ସିଜ୍ କରିନଥିଲେ 2019 ନିର୍ବାଚନ ରେ ଗଡ଼ ଫାଦର ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତା ,ସବୁରି ମୂଳରେ ହେଲିକପ୍ଟର,

ବୈଜୟନ୍ତ ଙ୍କ ହେଲିକପ୍ଟର ସିଜ୍ ପରେ ଚାଲିଛି ଚର୍ଚା,ତର୍କ ବିତର୍କ , କାହିଁକି ଏ କାର୍ଯ୍ୟାନୁଷ୍ଠାନ ,ଯଦିଓ ପୂର୍ବରୁ ମଧ୍ୟ ସେହି ଚିଲିକା ଦେଇ ନିଜେ ମୁଖ୍ୟମନ୍ତ୍ରୀ ଉଡାଣ କରିଛନ୍ତି Iତେବେ ରାଜନୈତିକ ବିଶେଷଜ୍ଞ ମାନଙ୍କ କଥା ଅନୁଯାଇ ଏହା ଗଡ଼ ଫାଦର ଙ୍କର ବୈଜୟନ୍ତ ଙ୍କ ଲୋକପ୍ରିୟତା କୁ ନେଇ ଭୟ ଏବଂ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁ ବୈଜୟନ୍ତ ଙ୍କ ଟାର୍ଗେଟ କରିବାର ପରିଣାମ I କଥା କଣ କି ଆଜ୍ଞା ବୈଜୟନ୍ତ ସିଧାସଳଖ ତୃତୀୟ ମହଲା ର ଦ୍ୱିତୀୟ କ୍ଷମତା କେନ୍ଦ୍ର ଙ୍କୁ ଟାର୍ଗେଟ କରି କେନ୍ଦ୍ରାପଡା ର ପାଣିଟାଙ୍କି ରେ ଅଣ୍ଡା ଢେଲା ମାଡ ଖାଇ ଦଳରୁ ନିଲମ୍ବିତ ହେବା ପରେ ,ନିଜ ବାପାଙ୍କ ଅନ୍ତ୍ୟସ୍ତି କ୍ରିୟାରେ କେହି ଯୋଗ ନଦେବାରୁ ବିଜେଡି କୁ ବାଧ୍ୟ ହେଇ ଛାଡିଥିଲେ I କିନ୍ତୁ ବୈଜୟନ୍ତ ଙ୍କ ପ୍ରତି ଲୋକମାନଙ୍କର ଭଲପାଇବା ବଢିଥିଲା I

ବୈଜୟନ୍ତ ବିଜେଡି ଛାଡିବା ପରେ ବିଜେଡି ର ସମସ୍ତ ନେତାଙ୍କୁ ହୁଇପ ଜାରି କରାଯାଇଥିଲା ବୈଜୟନ୍ତ ଙ୍କ ଓଟିଭି ସ୍ଟୁଡ଼ିଓ ମାଟି ନ ମାଡ଼ିବା ପାଇଁ I ଓଟିଭି କୁ ବୟକଟ ପରେ ଓଡ଼ିଶାର ସବୁଠୁ ଚର୍ଚିତ ଶୋ ନିଉଜ ଫିଉଜ କୁ ବନ୍ଦ କରାଯାଇ ଓଟିଭି ର ଟିଆର୍ପି କମାଇବା କୁ ଉଦ୍ୟମ କରାଯାଇଥିଲା I

ଅବଶ୍ୟ ଓଟିଭି ର ସବୁଠୁ ଲୋକପ୍ରିୟ ଶୋ ରୁ କୁନା ତ୍ରିପାଠୀ ମଧ୍ୟ ବିଦାୟ ନେଇଥିଲେ ଯଦିଓ କୁନା ଙ୍କ ଚଳଚିତ୍ର ନିଗମ ର ଅଧ୍ୟକ୍ଷ ହେବା ପରେ ସେ ସଫେଇ ଦେଇଥିଲେ କି ସେ ଚଳଚିତ୍ର ବିଭାଗର ଉର୍ନତି ପାଇଁ ସମୟ ଦେଇପାରିନାହାନ୍ତି I ତେବେ ସତ କଥା ଟା କଣ ପ୍ରାୟତଃ ସମସ୍ତେ ଜାଣନ୍ତି I କେବଳ ଓଟିଭି ନୁହେଁ ବୈଜୟନ୍ତ ଙ୍କ ଓରଟେଲ କେବୁଲ ଉପରେ ମଧ୍ୟ ଅଧିକାଂଶ ଜାଗାରେ ଚଢ଼ାଉ କରାଯାଇ ଅଫିସ ସିଲ କରାଯାଇଥିଲା I ଆଶା କରାଯାଉଥିଲା କି ଏହାପରେ ବୈଜୟନ୍ତ ଚୁପ ରହିବେ କିନ୍ତୁ ତଥାପି ଚୁପ ରହିନଥିଲେ ପଣ୍ଡା ମହାଶୟ I ନିଜ ନିର୍ବାଚନୀ ମଣ୍ଡଳୀ ରେ ସାଧାରଣ ଲୋକଙ୍କ ପାଖରେ ପହଂଚିଥିଲେ ବୈଜୟନ୍ତ I ଲୋକଙ୍କ ସୁଖ ଦୁଃଖରେ ସାଥି ହେଇଥିଲେ I

