ଦାମ ଦେଖାଇବେ ଦମ୍, ମାହାଙ୍ଗା , ଭଦ୍ରକ ନିମାପଡା ରେ କରିବେ ଦୁର୍ନୀତି ବିରୁଦ୍ଧରେ ବିରାଟ ବିକ୍ଷୋଭ

ବିଜେଡି ରୁ ବହିଷ୍କାର ହେବାର ଗୋଟିଏ ସପ୍ତାହ ପରେ ପୁଣି ତୁଣ୍ଡ ଖୋଲିଛନ୍ତି ଦାମ I ଦାମ ଙ୍କ ଗଡ ପାରାଦୀପ ରେ ତାଙ୍କ ସମର୍ଥକ ମାନଙ୍କୁ ଏକାଠି କରି ବୈଠକ କରେଇଥିବା ପ୍ରଫୁଲ ସାମଲ ,ପ୍ରତାପ ଜେନା ଏବଂ ତାଙ୍କୁ କଟାକ୍ଷ କରୁଥିବା ସମୀର ଦାସ ଙ୍କ ଗଡରେ ମହା ସଭା ର ଆୟୋଜନ କରିବେ ଡାକ୍ତର ରାଉତ I ତେବେ ଏନେଇ ଦାମ କହିଛନ୍ତି ଯେ ମାହାଙ୍ଗା ,ଭଦ୍ରକ ନିମାପଡା ରେ ଦୁର୍ନୀତି ରେ ଅତିଷ୍ଠ ହେଇ ସେଇ ଅଂଚଳ ର ବୁଦ୍ଧିଜୀବୀ ଏବଂ ଜନସାଧାରଣ ମାନେ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ଏବଂ ଖୁବ ଶୀଘ୍ର ସେ ସେଇ ଜାଗାରେ ଯୋଗ ଦେଇ ବିଜେଡି ଏବଂ ନବୀନ ପଟନାୟକ ଙ୍କ ଦୁର୍ନୀତି ର ଅସଲ ଚେହେରା ଲୋକଙ୍କ ସାମ୍ନାରେ ପହଞ୍ଚାଇବେ I

ଅପରପକ୍ଷରେ ନବୀନ ପଟନାୟକ ଯୋଉ ଓଡିଶା ଲୋକଙ୍କୁ ବୋକାମୀ ଭାବୁଛନ୍ତି ତାଙ୍କ ବୋକାମୀ ଏଇଥର ଦାମ ଛଡାଇ ଦେବେ ବୋଲି କହିବା ସହିତ ସାରା ଓଡିଶା ରେ ସେ ବୁଲି ବୁଲି ଚେକ ଦେବେ ବିଜେଡି କୁ I ଜଗତସିଂହ ପୁର ରେ ପଛେ କଂଗ୍ରେସ ବିଜୟୀ ହେବ କିନ୍ତୁ କୌଣସି ମତେ ବି ବିଜେଡି ଜିତିପାରିବ ନାହିଁ I

Leave a Reply

Your email address will not be published. Required fields are marked *