ବିଧାନସଭାରେ ତାରା ବାହିନୀ ପତି କହୁ କହୁ ରହିଗଲେ “” ଅଭିଜିତ ହେଉଛି ବେଈମାନ ମା …..””

ଗତ କିଛିଦିନ ଧରି ଓଡିଶା କୁ ଅପମାନ ଜନକ ଟ୍ୱିଟ କରି ସମସ୍ତ ଓଡିଶା ବାସୀଙ୍କ କ୍ରୋଧର ଶିକାର ହେଇଥିବା ଅଭିଜିତ ମିତ୍ର ଙ୍କୁ ନେଇ ବିଧାନସଭା ମଧ୍ୟ ଉଠିଥିଲା ପଡିଥିଲା I ଶେଷରେ ଅଭିଜିତ ଗିରଫ ହେଇ ଜାମିନ ରେ ଯାଇଛନ୍ତି I କିନ୍ତୁ ଅଭିଜିତ ଙ୍କ ବିପକ୍ଷରେବିଧାନସଭାରେ ନିଜର ମତ ରଖୁଥିବା ବେଳେ ଦେଖିବାକୁ ମିଳିଥିଲା ଏକ ରୋଚକ ଘଟଣା I କଂଗ୍ରେସ ସଚେତକ ତଥା ବିଧାୟକ ତରାବାହିନୀ ପତି ଅଭିଜିତ ବିରୁଦ୍ଧରେ ନିଜର ଶାଣିତ ମନ୍ତବ୍ୟ ରଖିଥିଲେ ଏବଂ ସେ ଯେପରି ଓଡିଶାକୁ ଅପମାନ ଦେଇଛି ତାକୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ ,କିନ୍ତୁ ତାରା ବାବୁ କହୁ କହୁ କହିପକାଇଥିଲେ ଆରେ ଅଭିଜିତ ବେଈମାନ ମା ..ଏବଂ ଏହିଠାରେ ଅଟକି ଯାଇଥିଲେ ଆଗକୁ କିଛି ନକହି ପାରି I ତାପରେ ନିଜଭାଷାକୁ ସଂଯତ କରିନେଇଥିଲେ ଏବଂ କିଛି ସମୟ ପାଇଁ କିଛି କହିପାରିନଥିଲେ କେବଳ ସରି କହି ,ପୁଣି ନିଜର ବକ୍ତବ୍ୟ ରଖିଥିଲେ I ତେବେ ଏହା କିଛି ସମୟ ପାଇଁ ଗୃହରେ ହାସ୍ୟରୋଳ ସୃଷ୍ଟି କରିଥିଲା I ଯାହାହେଉ ତାରା ବାବୁ କହୁ କହୁ ଅଧାରୁ ଅଟକି ଗଲେ ନଚେତ କଣ ଯେ ଆଉ କହିପକେଇଥାନ୍ତେ ତାହା କେବଳ ସେ ହିଁ ଜାଣନ୍ତି I

Leave a Reply

Your email address will not be published. Required fields are marked *