ଭକ୍ତ ଙ୍କ ପାଇଁ ସୁବିଧାରେ ମିଳିବ ଅବଡ଼ା I ମନ୍ଦିର ଭିତରେ ଲାଗିବ ଅବଡ଼ା ର ମୂଲ୍ୟ ସୂଚୀ

ପ୍ରସାଦ ଭିତରେ ସେ ମହାପ୍ରସାଦ ସେଥିପାଇଁ ନା ତାର ଅବଡ଼ା I ଭକ୍ତ ଟିଏ କାହିଁକେତେ ଦୂରରୁ ଧାଇଁ ଆସିଥାଏ ଜଗାର ଟିକିଏ ମହାପ୍ରସାଦ ଖାଇବାକୁ I କିନ୍ତୁ ଆନନ୍ଦବଜାର ରେ ଅଧିକାଂଶ ସମୟ ଅବଡ଼ା କୁ ନେଇକି ତୁମ୍ବିତୁଫାନ ହେଇଥିବାର ନଜିର ଅଛି I କେତେବେଳେ ଭକ୍ତଙ୍କୁ ଅଧିକ ଦାମ ରେ ଅବଡ଼ା ବିକ୍ରୟ ପାଇଁ ହେଉ କିମ୍ବା ବାସି ଅବଡ଼ା ପାଇଁ ଗଣ୍ଡଗୋଳ ହେଇଚି I ଏଣିକି କିନ୍ତୁ ଏସବୁ ଆଉ ଦେଖିବାକୁ ମିଳିବନି I ସମସ୍ତଙ୍କ ପାଇଁ ଅତି ସୁବିଧାରେ ସ୍ୱଳ୍ପ ମୂଲ୍ୟରେ ଅବଡ଼ା ଯୋଗାଇଦେବାକୁ ପ୍ରଶାସନ ଏବଂ ମନ୍ଦିର କମିଟି ତରଫରୁ ବୈଠକ ବସି ନିଷ୍ପତି ନିଆଯାଇଛି I

ମିଳିଥିବା ଖବର ଅନୁଯାଇ ଆନନ୍ଦବଜାର ରେ କୌଣସି \ବି ସେବକ ବାସି ଅବଡ଼ା ବିକ୍ରୟ କରିପାରିବେ ନାହିଁ ଏବଂ ଭକ୍ତ ମାନଙ୍କୁ ସେବକ ମାନେ ତାଙ୍କ ଇଛା ଅନୁଯାଇ ଅବଡ଼ା ର ଦାମ ବଢ଼ାଇ ବିକିପରିବେ ନାହିଁ I

ସମସ୍ତ ଅବଡ଼ା ବିକ୍ରୟ ପାଖରେ ଏହାର ନିର୍ଧାରିତ ମୂଲ୍ୟସୂଚୀ ସୂଚିତ ରହିବ I ଏବଂ ଭକ୍ତମାନଙ୍କ ସୁବିଧା ପାଇଁ ଏହା ଥାଳି ଆକାରରେ ମଧ୍ୟ ଆନନ୍ଦବଜାର ରେ ଉପଲବ୍ଧ ହେବ ଯାହାର କି ମୂଲ୍ୟ ସୂଚିତ କରାଯିବ I ପ୍ରାପ୍ତ ଖବର ଅନୁଯାଇ ଥାଳି ପିଛା 80ଏବଂ 120 ଟଙ୍କା ରଖାଯିବ

Leave a Reply

Your email address will not be published. Required fields are marked *