ଏକ ପ୍ଲଷ୍ଟିକ ମୁକ୍ତ ଜୀବନ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ଏକ ନିତ୍ୟ ବ୍ୟବହୃତ ହେଉଥିବା ଜିନଷ ।ଦୈନନ୍ଦିନ ଜୀବନରେ ଏହା ବହୁଳ ପରିମାଣ ରେ ବ୍ୟବହୃତ କରାଯାଉଛି।ସକାଳ ଟିଫିନ୍ ,ପରିବା କିଣା ହେଉ ଅବା ରାସନ୍ ,ମନ୍ଦିର ଭୋଗ ହେଉ କି କୁଣିଆ ଘର କୁ ମିଠା ନେବା ଏପରିକି ଘର ର ଅଳିଆକୁ ବି ଆମେ ପ୍ଲାଷ୍ଟିକ ବ୍ୟାଗ ରେ ଭରି କରି ବାହାରକୁ ନେଉ। ଏହି କିଛି ବର୍ଷ ହେବ ପ୍ଲାଷ୍ଟିକ ର ବ୍ୟବହାର ଗୁଣାତ୍ମକ ମାନରେ ବଢିଯାଇଛି।ଯାହାର ଫଳସ୍ବରୁପ ସ୍ଥଳ ଭାଗ ହେଉ ବା ଜଳ ଭାଗ ସବୁଠି ପ୍ଲାଷ୍ଟିକ ର ଅଳିଆ । ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରଏଭଳି ହୁ ହୁ ହୋଇ ବଢି ଚାଲିଛିଯେ, କେବଳ ସ୍ଥଳଭାଗ ନୁହେଁ ଜଳଭାଗ ଅର୍ଥାତ ସମୁଦ୍ର ମଧ୍ୟରେ ବି ତାର କାୟା ବଢିଗଲାଣି|ଅନେକ ସମୟରେ ସାମୁଦ୍ରିକ ଜୀବମାନେ ଏହାକୁ ଖାଦ୍ୟଭାବି ଖାଇବାରୁ ମୃତ୍ୟ ମୁଖରେ ପଡୁଛନ୍ତି।

ପ୍ଲାଷ୍ଟିକ ଏଭଳି ଏକ ଜିନଷ ଯାହା ସହଜରେ ନଷ୍ଟ ହୋଇନଥାଏ | ଏହା ନଷ୍ଟ ହେବାକୁ ହଜାର ହଜାରବର୍ଷ ସମୟ ନେଇଥାଏ | ପ୍ଲାଷ୍ଟିକ ଓ ପଲିଥିନକୁ ନଷ୍ଟ କରିବାପାଇଁ ତାକୁ ପୋଡିଲେ ମଧ୍ୟ ଯେଉଁ ବାୟୁ ପ୍ରଦୂଷଣର ଆଶଙ୍କା ରହିଛି ତାହା ଆହୁରି ସାଙ୍ଘାତିକ |ଏହା ପୁଣି ମାଟିରେ ମିଶିବା ବି ମୁସ୍କିଲ।ଯଦି ଆକଳନ କରାଯାଏ ତାହେଲେ ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରାୟ ୬୫ କୋଟି ଟନ ପ୍ଲାଷ୍ଟିକ ଉତ୍ପାଦନ ହେଉଛି |

ଏହି ଉତ୍ପାଦିତ ସାମଗ୍ରୀର ବ୍ୟବହାରସରିବାପରେ ଅତି ନଗଣ୍ୟ ଅଂଶ ପ୍ରକ୍ରିୟାକରଣ ହେଉଛି | ଅବଶିଷ୍ଟ ବର୍ଜ୍ୟବସ୍ତୁ ଆକାରରେ ବିଶ୍ୱ ପରିବେଶ ପାଇଁ ବିରାଟ ବିପଦ ସୃଷ୍ଟିକରିଛି ।ଆମ ଆଖ ପାଖ ରେ ଥିବା କୁଅ ପୋଖରୀ ନାଳ ନଦୀ ସମୁଦ୍ର ସବୁଠି ଏହାର ସ୍ଥିତି ଦିନକୁ ଦିନ ବହୁଳ ହେଲାଣି।ଅନେକ ଗାଂଁ ଓ ସହରରେ ଥିବା ନାଳ ମାନଙ୍କରେ ପ୍ଲାଷ୍ଟିକ ଜରି ବୋତଲ ଡବା ପଡି ରହି ଜମାହେବା ଫଳରେ ପାଣି ନଯାଇ ପାରି କୁତ୍ରିମ ବନ୍ୟା ସୃଷ୍ଟି ହୋଇ ନାହିଂଁ ନଥିବା ହଇରାଣ ହେବାକୁ ପଡୁଛି