ଏହାପରେ ପୁଣି ଥରେ ପାନେ ଦେବାକୁ ବୈଜୟନ୍ତ ଙ୍କ କମ୍ପାନୀ ଇମ୍ଫାରେ ଅଦୃଶ୍ୟ ଶକ୍ତି ଙ୍କ ଇସାରାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରାଯାଇ ବନ୍ଦ କରାଯାଇଥିଲା I ଏଥିରେ ଆଦୌ ଭାଙ୍ଗିପଡିନଥିଲେ ବୈଜୟନ୍ତ ଏଥର କିନ୍ତୁ କେବଳ କେନ୍ଦ୍ରାପଡା ନୁହେଁ ଓଡ଼ିଶାର ସମସ୍ତ ଅଂଚଳ ବୁଲି ବୁଲି ଲୋକ ମାନଙ୍କ ପାଖରେ ପହଂଚିଥିଲେ ବୈଜୟନ୍ତ I ହେଇଯାଉ ଚା ଖଟି ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ ,ଯାହାକୁ ବିପୁଳ ଜନସମର୍ଥନ ମିଳୁଥିଲା I

କଟକ ହିନ୍ଦୋଳ ଯେଉଁଠାରେ ବି ବୈଜୟନ୍ତ ପହଁଚୁଥିଲେ ସେଠାରେ ଦଳ ମତ ନିର୍ବିଶେଷ ରେ ପହଁଚୁଥିଲେ ହଜାର ହଜାର ଲୋକ I ଏଥିରେ ଗଡ଼ ଫାଦର ଭୟଭୀତ ହେବା ସ୍ୱାଭାବିକ କଥା I ୟା ମଧ୍ୟରେ ଦୁର୍ନୀତି ର ଗୁମର ଖୋଲିଥିବା ଦାମ ଙ୍କୁ ବହିଷ୍କାର ପରେ ବୈଜୟନ୍ତ ତାଙ୍କ ବାସଭବନ ରେ ପହଁଚି ରୁଦ୍ଧ ଦ୍ୱାର ବୈଠକ ବସିଥିଲା I ଏବଂ ଚର୍ଚ୍ଚା ଚାଲିଲା କି ସମସ୍ତ ବିଜୁ ପ୍ରେମୀ ଙ୍କୁ ଏକାଠି କରିବେ ବୈଜୟନ୍ତ ଏବଂ ଓଡିଶା ସାରା ଆନ୍ନା ହେଇ ସରକାର ଙ୍କ ଦୁର୍ନୀତି ଭ୍ରଷ୍ଟାଚାର କୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦାମ I

ବୋଧହୁଏ ଏଥିରେ ସମ୍ପୂର୍ଣ୍ଣ ଡରିଯାଇଥିଲେ ଗଡ଼ଫାଦର ଏବଂ ଥାର୍ଡ଼ ଫ୍ଲୋର ର ଦ୍ୱିତୀୟ କ୍ଷମତା କେନ୍ଦ୍ର I ଏହି ସମୟରେ ଯଦି ବୈଜୟନ୍ତ ଙ୍କୁ ରୋକା ନଯାଏ ତେବେ ପରିସ୍ଥିତି ଭୟାନକ ହେଇପାରେ I ତେବେ ସବୁରି ମୂଳରେ ହେଉଛି ହେଲିକପ୍ଟର ,ଏହି ହେଲିକପ୍ଟର ଥିବାରୁ ବୈଜୟନ୍ତ ସବୁ ଜାଗାକୁ ପଳାଉଛନ୍ତି ,ହେଇଯାଉ କରୁଛନ୍ତି ଏବଂ ଲୋକମାନେ ଭିଡ଼ ଜମାଉଛନ୍ତି I ସେଥିପାଇଁ ଚର୍ଚା ଚାଲିଛି କି ପୁରା ତାମିଲ ଯୋଜନା ଅନୁଯାଇ ଜିରାରୁ ସିରା କଢ଼ା ଯାଇ ବୈଜୟନ୍ତ ଙ୍କ ହେଲିକପ୍ଟର ଜବତ କରାଗଲା I

ନା ରହିବ ବାଉଁଶ ନା ବାଜିବ ବଇଁଶୀ !! ହେଲିକପ୍ଟର ସିଜ୍ ,ଏବେ କେମିତି କରିବେ ହେଇଯାଉ ଚା ଖଟି ??? ବିଜୁ ଅନୁଗତ ଙ୍କୁ ଏକାଠି କରାଇ ନୂଆ ଦଳ ଗଢିବା ଯୋଜନା କେବଳ ସ୍ବପ୍ନ ହେଇ ରହିଯିବ !!କିନ୍ତୁ ନିଜ ଜାଲରେ ନିଜେ ଫସିବା ପରି ବିଜେଡି ସୁପ୍ରିମ ଛନ୍ଦି ହେଇପଡ଼ିଛନ୍ତି I ସବୁଆଡୁ ବିରୋଧ ର ସ୍ୱର ଉତ୍ତଳନ ହେବାରେ ଲାଗିଲାଣି I ଏପରିକି ପୁରୀରୁ ଜନ ସଚେତକ ମଞ୍ଚ ଆବାହକ ପିକୁ ପଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ଏବଂ କହିଛନ୍ତି କି ମୁଖ୍ୟମନ୍ତ୍ରୀ ପୂର୍ବରୁ ଚିଲିକା ଦେଇ ଉଡାଣ କରିଛନ୍ତି ତେଣୁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ I ତେବେ ଦେଖାଯାଉ ବୈଜୟନ୍ତ ଙ୍କୁ ଚୁପ କରାଇବାର ଏହି ଯୋଜନା କେତେ ସଫଳତା ଆଣୁଚି ଦ୍ୱିତୀୟ କ୍ଷମତା କେନ୍ଦ୍ର ଏବଂ ଗଡ଼ ଫାଦର ଙ୍କ ପାଇଁ I

Leave a Reply

Your email address will not be published. Required fields are marked *