ବିଷ୍ଣୁ ଦାସ ଗୁଲୁଗୁଲା ଖାଉଥିଲା ,ମୁଁ ତାକୁ ରାଜନୀତି କୁ ଆଣିଥିଲି ,ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲି ଙ୍କ ଚେର କାଟିଦେବେ ଦାମ ଜାଣନ୍ତୁ କିପରି

ବହୁ ଚର୍ଚିତ ଚାରା ,ସମବାୟ ,ଓମଫେଡ ଦୁର୍ନୀତି ର ଗୁମର ଖୋଲିବାପରେ ବିଜେଡି ରୁ ଦାମ ବାବୁଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ହାଇ ଭୋଲ୍ଟେଜ ଡ୍ରାମା ଚାଲିଥିବା ବେଳେ ଦମଙ୍କ ତଥାକଥିତ ବିରୋଧୀ ବିଷ୍ଣୁ ଦାସ କହିଛନ୍ତି କି ଦାମ ଜଣେ ଦୁର୍ନୀତି ଗ୍ରସ୍ତ ନେତା I ଏହାର ଜବାବ ରେ ସିଧାସଳଖ ଦାମ ଙ୍କ ଟାର୍ଗେଟ ରେ ଆସିଛନ୍ତି ବିଷ୍ଣୁ ଦାସ I ଦାମ କହିଛନ୍ତି ଯେ ବିଷ୍ଣୁ ଦାସ ହାଟରେ ଗୁଲୁଗୁଲା ଖାଉଥିଲା ମୁଁ ତାକୁ ରାଜନୀତି ଶିଖାଇଥିଲି I ବିଜେଡି ରେ ଟିକେଟ ଦେଇଥିଲି କିନ୍ତୁ ସେ ଦୁର୍ନୀତି କଲା ସେଥିପାଇଁ ମୁଁ ତାକୁ ବିରୋଧ କଲି ଏମିତିକି ନିଜ ପୁଅର ସାର୍ଟିଫିକେଟ ଜାଲିଆତି କରି ମନ୍ତ୍ରୀପଦ ରୁ ବିଦା ହେଲା ଏବେ ମୋ ବିରୁଦ୍ଧରେ ସେ କଣ କହିବ I

ରାଜ୍ୟସଭା କୁ ଗଲାଯେ ଇଂରାଜୀ କହିନପାରି ଆଣ୍ଠେଇ ପଡିଲା ,ନାକରୁ ରକ୍ତ ବୋହିଯାଉଥିଲା ସେ କଣ ଅଧିକ କହିବ I ତାକୁ ରାଜନୀତି କୁ ଆଣିକି ମୁଁ ଭୁଲ କରିଥିଲି ,2019 ରେ ସେ ତାର ଜବାବ ପାଇଯିବେ I ଅପରପକ୍ଷରେ ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ ତାଙ୍କ ବିରୁଧରେ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିବା ନେଇ କହିଛନ୍ତି ଯେ ଏରସମା ହେଉଛି ମୋ ଘର I ମୁଁ ପାରାଦୀପ ଆସିଲା ବେଳେ ତାକୁ ଏରସମା ରେ ଠିଆ କରାଇ ଜିତାଇଥିଲି I ଆଜି ସେ ଦୁର୍ନୀତି କଲାରୁ ମୁ ତାକୁ ସତର୍କ କରିବାରୁ ମୋ ବିରୁଧରେ ଯାଇଛି I

ତା ମୁଣ୍ଡକୁ କଙ୍କଡା ବିଛା କାମୁଡିଲାଣି I ତା ରାଜନୈତିକ ଭବିଷ୍ୟତ ଏଇଠୁ ବନ୍ଦ I ସେ କଦାପି ଆଉ ବିଧାନସଭା ମାଟି ମାଡ଼ିପାରିବ ନାହିଁ I ଅବଶ୍ୟ ଏହା ସତ୍ୟ ଯେ ଯଦିଓ ପାରାଦୀପ ରେ ଦାମ ଙ୍କ ବିକଳ୍ପ କେହି ନାହାନ୍ତି ସେହିପରି ନିଜ ଘର ତଥା ଏରସମା ରେ ଦାମ ଙ୍କ ଦଗଦମା ରହିଛି I ଯାହା ରାଜନୈତିକ ସମୀକ୍ଷକ ମାନେ ମତ ଦିଅନ୍ତି ଯଦି ଦାମ ଚାହିଁବେ ଏରସମା ରୁ ପ୍ରଶାନ୍ତ ଙ୍କ ବିଜୟ କଷ୍ଟସାଧ୍ୟ I

Leave a Reply

Your email address will not be published. Required fields are marked *