ମନ୍ତ୍ରୀ ଙ୍କ ଦଳବିରୋଧୀ କାର୍ଯ୍ୟକୁ ବିରୋଧ କରି ଶହ ଶହ କର୍ମୀଙ୍କ ଅନଶନ

ଦିନକୁ ଦିନ ବିଜେଡି ର ବରିଷ୍ଠ ନେତା ତଥା ସ୍ୱାସ୍ଥ୍ୟ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଧରେ ଦଳୀୟ କର୍ମୀଙ୍କ ଭିତରେ ଉପୁଜୁଥିବା ଅସନ୍ତୋଷ ଶେଷରେ ତୀବ୍ର ରୂପ ନେବାରେ ଲାଗିଛି I ଶେଷରେ କର୍ମୀ ମାନେ ଖୋଲାଖୋଲି ପ୍ରତାପ ଜେନାଙ୍କ ବିରୁଦ୍ଧରେ ନାରାବାଜି ଦେବା ସହିତ ଦୁଇଦିନ ଧରି ଆନ୍ଦୋଳନ ରେ ବସିଛନ୍ତି I

ତେବେ କର୍ମୀ ମାନଙ୍କ ମଧ୍ୟରେ ଚାହାପଡ଼ା ପଞ୍ଚାୟତ ସରପଞ୍ଚ ସ୍ଵାଗତିକା ମହାନ୍ତି ଏବଂ ସମିତିସଭ୍ୟା ମମତା ସ୍ୱାଇଁ ସାମିଲ ଅଛନ୍ତି I ସେମାନଙ୍କ ଅଭିଯୋଗ ଅନୁଯାଇ ମାହାଙ୍ଗା ର ବିଧାୟକ ତଥା ମନ୍ତ୍ରୀ ଦଳୀୟ ବିରୋଧ କାମ କରୁଛନ୍ତି I ପଂଚାୟତରେ ସରକାର ଙ୍କ ତରଫରୁ ଆସୁଥିବା ସମସ୍ତ ସୁବିଧା କୁ ପହଂଚାଇବା ରେ ନିଜେ ବିଧାୟକ ସମସ୍ୟା ସୃଷ୍ଟି କରୁଛନ୍ତି Iସ୍କୁଲ କଲେଜ,ଅଙ୍ଗନବାଡି ର ସମସ୍ୟା ସମାଧାନ କରୁନାହାନ୍ତି I ପଂଚାୟତ ର ଉର୍ନତିମୂଳକ କାମକୁ ନିଜ ର କିଛି ଖାସ ଅନୁଗତ ଙ୍କ ଦ୍ୱାରା ଚାପ ପକାଇ ବନ୍ଦ କରିଛନ୍ତି ବୋଲି ବିଧାୟକ ଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି ପଂଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ସମେତ ଶହ ଶହ ଦଳୀୟ କର୍ମୀ I ବିଧାୟକ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବିଗତ ଦୁଇଦିନ ଧରି ଅନଶନ ରେ ବସିରହିଛନ୍ତି I

Leave a Reply

Your email address will not be published. Required fields are marked *