ଘରକୁ ନେଇ ଆସନ୍ତୁ ଗୋଟିଏ କଳା/ଚିତ୍ରା କଉଡ଼ି ,ଆଉ ଦେଖନ୍ତୁ ଏହାର ଚମତ୍କାରିତା

କଉଡ଼ି ଏକ ପରିଚିତ ନାମ I ପ୍ରାୟ ସମସ୍ତେ କଉଡ଼ି ସହିତ ନିହାତି ଭାବରେ ଜଡିତ ଥିବେ I ଜନ୍ମ ସଠି ଘର ରୁ ବାହାଘର ,ପୁଣି ଶେଷ ଯାତ୍ରା ସମୟରେ କଉଡ଼ି କାମରେ ଲାଗିଥାଏ I କୁହାଯାଏ ଆଗ କାଳେ ପଇସା ଯେତେବେଳେ ନଥିଲା ସେତେବେଳେ କଉଡ଼ି ଥିଲା ଏକ ମାଧ୍ୟମ I ଯାହା ପାଖରେ ଯେତେ କଉଡ଼ି ଥିଲା ସେ ସେତେ ଧନୀ I ସାଧାରଣତଃ ଧଳା କଉଡ଼ି ଅତି ସହଜ ରେ ମିଳିଯାଇଥାଏ କିନ୍ତୁ କଳା ବା ଚିତ୍ରା କଉଡ଼ି ସହଜରେ ମିଳିନଥାଏ

Iକିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାଇ ଏହା ର ବହୁ ଚମତ୍କାରିତା ଉପକାରିତା ଅଛି I ଗୁରୁବାର କିମ୍ବା ଶୁକ୍ଳ ପକ୍ଷ ଗୁରୁବାର ରେ ମା ଲକ୍ଷ୍ମୀ ଙ୍କ ମନ୍ତ୍ର କିମ୍ବା ଗାୟତ୍ରୀ ମନ୍ତ୍ର ରେ କଳା
କଉଡ଼ି କୁ ଅଭିମନ୍ତ୍ରିତ କରିଦିଅନ୍ତୁ I ତଳେ ଥିବା ଗIୟତ୍ରୀ ମନ୍ତ୍ର

ରେ 108 ଥର ପଢି କଉଡ଼ି କୁ ଅଭିମନ୍ତ୍ରିତ କରିପାରିବେ I ଏହାପରେ ଅଭିମନ୍ତ୍ରିତ ହେଇଥିବା କଉଡ଼ି କୁ ନିଜ ପୂଜା ଘରେ ରଖିଦିଅନ୍ତୁ I ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ର ବିନାଶ ଘଟିବ I ଏପରିକି ଆପଣଙ୍କ ଘରେ କୌଣସି ପ୍ରକାର ତନ୍ତ୍ରବିଦ୍ୟା ର ପ୍ରଭାବ ପଡିବ ନାହିଁ 2) ଯଦି ଆପଣଙ୍କର କିଏ ପରିଚିତ କୌଣସି କାର୍ଯ୍ୟରେ ବା ଇଣ୍ଟରଭିଉ ରେ ଯାଉଥାନ୍ତି ତେବେ ଅଭିମନ୍ତ୍ରିତ ହେଇଥିବା କଳା କଉଡ଼ି ରୁ ପାଞ୍ଚଟି ଆଣି ଏକ ନୀଳ କପଡା ରେ ବାନ୍ଧି ଯେଉଁ ବ୍ୟକ୍ତି ଇଣ୍ଟରଭିଉ ବା ବୈଠକ କୁ ଯିବେ ତାଙ୍କ ମୁଣ୍ଡରେ 9ଥର ବୁଲାଇ ଆଣି ସେହି 5ଟି କଉଡ଼ି ସହିତ ଦକ୍ଷିଣା ଭାବରେ 11 ଟଙ୍କା କୌଣସି ହରିଜନ ବ୍ୟକ୍ତି ଙ୍କୁ ଦାନ ଦେବା ଦ୍ୱାରା ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ I

3) ସାଧାରଣତଃ ଛୋଟ ପିଲାମାନଙ୍କୁ ଅନ୍ୟମାନଙ୍କର ନଜର ଲାଗିଯାଇଥାଏ I ସେମାନେ ଚମକିଥାନ୍ତି I ଯଦି ଏପରି ହେଉଥାଏ ତେବେ ସେହି ଅଭିମନ୍ତ୍ରିତ କଳା କଉଡ଼ି ରୁ ଗୋଟିଏ ଆଣି ଛୋଟ ପିଲାଙ୍କର ବେକ ,ଦକ୍ଷିଣ ହସ୍ତ ବାହୁ କିମ୍ବା ଅଣ୍ଟା ରେ ବାନ୍ଧିଦେବା ଦ୍ୱାରା ନଜର ଦୋଷ ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *