ଗାଈକୁ ମିଳିବ ରାଷ୍ଟ୍ରମାତା ମାନ୍ୟତା

ଗାଈ କୁ ଦ୍ୱିତୀୟ ମାତା କୁହାଯାଏ I କାହିଁକିନା ପିଲା ଜନ୍ମ ପରେ ଯେମିତି ନିଜ ମା ଠାରୁ କ୍ଷୀରପାନ କରି ବଡ ହେଇଥାଏ ସେହିପରି ଗାଈ ଠାରୁ ସବୁ ସମୟରେ କ୍ଷୀର ମିଳିଥାଏ ମନୁଷ୍ୟକୁ Iଗାଈ କ୍ଷୀର ରୁ ଦହି ଛେନା ,ଲହୁଣୀ ,ଘିଅ ମିଳିଥାଏ I ଖାଲି କ୍ଷୀର ନୁହେଁ ଏହାର ଗୋବର ,ମୂତ୍ର ,ବହୁତ ଦରକାର ହେଇଥାଏ I ଶାସ୍ତ୍ର ଅନୁଯାଇ ବିଶ୍ୱାସ ରହିଛି କି ଗାଈ ଶରୀର ରେ 33କୋଟି ଦେବାଦେବୀ ବାସ କରନ୍ତି I ସେଥିପାଇଁ ଗାଈକୁ ଗୋ ମାତା କୁହାଯାଏ I ହିନ୍ଦୁଶାସ୍ତ୍ର ଅନୁଯାଇ ଗାଈକୁ ପୂଜା କରାଯାଇଥାଏ I

ଗୋ ମାତା କୁ ରାଷ୍ଟ୍ରମାତା ର ମାନ୍ୟତା ଦେବାକୁ ଉତରାଖଣ୍ଡ ବିଧାନସଭାରେ ରାଜ୍ୟମନ୍ତ୍ରୀ ରେଖା ଆର୍ଯ୍ୟା ଏକ ପ୍ରସ୍ତାବ ରଖିଥିଲେ I ଦଳ ମତ ନିର୍ବିଶେଷରେ ସମସ୍ତେ ଗ୍ରହଣ କରିବା ପରେ ଏହି ପ୍ରସ୍ତାବ କୁ କେନ୍ଦ୍ର ସରକାରଙ୍କୁପଠାଇଦିଆଯାଇଛି I ଏନେଇ ଖୁବ ଶୀଘ୍ର କେନ୍ଦ୍ର ଘୋଷଣା କରିବେ ବୋଲି ସମସ୍ତେ ବିଶ୍ୱାସ ରଖିଛନ୍ତି I ତେବେ ଉତ୍ତରIଖଣ୍ଡ ହେଉଛି ପ୍ରଥମ ରାଜ୍ୟ ଯିଏ କି ଗାଈକୁ ରାଷ୍ଟ୍ରମାତା ଦେବାପାଇଁ ପ୍ରସ୍ତାବ ରଖିଛି I

Leave a Reply

Your email address will not be published. Required fields are marked *