ନବୀନ ବାବୁ ଯେଉଁ ୧ ଟଙ୍କା ରେ ଚାଉଳ ଦେଉଛନ୍ତି ସେଥି ପାଇଁ ଟଙ୍କା ଦେଉଛି କେନ୍ଦ୍ର ସରକାର: ମୋଦି

୨୨,ସେପ୍ଟେମ୍ବର,

ଆଜି ତାଳଚେର ଆସିଛନ୍ତି ମୋଦି,ଏହା ଆମ ସମସ୍ତଙ୍କୁ ଜଣା।ହେଲେ ଆଜି ର ତାଳଚେର ରେ ନିଜର ବକ୍ତବ୍ୟ ସମୟରେ ମୋଦି କହିଛନ୍ତି ଯେ ଓଡ଼ିଶା ରେ ଯେଉଁ ଲୋକ ମାନଙ୍କୁ ୧ ଟଙ୍କା ରେ ଚାଉଳ ମିଳୁଛି ସେଥି ପାଇଁ ପ୍ରତି କିଲୋ ପିଛା ୨୫-୩୦ ଟଙ୍କା ଦେଉଛି କେନ୍ଦ୍ର ସରକାର ଓଡ଼ିଶା ସରକାର ଙ୍କୁ।

ସେଥି ପାଇଁ ହିଁ ଓଡ଼ିଶା ସରକାର ଦେଇ ପାରୁଛନ୍ତି ଏକ ଟଙ୍କା ରେ ଚାଉଳ। ମୋଦି ଏହା ମଧ୍ୟ କହିଛନ୍ତି ଯେ ଏହି କଥା ଓଡ଼ିଶା ର ଅନେକ ଲୋକ ଙ୍କୁ ମଧ୍ୟ ଜଣା ନାହିଁ ଯେ ଏହି ୧ ଟଙ୍କା ଚାଉଳ ପାଇଁ ଟଙ୍କା ଦିଲ୍ଲୀ ରୁ ଆସୁଛି।

ଏହି ଯୋଜନା ପାଇଁ କେନ୍ଦ୍ର ସରକାର ନବୀନ ବାବୁ ଙ୍କ ସରକାର ଙ୍କୁ ପ୍ରତି ମାସ ରେ ପାଖା ପାଖି ୪୫୦ କୋଟି ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି ନରେନ୍ଦ୍ର ମୋଦି।

Leave a Reply

Your email address will not be published. Required fields are marked *