।ଅନେକ ସମୟରେ ଦେଖାଯାଉଛି ଗାଇ ଗୋରୁ ମାନେ ବି ଚରିବା ସମୟରେ ପ୍ଲାଷ୍ଟିକ ଜରି ଖାଇନେଇ ଆମ ଅଜଣାତରେ ମୃତ୍ୟ ବରଣ କରୁଛନ୍ତି।ଅନେକସ୍ବେଚ୍ଛା ସେବୀ ଅନୁଷ୍ଠାନ ଓ ସରକାର ସଚେତନତା ସୃଷ୍ଟି କରୁଛନ୍ତି ।କିନ୍ତୁ ଯେପର୍ଯ୍ୟନ୍ତ ଆମେ ନିଜେ ପରିବେଶ ପ୍ରତି ସଚେତନ ହୋଇ ଆମର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ର ବ୍ୟବହାର କମ ନକରିଛେ ତେବେ ଆମେ ଓ ଆମ ଭବିଷ୍ୟତ ପିଢି ର ମୃତ୍ୟ ନିଶ୍ଚିତ।ଏଣୁ ଆମେ ନିଜେ କିଛିଟା ପାଦ ଏଥିପ୍ରତି ଆଗକୁ ବଢାଇବା ସହ ନିଜର ପରିବାର ସଦସ୍ୟ ସାଙ୍ଗସାଥୀ ମାନଙ୍କୁ ସଚେତନ କରାଇବା ।

ଯେପରିକି ମନ୍ଦିର ଯିବା ସମୟରେ ପଲିଥିନ ବଦଳରେ କାଠ ଚାଙ୍ଗୁଡି ବ୍ୟବହାର କରିବା ,ପରିବା ରାସନ କୁଣିଲା ବେଳେ କପଡା ବ୍ୟାଗ ସାଙ୍ଗରେ ନେବା ଓ ଦୋକନୀ ଭାଇଙ୍କୁ କାଗଜ ଠୁଙ୍ଗା ରେ ଜିନିଷ ଦେବା ପାଇଂଁ କହିବା ତା ସହ ଘରୁ ବାହାରୁ ଥିବା ଅଳିଅ ଆବର୍ଜନା କୁ ଏଣେତେଣେ ନପକାଇ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ରେ ପକାଇବା ଓ ଅନ୍ୟମାନଙ୍କୁ ବି କରିବା ପାଇଂଁ କହିବା।ହୁଏତ ଏହି ପରି କିଛି ଛୋଟ ଛୋଟ ପଦକ୍ଷେପ ନେଲେ ଆମେ ଏକ ପ୍ଲାଷ୍ଟିକ ର ବ୍ୟବହାର କମ କରି ଆମ ଘର ଓ ବାହାର ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିପାରିବା।

ଏହା ସହ ସଚେତନ ନାଗରିକମାନେ ନିଜ ଆଖପାଖରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି |ଆମ ପର ପିଢୀଙ୍କୁ ସୁନ୍ଦର ପରିବେଶ ଯୋଗାଇବାରେ ଏକ ମହତ୍ତ୍ବପୁର୍ଣ୍ଣ ଭୁମିକା ଲିଭାଇବା।

ଜ୍ଞାନ ରଞନ ପଣ୍ଡା,କିଶୋରନଗର,କଟକ

Leave a Reply

Your email address will not be published. Required fields are marked *