୧୦ ମ ଶ୍ରେଣୀ ରେ ପଢୁଥିବା ଝିଅ କୁ ଅନୈତିକ ବ୍ୟାପାର ରେ ଲଗାଉଥିଲା ମା:ବାଲେଶ୍ଵର ଥାନା ରେ ଅଭିଯୋଗ କଲା ଝିଅ

ଏହି ଘଟଣା ଟି ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ।ନିଜର ୧୦ ବର୍ଷ ର ଝିଅ କୁ ମା ବାଧ୍ୟ କରେ ମା ବୟସ୍କ ପୁରୁଷ ମାନଙ୍କ ସହ ସମ୍ପର୍କ ରଖିବାକୁ।

ଏ ପୁଣି ସାବତ ମା ବି ନୁହେଁ ନିଜେ ଜନ୍ମ କଲା ମା।

ବାଲେଶ୍ଵର ସଦର ପୋଲିସ୍ ଙ୍କ ପାଖରେ ଏହିପରି ଅଭିଯୋଗ ରଖିଛି ଝିଅ। ସେ କହିଛି ଯେ ମା ଙ୍କ ପୁରୁଷ ବନ୍ଧୁ ଯେହେତୁ ପରିବାର ଚଲେଇବାକୁ ଆର୍ଥିକ ସହାୟତା ଦିଅନ୍ତି ତେଣୁ ମା ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରେ।

କିନ୍ତୁ ଅନ୍ୟ ପକ୍ଷରେ ଝିଅ ର ଏହି କଥାକୁ ଫାଙ୍କି ମା କହିଛନ୍ତି ଯେ ଝିଅ ର ମାନସିକ ବିକୃତି ଅଛି।

ତେବେ ଏହି ଘଟଣା ହେଉଛି ବାଲେଶ୍ଵର ର କୁରୁଡା ପଞ୍ଚାୟତ ର।ଆଉ ଏହା ମଧ୍ୟ ପ୍ରକାଶ ଥାଉ କି ମହିଳା ଜଣକ ସ୍ବାମୀ ପରିତ୍ୟକ୍ତ ଏବଂ ସେ ଭଡ଼ା ନେଇ ଗୋଟେ ପୁଅ ଆଉ ଝିଅ ଙ୍କୁ ନେଇ ରୁହନ୍ତି।

ତେବେ ଝିଅ ନିର୍ଯାତନା ସହି ନ ପାରି ଲୁଚି ଯାଇ ଏକ ସ୍ବେଚ୍ଛସେବୀ ସଂଘଠାନ କୁ ଜଣାଇଛି। ଝିଅ ଏହା ମଧ୍ୟ କହିଛି ଯେ ମା ଙ୍କ ଅନ୍ୟ ପୁରୁଷ ସହ ସମ୍ପର୍କ ଥିବାରୁ ମୋ ବାପା ଅନ୍ୟ ଜଣଙ୍କୁ ବାହା ହେଇ ଗାଆଁ ରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *