ଗଣଧର୍ଷଣ ରେ ସାମିଲ ଥିବାରୁ ସ୍ତ୍ରୀ ସବୁଦିନ ପାଇଁ ସ୍ୱାମୀକୁ ପରିତ୍ୟାଗ କରିଦେଲେ

ସବୁ ସ୍ତ୍ରୀ ମାନଙ୍କ ସ୍ବପ୍ନ ଥାଏ କି ତାଙ୍କ ସ୍ୱାମୀ ସଚୋଟ ଏବଂ ଭଦ୍ର ହେଇଥାନ୍ତୁ ଅନ୍ୟ କୌଣସି ଝିଅ ନାରୀ ଉପରେ ତାଙ୍କର ଖରାପନଜର ନ ଆସୁ I କିନ୍ତୁ ଯଦି ସ୍ୱାମୀ କୌଣସି ନିରୀହ ଝିଅକୁ ଦୁଷ୍କର୍ମ ବା ଧର୍ଷଣ କରିଥିବାର ସ୍ତ୍ରୀ ଜାଣିବାକୁ ପାଇଥାଏ ତେବେ ସବୁଠାରୁ ଅଧିକ ତାକୁ କଷ୍ଟ ହେଇଥାଏ I ଏପରିକି ସ୍ୱାମୀ ଜଣେ ନିରୀହ ଝିଅର ଗଣ ଧର୍ଷଣ ରେ ସାମିଲ ଥିବା ଜାଣିବା ପରେ ସ୍ତ୍ରୀ ତାକୁ ସବୁଦିନ ପାଇଁ ପରିତ୍ୟାଗ କରିଛି I ଘଟଣାଟି ବହୁ ଚର୍ଚିତ ରେଓ୍ବାରୀ ଗଣଦୁଷ୍କର୍ମ I ଏଥିରେ ସାମିଲ ଥିବା ପଙ୍କଜ କୁ ତା ସ୍ତ୍ରୀ ଛାଡି ଦେଇ ସବୁଦିନ ପାଇଁ ନିଜ ବାପା ଘରକୁ ଚାଲିଯାଇଛନ୍ତି I ଏବଂ କହିଛନ୍ତି କି ଯେ ଜଣେ ନିରୀହ ଝିଅର ଧର୍ଷଣ କରିପାରେ ସେ ମଣିଷ ନୁହେଁ ସୈତାନ I

ଏଭଳି ସୈତାନ ପାଖରେ ମୁଁ ଗୋଟେ ବି ମୁହୂର୍ତ ରହିବାକୁ ଚାହେଁନି I ସେଥିପାଇଁ ତାକୁ ପରିତ୍ୟାଗ କଲି I ସୂଚନା ଥାଉ କି ଗତ ୧୨ତାରିଖ ରେ ହରିଆଣା ର କନୈନରେ ଜଣେ ମେଧାବୀ (ଟପ୍ପର) କଲେଜ ଛାତ୍ରୀକୁ ରାସ୍ତାରୁ ତିନିଜଣ ଯୁବକ ଟେକିନେଇ ଲଗାତାର ଧର୍ଷଣ କରିଥିଲେ I ଏବଂ ପରେ ତିନିଜଣ ଜାକ ଧରାପଡ଼ି ଗିରଫ ହେଇଛନ୍ତି I ତନ୍ମଧ୍ୟରୁ ପଙ୍କଜ ମୁଖ୍ୟ ଆସାମୀ I ଯିଏକି ରାଜସ୍ଥାନର ସାମରିକ ବାହିନୀରେ କାର୍ଯ୍ୟ କରୁଥିଲା I

Leave a Reply

Your email address will not be published. Required fields are marked *