ଓସ୍ତ ବା ଅଶ୍ବତ୍’ଥ ଗଛ ପୂଜା କରିବା ଦ୍ୱାରା ଏହି ସବୁ ସମସ୍ୟା ସମାଧାନ ହେଇଥାଏ

ଓସ୍ତ ବା ଅଶ୍ବତ୍’ଥ ଗଛ କୁ ସାଧାରଣତଃ ଆମେ ଅଶୁଭ ମାନୁଥାଉ କାହିଁକିନା ଆମ ପୁରାଣ ଅନୁଯାଇ କୁହାଯାଇଛି କି ଏହି ଗଛରେ ଲକ୍ଷ୍ମୀ ଙ୍କ ଭଉଣୀ ଅଲକ୍ଷଣୀ ବାସ କରିଥାନ୍ତି I କିନ୍ତୁ ଶାସ୍ତ୍ର କହୁଛି କି ଅଶ୍ବତ୍’ଥ ଗଛର ମୂଳରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି ଏବଂ ପତ୍ରରେ ହରି ରୁପି ନାରାୟଣ ବାସ କରିଥାନ୍ତି I ଏହି ବୃକ୍ଷ ସାକ୍ଷାତ ଭଗବାନ ଙ୍କ ଅବତାର I ଅଶ୍ବତ୍’ଥ ବୃକ୍ଷକୁ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ହେଇଥାଏ I ଅକାଳ ମୃତ୍ୟୁ ,ଅକସ୍ମାତ ଦୁର୍ଘଟଣା ଘଟିନଥାଏ I

ବିଶ୍ୱାସ ରହିଛି କି ଅଶ୍ବତ୍’ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରି ପୂଜା କରିବା ଦ୍ୱାରା ଅପୁତ୍ରିକ ନାରୀ ମଧ୍ୟ ସନ୍ତାନ ପ୍ରାପ୍ତ ହେଇଥାଏ I ଏହି ଅଶ୍ବତ୍’ଥ ବୃକ୍ଷ ମୂଳରେ ଗୌତମ ବୁଦ୍ଧ ତପସ୍ୟା କରି ଜ୍ଞାନ ପ୍ରାପ୍ତ ହେଇଥିଲେ ସେଥିପାଇଁ ଏହି ବୃକ୍ଷ କୁ ଜ୍ଞାନ ବୃକ୍ଷ କୁହାଯାଏ I କୁହାଯାଏ କି ଏହି ଗଛ ମୂଳରେ ତପସ୍ୟା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I ଏହି ବୃକ୍ଷ କୁ ସାକ୍ଷାତ ମୋକ୍ଷ -ଧର୍ମ -ଅର୍ଥ ର ପ୍ରତୀକ ଭାବେ ମନାଯାଇଥାଏ I

ଏହାର ଅମ୍ଳଜାନ ଶରୀର ପାଇଁ ସୁସ୍ଥ ଅଟେ I ଆମ ପୂର୍ବ ପିଢ଼ିର ଲୋକମାନେ ସାଧାରଣତଃ ଗାଁ ମଝିରେ ଓସ୍ତ ବା ଅଶ୍ବତ୍’ଥ ଗଛ ଲଗାଇଥାନ୍ତି ଏବଂ ବେଳେବେଳେ ଦୁଇଜଣ ଭବିଷ୍ୟତ ରେ ନିଜ ସନ୍ତାନ କୁ ବିବାହ କରାଇବା ପାଇଁ ବର ଗଛ ଏବଂ ଓସ୍ତ ବା ଅଶ୍ବତ୍’ଥ ଗଛ ଲଗାଇ ଶପଥ ନେଇଥାନ୍ତି ଦୁଇ ବନ୍ଧୁରେ ପରିଣତ ହେବାକୁ I ଏହି ଗଛ ଲଗାଇବା ଦ୍ୱାରା ପିତୃପୁରୁଷ ଉଦ୍ଧାର ହେଇ ମୋକ୍ଷ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି I

Leave a Reply

Your email address will not be published. Required fields are marked *