ତାର ରେ ବସିଥିବା ଚଢ଼େଇ କୁ କାହିଁକି କରେଣ୍ଟ ମାରେ ନାହିଁ

ଆପଣମାନେ କେବେ ନା କେବେ ଏ କଥା ନିଶ୍ଚୟ ଜାଣିଥିବେ କି ଯଦି ଆମେ ଭୁଲରେ କୌଣସି ବିଦ୍ୟୁତ୍ ତାରକୁ ଛୁଇଁ ଦିୟନ୍ତି ଆମକୁ ଜୋରରେ କରେଣ୍ଟ ଲାଗିଥାଏ।କିନ୍ତୁ ସେହି ତାରରେ ଯଦି କୌଣସି ପକ୍ଷୀ ବସିଥାନ୍ତି ତାଙ୍କୁ କାହିଁକି କରେଣ୍ଟ ଲାଗେନାହିଁ।ଏହାର କାରଣ କଣ ଚାଲନ୍ତୁ ଜାଣିବା।

ଏହା ଜାଣିବା ପୂର୍ବରୁ ପ୍ରଥମେ ଜାଣିବା ଉଚିତ୍ କରେଣ୍ଟ କଣ?ଏହା ଏକ ଇଲେକ୍ଟ୍ରୋନିକ ମୁଭମେଣ୍ଟ ଯାହା ଏକ ଧାତୁ ଦ୍ବାରା ସିଧା ଚାଲିଥାଏ।

ଇଲେକ୍ଟ୍ରନ୍ ର ମୁଭମେଣ୍ଟ ପାୱାର ଷ୍ଟେସନ ରୁ ସିଧା ଆପଣଙ୍କ ଘରକୁ ଆସିଥାଏ।ଏବଂ ଆର୍ଥିଂ ଦ୍ବାରା ଭୂମିକୁ ଚଳିଯାଇଥାଏ।ଏବଂ କରେଣ୍ଟ ସର୍ବଦା କାମ ରାସ୍ତାରେ ହିଁ ଯାଇଥାଏ। ମନେ ରଖନ୍ତୁ ଇଲେକ୍ଟ୍ରନ୍ ଯେଉଁଥିରେ ବି ଫ୍ଲୋ ହୁଏ ତାହା ସିଧା ଏବଂ ସରଳ ରାସ୍ତାରେ ହିଁ ଯାଇଥାଏ।ଯଦି କୌଣସି ପକ୍ଷୀ ତାର ଉପରେ ବସିଛି ତେବେ ଇଲେକ୍ଟ୍ରନ୍ ପକ୍ଷୀ ଉପରେ ନ ଯାଇ ସେ ଧାତୁରେ ହିଁ ଚାଲିଯିବ।

କାରଣ ସମସ୍ତ ଧାତୁ ଇଲେକ୍ଟ୍ରନ୍ ର ଭଲ କଣ୍ଡକ୍ଟର ହୋଇଥାନ୍ତି।ସେହି ପରି ଯଦି କୌଣସି ବ୍ୟକ୍ତି ଚଢ଼େଇ ପରି ତାର ଉପରେ ବସନ୍ତି ତେବେ ଇଲେକ୍ଟ୍ରନ୍ ତାଙ୍କ ଉପରେ ଯିବା ଅପେକ୍ଷା ଧାତୁ ଉପରେ ହିଁ ଆରାମ ଭାବରେ ଚାଲିଯିବ।ଏବଂ ତାଙ୍କୁ ମଧ୍ୟ କରେଣ୍ଟ ମାରିବ ନାହିଁ।ସେହି ଦୁଇଟି କାରଣରୁ ଏପରି ହୋଇଥାଏ।

ତେଣୁ ଯଦି ଆପଣ କୌଣସି ବସ୍ତୁ ବା ତାରକୁ ନ ଛୁଇଁ ପକ୍ଷୀ ପରି ତାର ଉପରେ ବସିବେ ତେବେ ଆପଣଙ୍କୁ ମଧ୍ୟ କରେଣ୍ଟ ମାରିବ ନାହିଁ।କିନ୍ତୁ ଯଦି ଆପଣ ଭୁଲରେ ବି କୌଣସି ବସ୍ତୁ କୁ ଛୁଇଁ ଦିଅନ୍ତି ଯାହା ଭୂମି ସହ ଜଡ଼ିତ ଥିବ ଇଲେକ୍ଟ୍ରନ୍ ଆପଣଙ୍କ ଦେହ ପାରି ହୋଇ ଭୂମିକୁ ଚାଲିଯିବ ଏବଂ ଆପଣଙ୍କୁ କରେଣ୍ଟ ଲାଗିବ।ଏବଂ ଏହା ମଧ୍ୟ ସେ ପକ୍ଷୀ ସହ ହେବ।

ଯଦି ସେ କୌଣସି ତାର ଉପରେ ବସି ଭୁଲରେ ଡେଣା କୁ ଅନ୍ୟ ତାର ବା ଅନ୍ୟ ବସ୍ତୁ ଉପରେ ଲଗେଇ ଦେବ ଯାହାକି ଭୂମି ସହ ଜଡ଼ିତ ଥିବ ତେବେ ଏହି ସମୟରେ ପକ୍ଷୀକୁ ମଧ୍ୟ କରେଣ୍ଟ ଲାଗିବ।ଆଶା କରୁଛି ଆପଣ ବୁଝି ସାରି ଥିବେ କି ତାର ଉପରେ ବସି ସାରିବା ପରେ ମଧ୍ୟ କାହିଁକି ପକ୍ଷୀକୁ କରେଣ୍ଟ ଲାଗେ ନାହିଁ।

Leave a Reply

Your email address will not be published. Required fields are marked *