସାରିଲେଣି ନା ଆମେ କାହା କଥା କହୁଚୁ !!ସେ ହେଉଛନ୍ତି ନୈନା ଦାସ I
ଯିବନି: 1984 ରେ ଭୁବନେଶ୍ୱର ରେ ଜନ୍ମ ନେଇଥିବା ନୈନା ଙ୍କର ପିଲାଦିନୁ ଗୀତ ପାଇଁ ପ୍ରବଳ ଇଛା ଥିଲା ସେଥିପାଇଁ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ରେ ଓଡିଶୀ ରେ ଗ୍ରାଜୁଏସନ କରିସାରିବା ପରେ ମାଷ୍ଟର ଡିଗ୍ରୀ ସହିତ RCM ରୁ ଏମବିଏ ପାସ କରିଥିଲେ I 12ବର୍ଷ ବୟସ ରେ ଓଟିଭି ର ଏକ କାର୍ଯ୍ୟକ୍ରମ ପ୍ରଥମ ସ୍ୱର ରେ .ନୈନା ଶିଶୁକଳାକାର ଭାବେ କାର୍ଯ୍ୟ କରିଥିଲେ I ତେବେ ରାଜୁ ମିଶ୍ର ଙ୍କ ଦୁହିତା ଧାରାବାହିକ ରେ ଘରେ ଘରେ ପହଂଚିପାରିଥିବା ନୈନା 2002 ରେ ଶ୍ରେଷ୍ଠ ସହଯୋଗୀ କଳାକାର ଭାବେ ସନମାନିତ ହେବା ପରେ ଆଉ ପଛକୁ ଫେରି ଚାହିଁନଥିଲେ

I2004ରେ ରାଜ୍ୟସ୍ତରୀୟ ସଦଭାବନା ଆୱାର୍ଡ ,ବେଷ୍ଟ ଆଙ୍କର ,2005ରେ ଈଟିଭି ରେ ଶ୍ରେଷ୍ଠ ଆଙ୍କର ମଧ୍ୟ ସେ ପାଇଥିଲେ I 2002ବର୍ଷ ପ୍ରଥମ କରି ମା ମଙ୍ଗଳା ଫିଲ୍ମ ରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ I ଏହା ସହିତ ଅନେକ ଫିଲ୍ମ ସେ କରିଛନ୍ତି ଯେମିତିକି ବାହୁଡ଼ିବେ ମୋ ଜଗIବଳିଆ ମୋ ମନ ଖାଲି ତୋରି ପାଇଁ ,,ଶାଶୁଘର ଚାଲିଯିବି ,ରଣଚଣ୍ଡୀ , ପୂଜାପାଇଁ ଫୁଲ ଟିଏ ,ଆଲବମ ଦୁନିଆରେ ତାଙ୍କ ଅଭିନୀତ ସୋରିଷ କିଆରୀ ,ଡେଉଁଛି ମୋ ବାଁ ଆଖି ,ଝିଅ ଜନମ ପର

ଘରକୁ ,ତୁ ଚାଲିଯିବୁ ତୋ ଶାଶୁଘର ଏମିତି ଅନେକ ହୃଦୟ ଛୁଆଁ ଗୀତ ଆଜିବି ଓଡ଼ିଆ ଆଲବମ ରେ ତାଙ୍କ ଅଭିନୟ ମନେପକାଇଦିଏ I ଦୂରଦର୍ଶନ ର କଲ୍ୟାଣୀ ନାମକ ଜନସଚେତନ କାର୍ଯ୍ୟକ୍ରମ ରେ ସେ ଘରେ ଘରେ ପରିଚିତ ହେଇପାରିଥିଲେ Iଏହା ଛଡା ବେଙ୍ଗଲୀ ,ଛତିଶଗଡ଼ , ଏବଂ କେରଳ ସିନେମା ଦୁନିଆରେମଧ୍ୟ ସେ ଅଭିନୟ କରିଛନ୍ତି I ତେବେ 2009 ରେ ଆ ଜହ୍ନ ରେ ଲେଖିବା ନା ପରେ ହଠାତ ଯେମିତି ଅଭିନୟ ଦୁନିଆରୁ କିଛିଦିନ ପାଇଁ ସନ୍ୟାସ ନେଇଗଲେ .ନୈନା ଏବଂ 2011 ରେ ମୁମ୍ବାଇର ସିଦ୍ଧାର୍ଥ ତିୱାରୀ ଙ୍କୁ ବିବାହ କରିଥିଲେ ଏହି ଚୂଲବୁଲ ନାୟିକା I

ବିବାହ ପରଠାରୁ ସତେଯେପରି ଅଭିନୟ କୁ ବାଏ ବାଏ କହିଦେଇଥିଲେ ନୈନା ବିବାହର 8ବର୍ଷ ପରେ ପୁଣି ଥରେ 2017 ରେ ଓଡ଼ିଆ ସିନେ ଦୁନିଆକୁ ଫେରିଥିଲେ “ତମକୁ ଦେଖିଲା ପରେ” ଏବଂ “ବଜରଂଗୀ” ରେ ସିଦ୍ଧାର୍ଥ ମହାପାତ୍ର ଙ୍କ ବିପକ୍ଷରେ I ଯଦିଓ ୟା ମଧ୍ୟରେ ନୈନା କୌଣସି ଅନ୍ୟ ଫିଲ୍ମ କରିନାହାନ୍ତି କିନ୍ତୁ ଆମେ ଆଶା କରିବୁ ପୂର୍ବ ଭଳି ସେ ଆଉଥରେ ତାଙ୍କ ଅଭିନୟ ର ଜଲଵା ରେ ସମସ୍ତଙ୍କୁ ବାନ୍ଧି ରଖନ୍ତୁ I

Leave a Reply

Your email address will not be published. Required fields are marked *