ଇସ୍କ ତୁ ହି ତୁ ପରେ ପୁଣି ଏକାଠି ଆସୁଛନ୍ତି ଅରିନ୍ଦମ ଏବଂ ଏଲିନା ଇସ୍କ ପୁଣି ଥରେ

ସବୁବେଳେ ନିଜର ନିଆରା ଚଳଚିତ୍ର ପାଇଁ ଦର୍ଶକ ଙ୍କର ପ୍ରିୟ ପାଲଟିଥିବା ତରଙ୍ଗ ସିନେ ପ୍ରଡକ୍ସନ ପୁଣିଥରେ ଗଣେଶ ପୂଜାରେ ଆଣୁଚି ଏକ ଜବରଦସ୍ତ ଫିଲ୍ମ I ଯାହାର ନାମ ରହିଛି ଇସ୍କ ପୁଣି ଥରେ I ଏହି ଫିଲ୍ମ ଟିକୁ ଅରିନ୍ଦମ ଙ୍କ ହୋମ ପ୍ରଡକ୍ସନ ରତ୍ନ ଫିଲ୍ମସ ଏବଂ ତରଙ୍ଗ ସିନେ ପ୍ରଡକ୍ସନ ମିଳିତ ଭାବରେ ତିଆରି କରୁଛନ୍ତି I ,ତେବେ ସଂଯୋଗ ବଶତଃ ଏଥିରେ ଏଲିନା ଏବଂ ଅରିନ୍ଦମ ଅଛନ୍ତି I ସୂଚନା ଥାଉ କି ଏକ ଶୋ ମାଧ୍ୟମରେ ନିଜର ଅଭିନୟ ର ଯାଦୁ ଦେଖାଇ ଥିବା ଏଲିନା ଙ୍କୁ ଓଲିଯୁଡ଼ ର ଆକ୍ସନ ହିରୋ ଅରିନ୍ଦମ ଙ୍କ ସହିତ 2015 ରେ ଇସ୍କ ତୁହି ତୁ ରେ ଦେଖିବାକୁ ମିଳିଥିଲା ପ୍ରଥମ ଥର ପାଇଁ I

ଫିଲ୍ମ ଟି ମଧ୍ୟ ଦର୍ଶକ ମହଲରେ ଲୋକାଦୃତ ହେଇପାରିଥିଲା I ଇସ୍କ ତୁହି ତୁ ରୁ ନିଜର ଅଭିନୟ ଆରମ୍ଭ କରିଥିବା ଏଲିନା ୟା ମଧ୍ୟରେ ଅନେକ ସୁପର ହିଟ ଚଳଚିତ୍ର ଭେଟି ଦେଇ ସାରିଥିବା ବେଳେ ନିକଟ ଅତୀତ ରେ ତାଙ୍କର ସବ୍ୟସାଚୀ ଙ୍କ ସହିତ ଟୋକାଟା ଫସିଗଲା ବେଶ ଚର୍ଚିତ ହେଇଥିଲା

I ୟା ମଧ୍ୟରେ ଏଲିନା ଓଡ଼ିଆ ସିନେମା ଦୁନିଆରେ ନିଜର ପରିଚୟ ତିଆରି କରି ଆଗ ଧାଡ଼ିର ଜଣେ ଏକ ନମ୍ବର ନାୟିକା ର ମାନ୍ୟତା ପଇସାରିଛନ୍ତି I I ଏବେ ପୁଣି ଥରେ ଏହି ଏହି ସଫଳ ଯୋଡ଼ିଙ୍କ ନୂଆ ଚଳଚିତ୍ର ଇସ୍କ ପୁଣି ଥରେ ଦର୍ଶକ ମହଲ ରେ ବେଶ ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛନ୍ତି I

Leave a Reply

Your email address will not be published. Required fields are marked *