କାହିଁକି ଲୋକପ୍ରିୟ ଧାରାବାହିକ ନୂଆବୋହୂ ରୁ ବିଦାୟ ନେଲେ ସାତ୍ଵିକ୍/ଜଗଜିତ

ତରଙ୍ଗରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ଧାରାବାହିକ ନୂଆବୋହୂ ରୁ କାହାଣୀର ନାୟକ ସାତ୍ଵିକ୍ ଛାଡିଦେଇଛନ୍ତି I ତାଙ୍କ ଜାଗାରେ ନୂଆ ଅଭିନେତା ଅଭିନୟ କରୁଥିବା ବେଳେ ସାତ୍ଵିକ୍ ଙ୍କ ପରି ତାଙ୍କ ଅଭିନୟ ଦମଦାର ହେଇପାରୁନଥିବା ଚର୍ଚା ଚାଲିଛି , ପୂର୍ବ ଅପେକ୍ଷା ଧାରାବାହିକ ର ଲୋକପ୍ରିୟତା କମିଛି Iସୂଚନା ଥାଉ କି ତରଙ୍ଗ ଚାନେଲ ରେ 17 ଜୁଲାଇ 2017 ରେ ରାତି 8 ଟାରେ ଏହି ନୂଆ ଧାରାବାହିକ ପ୍ରସାରଣ ହେଇଥିଲା I ବଳିଷ୍ଠ କାହାଣୀ ଏବଂ ଦମଦାର ଅଭିନୟ ପାଇଁ ଖୁବ ଅଳ୍ପ ଦିନ ମଧ୍ୟରେ ଏହା ଲୋକପ୍ରିୟ ହେଇପାରିଥିଲା I ଏଥିରେ ମୁଖ୍ୟ ଭୂମିକା ସାତ୍ଵିକ୍ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ ଏବଂ ରାଧିକା ଭୂମିକାରେ ମିତାଲି ସରଘରୀଆ I ରାଧିକା ଏବଂ ସାତ୍ଵିକ୍ ଙ୍କର ଯୋଡି କୁ ଦର୍ଶକ ସବୁଠାରୁ ଅଧିକ ପସନ୍ଦ କରିଥିଲେ I ୟା ମଧ୍ୟରେ ଧାରାବାହିକ ପାଖାପାଖି 350 ଅଧ୍ୟାୟ ଅତିବାହିତ ହେଇସାରିଛି I

ତେବେ ଅଚାନକ କାହାଣୀର ନାୟକ ସାତ୍ଵିକ୍ ଙ୍କ ବଦଳରେ ନୂଆ ନାୟକ ଙ୍କୁ ଗ୍ରହଣ କରିପାରିନାହାନ୍ତି ଦର୍ଶକ Iସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ଧାରାବାହିକ ଛାଡିଲେ ତାଙ୍କ ପ୍ରିୟ ଅଭିନେତା I

ଅବଶ୍ୟ ଏନେଇ ସାତ୍ଵିକ୍ ଓରଫ ଜଗଜିତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଉଡା ଖବର ରୁ ଶୁଣିବାକୁ ମିଳୁଛିକି ସାତ୍ଵିକ୍ ଙ୍କ ପରିଶ୍ରମ ଅନୁଯାଇ ତାଙ୍କୁ ତାଙ୍କ ପ୍ରାପ୍ୟ ନମିଳିବାରୁ ସେ ସମ୍ପୃକ୍ତ ଧାରାବାହିକ ଛାଡିଥିଲେ I ତେବେ ସାତ୍ଵିକ୍ ଙ୍କର ଫ୍ୟାନ ମାନଙ୍କୁ ଖୁସିଖବର ଜଣାଇଛନ

୍ତି ନିଜେ ସାତ୍ଵିକ୍ ଯେ ଜ୍ୱାଇଁ ନମ୍ବର -1 ନାମକ ଏକ ଧାରାବାହିକ ରେ ସେ ପୁଣି ଥରେ ପରଦାକୁ ଫେରୁଛନ୍ତି I ଯାହାକି ଜି ସାର୍ଥକ ରେ ସେପ୍ଟେମ୍ବର 17ତାରିଖରୁ ରାତି 9:30 ରେ ପ୍ରସାରଣ କରାଯିବ I ଏଥିରେ ମୁଖ୍ୟ ଭୂମିକାରେ ସାତ୍ଵିକ୍ ଆସୁଛନ୍ତି I

Leave a Reply

Your email address will not be published. Required fields are marked *