ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତ ରେ ବାପା ଦେଲା ଜୀବନ

ଗଞ୍ଜାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରି ବୃଦ୍ଧ ବାପା ମଧ୍ୟ ଆରପାରିକି ଚାଲିଯାଇଛନ୍ତି I ଘଟଣା ଟି ବେଲଗୁଣ୍ଠା ବ୍ଲକ ର ବଡପଡା ଗ୍ରାମର I ମିଳିଥିବା ଖବର ଅନୁଯାଇ ଜିତେନ୍ଦ୍ର ପାତ୍ର (45) ଘର ପଛପଟେ ତାର ରେ ଓଦା କପଡା ସୁଖାଉଥିବା ବେଳେ ଏହା ବିଦ୍ୟୁତ ସଂସ୍ପର୍ଶ ରେ ଆସିଯାଇଥିଲା ଏବଂ ଜିତେନ୍ଦ୍ରକୁ ବିଦ୍ୟୁତ ଆଘାତ ଲାଗିଥିଲା

I ଜୀବନ ବଞ୍ଚାଇବାକୁ ଜିତେନ୍ଦ୍ର ଜୋରରେ ଚିତ୍କାର କରିବା ସମୟରେ ପାଖରେ ଥିବା 70ବର୍ଷୀୟ ବୃଦ୍ଧ ବାପା ଅଭିମନ୍ୟୁ କିଛି ଉପାୟ ନପାଇ ଦଉଡି ଯାଇ ପୁଅକୁ ଟାଣି ଆଣିଥିଲେ ,କିନ୍ତୁ ଦୁର୍ଭାଗ୍ୟ ବଶତଃ ବାପା ମଧ୍ୟ ସେହିଠାରେ ବିଦ୍ୟୁତ ଆଘାତ ପାଇଥିଲେ I ଘଟଣା ସ୍ଥଳରେ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଭଞ୍ଜନଗର ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଦୁଇଜଣ ଯାଙ୍କ ମୃତ୍ୟୁ ବରଣ କରିଛନ୍ତି I

Leave a Reply

Your email address will not be published. Required fields are marked *