ସୋରିଷ ତେଲ ଖାଇବା ଠିକ୍ ନା ଭୁଲ୍।

ଆସନ୍ତୁ ଜାଣିବା ଆପଣଙ୍କ ଶରୀର ପାଇଁ ସୋରିଷ ତେଲ ଖାଇବା କେତେ ଉପଯୋଗୀ।ଭାରତ,ରୋମ ଓ ଗ୍ରୀସ୍ ରେ ପ୍ରାଚୀନ କାଳରୁ ସୋରିଷ ତେଲର ରୋଷାଇ ଓ ଔଷଧୀୟ ଗୁଣ ଥିବା ତେଲ ଭାବେ ବ୍ୟବହୃତ ହୋଇ ଆସୁଛି।

ଏହି ତେଲରେ ଓମେଗା ୩ଓ୬ ଭିଟାମିନ ଇ ଓ ଖଣିଜ ଲବଣ ଏବଂ ଆଣ୍ଟି ଅକ୍ଷୀଡ଼ାନ୍ଟ ସମୃଦ୍ଧ ଖାଣ୍ଟି ସୋରିଷ ତେଲରେ ରହିଛି କଡ଼ା ଅଣୁଜିବୀ ନିରୋଧି ଓ ସଂକ୍ରମଣ ନିରୋଧୀ ଉପାଦାନ।

ତେଣୁ ଏହା ହୃତପିଣ୍ଡ ପାଇଁ ଭଲ ହେବା ସହ କର୍କଟ ରୋଗ ହେବା ଆଶଙ୍କା ରୁ ଦୂରେଇ ଦେଇ ଥାଏ।ଏହି ସ୍ନାୟୁ ତନ୍ତ୍ରକୁ ସାହାଯ୍ୟ କରିବାରେ ଅଦ୍ୱିତୀୟ।

ଏହା ରକ୍ତ ସଞ୍ଚାଳନ ଓ ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରେ।ସବୁଠୁ ବଡ଼ କଥା ହେଲା ସୋରିଷ ତେଲ ହଜମ କ୍ରିୟା ଚଳ ଚଞ୍ଚଳ କରେ।

ବହୁ ମାତ୍ରାରେ ଫ୍ୟାଟି ଏସିଡ ଥିବାରୁ ନିୟମିତ ସୋରିଷ ତେଲ ଖାଇଲେ କୋଲେଷ୍ଟ୍ରଲର ପରିମାଣ କମି ହୃତପିଣ୍ଡ ସୁସ୍ଥ ରହିଥାଏ।ଓ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ।ସୋରିଷ ତେଲ ବହଳିଆ ଆଉ ଭିଟାମିନ ଇ ରେ ଭରପୁର ଥିବାରୁ ଏହାକୁ ଦେହରେ ଲଗେଇଲେ ପ୍ରାକୃତିକ ସନ୍ ସ୍କ୍ରିନ୍ ଭଳି କାର୍ଯ୍ୟ କରିଥାଏ।

ଚର୍ମର ଛିଦ୍ର ସବୁ ଉନ୍ମୁକ୍ତ କରି ଝାଳ ନିଗ୍ରତ୍ କରାଇଥିବାରୁ ଏହାକୁ ପ୍ରାକୃତିକ ବିଶୋଧକ୍ କୁହାଯାଏ।ଏହି ତେଲକୁ ମୁଣ୍ଡରେ ଲଗେଇଲେ ଚୁଟି ଝଡ଼ିବା ବା ରୁପି ସମସ୍ୟା ରହି ନ ଥାଏ।ସୋରିଷ ତେଲ ଉଭୟ ଶରୀର ଭିତରେ ଆଉ ବାହାରେ ଥିବା ଉପକାରୀ ଅନୂଜିବ ଙ୍କ ସହ ଲଢ଼ିଥାୟେ।

Leave a Reply

Your email address will not be published. Required fields are marked *