ପଳାଶ ଗଛର ପତ୍ର ,ଫୁଲ ମଞ୍ଜିର ର ଚମତ୍କାରୀ ଔଷଧୀୟ ଗୁଣ ,ସବୁ ପ୍ରକାର ରୋଗର ନିରାକରଣ

ସାଧାରଣତଃ ସୁନାର ଦାମ ଅଧିକ ବୋଲି ଏହାକୁ ଆମେ ସବୁଠାରୁ ମୂଲ୍ୟବାନ କହିଥାଉ I କିନ୍ତୁ ଆମ ଆଖପାଖରେ ଏମିତି କିଛି ଜିନିଷ ଅଛି ଯାହା ସୁନା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ I ସେଥିରୁ ଗୋଟିଏ ହେଉଛି ପଳାଶ ବୃକ୍ଷ I ଏହା ମନୁଷ୍ୟ ସମାଜପାଇଁ ଏତେ ଉପକାରୀ ଯେ ଆପଣ ଜମାରୁ ବି ଜାଣିନଥିବେ I ସାଧାରଣତଃ ଏହାର ଫୁଲ ର ସୁନ୍ଦରତା ପାଇଁ ଏହା ଆକର୍ଷକ ଲାଗିଥାଏ I କୌଣସି ଦେବାଦେବୀ ମନ୍ଦିର ରେ ପଳାଶ ଫୁଲ ଲାଗିନଥାଏ Iକିନ୍ତୁ ପଳାଶ ଗଛର ଫୁଲ ଫଳ ପତ୍ର ମନୁଷ୍ୟ ର ସବୁ ପ୍ରକାର ଯାବତୀୟ ରୋଗ ଭଲ କରିବାରେ ରାମବାଣ ସଦୃଶ ହେଇଥାଏ I ଆୟୁର୍ବେଦିକ ରଚନା ରେ ଏହାର ଗୁରୁତ୍ୱପୂର୍ଣ୍ଣ ଢେର ଅଧିକ I ପତଞ୍ଜଳି ପତଞ୍ଜଳି ଅନୁଷ୍ଠାନ ର ଆଚାର୍ଯ୍ୟ ବାଲକ୍ରିଷ୍ଣ ମଧ୍ୟ ଏହାର ଉପକାରିତା ନେଇ ନିଜେ କହିଛନ୍ତି I

ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଚମତ୍କାର ଉପକାରିତା ବିଷୟରେ I
କୃମି ପାଇଁ :-ପଳାଶ ଫୁଲରୁ ହେଉଥିବା ଫଳ ମଧ୍ୟରୁ ମଞ୍ଜି କୁ ଭଲଭାବରେ ଶୁଖାଇ ଦେଇ ଏହାକୁ ଭଲଭାବରେ ଗରମପାଣିରେ ଫୁଟାଇ ଚୁର୍ଣ କରିଦିଅନ୍ତୁ ଏବଂ ଯେଉଁମାନଙ୍କୁ କୃମି ହେଉଥାଏ ସେମାନଙ୍କୁ ପ୍ରଥମେ ସକାଳୁ କିଛି ଗୁଡ ଖାଇବାକୁ ଦେବା ପରେ ଅଳ୍ପ ସମୟ ମଧ୍ୟରେ ଏକ ଗ୍ରାମ ରୁ ଦୁଇ ଗ୍ରାମ ପଲାଶ ମଞ୍ଜିର ଚୁର୍ଣ୍ଣ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା କୃମିର ସମୂଳେ ବଂଶ ନାଶ ହେବ କିନ୍ତୁ ମନେ ରଖିବେ ଏହାକୁ ଅଧିକ ପରିମାଣରେ କଦାପି ବି ଦେବେନି I

2)ବିକିରଣ ନାଶକ :ଆଜିକା ଯୁଗରେ ମୋବାଇଲ ଏବଂ ଲାପଟପ ମାୟାରେ ସମସ୍ତେ ପଡିଯାଇଛନ୍ତି ଏହାକୁ ଛାଡି କି ଗୋଟେ ମୁହୂର୍ତ ରହିବା ସମ୍ଭବ ନୁହେଁ I କିନ୍ତୁ ଏହାର ବ୍ୟବହାର ଦ୍ୱାରା ଆମ ଶରୀର କୁ ଅନାବଶ୍ୟକ ବିକିରଣ ପ୍ରବେଶ କରିଥାଏ ଏହାକୁ ରୋକିବାକୁ ପଳାଶ ମଞ୍ଜି ର ଚୁର୍ଣ୍ଣ ବହୁ ଲାଭକାରୀ ହେଇଥାଏ I ସକାଳୁ ମିଶ୍ରି ସହିତ ତିନି ରୁ ଚାରି ଗ୍ରାମ ଖାଇବା ଦ୍ୱାରା ବିକିରଣ ଜନିତ ରଶ୍ମି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥାଏ

