ସରକାର ଙ୍କ ଅପାରଗତା କୁ ଗାଁ ଗାଁ ରେ ବୁଲି ଲୋକମାନଙ୍କ ପାଖରେ ପହଞ୍ଚାଇବେ ଶିକ୍ଷକ ମାନେ

ବାରମ୍ବାର କେବଳ ପ୍ରତିଶୃତି ଦିଆଯାଉଛି କିନ୍ତୁ କୌଣସି ପ୍ରତିଶୃତି ରଖାଯାଉନି I ଶିକ୍ଷକ ମାନଙ୍କୁ ପ୍ରତିଥର ଏକ ନିର୍ଦ୍ଧିଷ୍ଟ ସମୟ ଦେଇ ପୁଣି ଠକି ଦିଆଯାଉଛି I ଯାହାକୁ ବିରୋଧ କରି ରାଜରାସ୍ତାରେ ଶିକ୍ଷକ ମାନେ ବିଗତ
୩୧ଦିନ ଧରି ଆନ୍ଦୋଳନ ଚଲାଇ ଆସିଛନ୍ତି I ଏପରିକି ଗୁରୁଦିବସ କୁ ମଧ୍ୟ ସେମାନେ ପାଳନ ନକରି କଳାଦିବସ ଭାବେ ପାଳନ କରିଥିଲେ I ରାଜରାସ୍ତାରେ ପାଖାପାଖି 50 ହଜାର ରୁ ଉର୍ଧ ଶିକ୍ଷକ ବସିରହିଥିଲେ ମଧ୍ୟ ସରକାର ତାଙ୍କ ସମସ୍ୟା ସମାଧାନ ନିମନ୍ତେ କୌଣସି ନିଷ୍କର୍ସ ବାହାର ନକରିବା କୁ ନେଇ ଗାଁ ଗାଁ ବୁଲିବେ ଶିକ୍ଷକ I ମିଛ ପ୍ରତିଶୃତି ଦେଇ ବାରମ୍ବାର ଠକୁଥିବା ସରକାର ଙ୍କ ବିରୁଦ୍ଧରେ ପ୍ରତି ଗାଁ ରେ ଲୋକଙ୍କ ପାଖରେ ପହଞ୍ଚାଇବେ ସରକାର ଙ୍କ ଅସଲ ରୂପ I କିପରି ସେମାନଙ୍କୁ ପ୍ରତାରଣା କରାଯାଉଛି I ସରକାର ବିରୋଧୀ ଲିଫଲେଟ୍ ମଧ୍ୟ ସମସ୍ତଙ୍କୁ ବାଣ୍ଟିକି ସଚେତନ କରିବେ I

ଆସନ୍ତା କାଲିଠାରୁ ଏହି ଅଭିଯାନ ଆରମ୍ଭ ହେଇ ତିନିଦିନ ଧରି ଚାଲିବ ଏବଂ ବୁଧବାର ଦିନ ଭୁବନେଶ୍ୱର ରେ ଏକ ବିଶାଳ ମହାସମାବେଶ ହେବାର ଯୋଜନା ଅଛି I ଅନ୍ୟପଟେ ବିଜେଡି ରୁ ବହିସ୍କୃତ ଦାମ ସରକାରଙ୍କ ଦୁର୍ନୀତି ସମ୍ପର୍କ ରେ ତୁଣ୍ଡ ଖୋଲିଥିବା ବେଳେ ଏବେ ପୁଣି ଶିକ୍ଷକ ମାନେ ସରକାର ବିରୋଧୀ ନାରା ନେଇ ଗାଁ ଗାଁ ବୁଲିବା ନିହାତି ଭାବରେ ସରକାର ଙ୍କୁ ଅସୁବିଧା ରେ ପକାଇବ I

Leave a Reply

Your email address will not be published. Required fields are marked *