ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦେଲେ ପୁରୀ ସଚେତକ ମଞ୍ଚ ଆବାହକ I ନିଷିଦ୍ଧାଞ୍ଚଳ ଚିଲିକା ରେ ଉଡିଥିଲେ ମୁଖ୍ୟମନ୍ତ୍ରୀ !!

ନିଷିଦ୍ଧାଞ୍ଚଳ ଚିଲିକା ଉପରେ ବୈଜୟନ୍ତ ଙ୍କ ହେଲିକପ୍ଟର ଉଡିବା ନେଇ ଅଭିଯୋଗ କରାଯିବା ପରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଗତକାଲି ରାତ୍ରିରେ ଭୁବନେଶ୍ୱର ବିମାନ ବନ୍ଦର ରୁ ବୈଜୟନ୍ତ ଙ୍କ ହେଲିକପ୍ଟର କୁ ଜବତ କରିଛନ୍ତି I ତେବେ ଏନେଇ ଆଜି ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରିୟଦର୍ଶିନ ପଟନାୟକ ମୁଖ୍ୟମନ୍ତ୍ରୀ ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ପୁରୀ ଏସପି ଙ୍କ ନିକଟରେ I ପ୍ରିୟଦର୍ଶନ ଙ୍କ ଅଭିଯୋଗ ଅନୁଯାଇ ମୁଖ୍ୟମନ୍ତ୍ରୀ ଏବଂ ପୁରୀ ସାଂସଦ ପିନୀକୀ ମିଶ୍ର, ମନ୍ତ୍ରୀ ପ୍ରଦୀପ ମହାରଥୀ,ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଞ୍ଜୟ ଦାସ ବର୍ମା ପୂର୍ବରୁ ମଧ୍ୟ ଚିଲିକାର ସେହି ନିଷିଦ୍ଧାଞ୍ଚଳ ରେ ହେଲିକପ୍ଟର ଉଡାଣ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ I

ଆଇନ କାହାର ଏକଚାଟିଆ ଅଧିକାର ନୁହେଁ ଏହା ସମସ୍ତଙ୍କ ପାଇଁ ସମାନ I ଏନେଇ ଅଧିକ ଖବର ଦେଇ ପ୍ରିୟଦର୍ଶନ କହିଛନ୍ତି କି 26ଜୁଲାଇ 2017 ରେ ମୁଖ୍ୟମନ୍ତ୍ରୀ ଚିଲିକା ରେ ଅବତରଣ କରି ଏକ ହୋଟେଲ ର ଉଦ୍ଘାଟନ କରିଥିଲେ I ସେହିପରି 23.1.2014ରେ ବିଜେଡି ର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ,ଏବଂ ସାଂସଦ ପିନାକୀ ମିଶ୍ର ଅରଖ କୁଦାରେ ହେଲିକପ୍ଟର ରୁ ଅବତରଣ କରିଥିଲେ

ଏବଂ 4.8.2018 ରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏବଂ ସଞ୍ଜୟ ଦାସବର୍ମା ଏକ କଲେଜ ର ଉଦ୍ଘାଟନ ନିମନ୍ତେ ଚିଲିକା ଉପରେ ଉଡାଣ କରିଥିଲେ I ପିନାକୀ ମିଶ୍ର ,ସଞ୍ଜୟ ଦାସବର୍ମା ଏବଂ ମନ୍ତ୍ରୀ ମହେଶ୍ୱର ମହାନ୍ତି ପଂଚାୟତ ନିର୍ବାଚନରେ ମଧ୍ୟ ଚିଲିକା ଉପରେ ଉଡାଣ କରିଥିଲେ I ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଏହି ନେତାମାନଙ୍କୁ ଗିରଫ କରାଯାଉ ବୋଲି ଏକ ପ୍ରେସ ମିଟ ରେ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *