କାହିଁକି କୁନ୍ଦୁଲି ଗଣଧର୍ଷଣ ଘଟଣା କୁ ଚପାଇ ଦିଆଗଲା ଖୁଲାଶା କଲେ ଦାମ ରାଉତ

ନ୍ୟାୟ ନପାଇ ଜୀବନ ହରିଦେଲା କୁନ୍ଦୁଲି
ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଦଳରୁ ବହିଷ୍କାର ହେଇଥିବା ଦାମ ରାଉତ ପୁଣି କରିଛନ୍ତି ଖୁଲାଶା I ବହୁଚର୍ଚ୍ଚିତ କୁନ୍ଦୁଲି ଘଟଣାର କରିଛନ୍ତି ପର୍ଦାଫାଶ I ଦାମ କହିଛନ୍ତି କି ଓଡ଼ିଆ ଝିଅ ମାନେ ରକ୍ଷଣଶୀଳ I ନିଜ ଦୁଷ୍କର୍ମ ବିଷୟରେ କାହାରିକୁ କହିପାରିନଥାନ୍ତି କିନ୍ତୁ ଗଣଧର୍ଷଣ ର ଶିକାର ହେଇଥିବା କୁନ୍ଦୁଲି ନିଜ ପାଇଁ ନ୍ୟାୟ ମାଗି ମାଗି ଥକି ଗଲାପରେ ଶେଷରେ ଆତ୍ମହତ୍ୟା କରିଥିଲା I

ଆତ୍ମହତ୍ୟା ପରେ ତା ରିପୋର୍ଟ ରେ ଆସିଥିଲା ତାକୁ ଧର୍ଷଣ କରାଯାଇଛି କିନ୍ତୁ ତାହାକୁ ପୁନର୍ବାର ବଦଳାଇ ଦିଆଯାଇଥିଲା I ଏବଂ ତାକୁ ଗୋଟେ ପାଗେଳୀ ବୋଲି କୁହାଯାଇଥିଲା I ତେବେ କୁନ୍ଦୁଲି ଆଣିଥିବା ଦୁଷ୍କର୍ମ ଅଭିଯୋଗରେ କିଛି ଯବାନ ସମ୍ପୃକ୍ତ ଥିଲେ ଯିଏକି ତାମିଲନାଡୁର I ସେହି ତାମିଲ ନାଡ଼ୁର କନଷ୍ଟେବଳଙ୍କୁ ସୁରକ୍ଷା ଦେବା ପାଇଁ କୁନ୍ଦୁଲି ଘଟଣାର ସମସ୍ତ ପ୍ରମାଣ ପତ୍ର ନଷ୍ଟ କରିଦିଆଗଲା I ସୂଚନା ଥାଉ କି ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଘଟଣାର ପୀଡ଼ିତା ନ୍ୟାୟ ନପାଇ 22 ଜାନୁଆରି 2018 ରେ ଆତ୍ମହତ୍ୟା କରିଥିଲେ I

ନାବାଳିକା ଜଣଙ୍କ ଗତ ବର୍ଷ ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାରୁ ନିଜର ଫଟୋ ଉଠାଇ ଫେରୁଥିବା ସମୟରେ ଯୋଡ଼ି ଖାନ୍ଦା ଘାଟି ପାଖରେ ତାଙ୍କୁ ୪ଜଣ ଯବାନ ଜୋରଜବରଦସ୍ତ ଉଠାଇନେଇଥିଲେ ଏବଂ ଧର୍ଷଣ କରିଥିଲେ I ପୀଡିତା ଙ୍କ ବୟାନ ଅନୁଯାଇ ସମସ୍ତେ ପୋଲିସ୍‌ ଡ୍ରେସରେ ଥିଲେ I ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ଏବଂ ଲୋକଲଜ୍ୟା କୁ ଡ଼ରିକି ଶେଷରେ ପ୍ରାଣତ୍ୟାଗ କଲାପରେ ବି ତା ରିପୋର୍ଟ ବଦଳାଇ ଦିଆଯାଇଥିଲା I

ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିଲେ ମଧ୍ୟ ଏଯାଏଁ ସେ ଘଟଣା ର ପର୍ଦାଫାଶ ହେଇପାରିନି ବରଂ ଲୋକଲୋଚନ ରୁ ଏହି ଘଟଣା ଲିଭିଯିବାରେ ବସିଛି I

Leave a Reply

Your email address will not be published. Required fields are marked *