I 3) ଯୌନ ଉପକାରୀ :ଆଜିକାଲି ପୁରୁଷ ମାନଙ୍କର ଏକ ମୁଖ୍ୟ ସମସ୍ୟା ହେଉଛି ପୌରୁଷତ୍ୱ ରେ ଦୁର୍ବଳତା I ନଂପୁସକତା ଆସିଥାଏ ତେବେ ଏଥିରୁ ମୁକ୍ତି ପାଇବାକୁ ପଳାଶ ମଞ୍ଜିର ଚୁର୍ଣ୍ଣ କୁ ସକାଳେ ଏବଂ ସନ୍ଧ୍ୟାରେ ତିନି ରୁ ଚାରି ଗ୍ରାମ କ୍ଷୀର ସହିତ ପିଇବା ଦ୍ୱାରା ଯୌନ ଶକ୍ତି ବୃଦ୍ଧି ହେଇଥାଏ ଏବଂ ଯୌନଜୀବନ ଆରାମ ରେ ଅତିବାହିତ ହେଇଥାଏ I

4) ପୁରୁଷ ମାନଙ୍କ ର ଅନ୍ୟ ଏକ ସମସ୍ୟା ହେଉଛି ଶୀଘ୍ର ପତ୍ତନ ଏବଂ ସ୍ବପ୍ନ ଦୋଷ ଯାହା
ଯେଉଁଥିପାଇଁ ସମ୍ଭୋଗ ରେ ସନ୍ତୁଷ୍ଟି ଆସିନଥାଏ କିମ୍ବା ଯୌନ ଜୀବନ ଖୁଶିରେ କଟିନଥାଏ Iତେବେ ପଳାଶ ଗଛର ର ନରମ ପତ୍ରରୁ ରସ ବାହାର କରି ଦୁଇ ଚାମଚ ରସରେ ମିଶ୍ରି ମିଶାଇ ପିଇବା ଦ୍ୱାରା ଶୀଘ୍ର ପତ୍ତନ ଦୂରେଇଯାଇଥାଏ I

5)ପଳାଶ ନରମ ପତ୍ର ର ରସ ମୁଁହରେ ଲଗେଇବା ଦ୍ୱାରା ମୁଁହର ତ୍ୱଚାରେ ଉଜ୍ଜ୍ଵଳତା ଆସିଥାଏ I 6)ଶରୀର କୁଣ୍ଡେଇ ହେଲେ ପଲାଶ ନରମ ପତ୍ର କୁ କୁଣ୍ଡେଇ ହେଉଥିବା ସ୍ଥାନରେ ଘଷିବା ଦ୍ୱାରା ଉପଶମ ମିଳିଥାଏ I 7) ପଲାଶ ଫୁଲ ,ନରମ ପତ୍ର ଏବଂ ମଞ୍ଜିକୁ ଏକତ୍ର ମିଶାଇ ଶୁଖାଇଦିଅନ୍ତୁ ଏବଂ ଶୁଖିଗଲାପାରେ ଏହାର ଭଲଭାବରେ ଏକ ଚୁର୍ଣ କରନ୍ତୁ I

ସେହି ଚୂର୍ଣ୍ଣରୁ ପାଞ୍ଚ ଗ୍ରାମ ନେଇ 500ଗ୍ରାମ ପାଣି (ଅଧ ଲିଟର )ରେ ଭଲଭାବରେ ଗରମ କରନ୍ତୁ ଯେତେବେଳେ ପାଣି ମାରିକି 100ଗ୍ରାମ ହେଇଯିବ ସେଇ ପାଣିକୁ ଛାଣି ପିଇବା ଦ୍ୱାରା କିଡ୍ନୀ ରୁ ସମସ୍ତ ପ୍ରକାର ସମସ୍ୟା ଦୂର ହେବI ସହିତ ପରିସ୍ରା ଜନିତ ସମସ୍ୟାରୁ ତୁରନ୍ତ ଉପଶମ ମିଳିବ I 8)କୁଷ୍ଠ ରୋଗର ପ୍ରାରମ୍ଭ ରେ ପଳାଶ ତେଲର ମାଲିସ କରିବା ଦ୍ୱାରା ମୂଳରୁ କୁଷ୍ଠ ରୋଗ ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *