ଚାହା ପିଇବା ର କୁପ୍ରଭାବ ଗୁଡ଼ିକ

ଆଜି ଆମେ ଚାହା ପିଇବା ଦ୍ବାରା ହେଉଥିବା ରୋଗ ବିଷୟରେ ଜାଣିବା।

୧.ଅନେକ ଲୋକଙ୍କର ଅଭ୍ୟାସ ଥାଏ କି ସକାଳୁ ଉଠି ଖାଲି ପେଟରେ ଚାହା ପିଇବା ଏହା କରିବା ଦ୍ୱାରା ପେଟରେ ଏସିଡିଟି ବଢିଯାଇଥାୟେ।ଏବଂ ପାକସ୍ଥଳୀ ରେ ଯେଉଁ ହଜମ କାରୀ ରସ ବାହାରି ଥାଏ ତାହା ବାହାରିବା ପ୍ରକ୍ରିୟାକୁ ଚାହା ରୋକି ଦେଇଥାଏ।ଏହା ଦ୍ବାରା ମଳ କଣ୍ଟ ରୋଗ ହୋଇଥାଏ ଏବଂ ଏହା ଭୋକକୁ ମଧ୍ୟ ମାରି ଦେଇଥାଏ।

୨.ଯଦି ଆପଣ ଦିନକୁ ୪ରୁ୫ଥର ଚାହା ପିଉଛନ୍ତି ତେବେ ଆପଣ ନିଦ ନ ଆସିବା ରୋଗକୁ ନିମନ୍ତ୍ରଣ କରୁଛନ୍ତି।

୩.ଯଦି ଆପଣ ଖାଇବା ପରେ ଚାହା ପିଉଛନ୍ତି ତେବେ ଶରୀରକୁ ଖାଦ୍ୟରୁ ଆଇରନ ମିଳି ନ ଥାଏ।କାରଣ ଚାହାରେ ଟାନିକ ଏସିଡ ଥାଏ।ଯାହା କି ଖାଦ୍ୟ ସହ ମିଶି ଆମ ଶରୀରକୁ ଆଇରନ ଯୋଗାଇ ନ ଥାଏ।

୪. ଚାହାରେ ବହୁତ୍ ପରିମାଣରେ କ୍ୟାଫିଁ ଥାଏ।ଏହା ରକ୍ତରେ ପ୍ରବେଶ କଲେ ରକ୍ତ ଚାପ ବଢ଼ିଯାଇଥାୟେ।ଯାହା କିଡନୀ ଉପରେ ପ୍ରଭାବ ପକେଇ ଥାଏ।ଯଦି କୌଣସି ଲୋକଙ୍କୁ ଉଚ୍ଚ ରକ୍ତଚାପ ଥାଏ ତେବେ ତାଙ୍କୁ ଚାହା ପିଇବା ଉଚିତ୍ ନୁହେଁ।

୫.ଯଦି ଆପଣଙ୍କୁ ଚାହା ପିଇବା ଅତ୍ୟନ୍ତ ଜରୁରୀ ତେବେ ବାହାରେ ବିକ୍ରି ହେଉଥିବା ଚାହା ଆଦୌ ପିଅନ୍ତୁ ନାହିଁ।କାରଣ ବାହାରେ ବିକ୍ରି ହେଉଥିବା ଚାହାରେ ଚାହା ପତି ବଦଳେଇ ନ ଥାନ୍ତି ଏହା ଶରୀର ପାଇଁ ବହୁତ୍ କ୍ଷତି କାରକ ଅଟେ।ଏବଂ ଥରେ ଚାହା କଲା ପରେ ସବୁ ଚାହା ପତିକୁ ଫୋପାଡି ଦିଅନ୍ତୁ।

Leave a Reply

Your email address will not be published. Required fields are marked *