ଏମିତି ଏକ ଗାଁ ଯେଉଁଠି ମହିଳା ମାନେ ବିନା ବସ୍ତ୍ରରେ ରହିଥାନ୍ତି

ମଣିଷ ଆଜି ଚନ୍ଦ୍ର ରେ ପାଦ ଦେଲାଣି ,ଆଧୁନିକ ସଭ୍ୟ ବୋଲି ନିଜକୁ ଡିଣ୍ଡିମ ପିଟୁଛି I କିନ୍ତୁ ଏମିତି କିଛି ଜାଗା ଅଛି ଯେଉଁଠାରେ ଆଜି ବି ପରମ୍ପରା ନାମରେ କୁ ସଂସ୍କାର ମନାଯାଏ I ପୁରୁଷ ହେଉ କିମ୍ବା ନାରୀ ,ମୁଖ୍ୟ ଆଭୂଷଣ ହେଉଛି ପୋଷାକ ,କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁଠି ମହିଳାଙ୍କୁ ପାଞ୍ଚ ଦିନ ପାଇଁ ସମ୍ପୂର୍ଣ୍ଣ ଉଲଗ୍ଣ ହେଇ ରହିବାକୁ ପଡିଥାଏ I ଘଟଣାଟି ହେଉଛି ହିମାଚଳ ପ୍ରଦେଶ ଘIଟି ମଣିକର୍ଣ୍ଣ ଅଂଚଳ ର ପିଣୀ ଗ୍ରାମର I ଏହି ଗ୍ରାମରେ ପ୍ରତିବର୍ଷ 5ଦିନ ଧରି ଏପରି ପରମ୍ପରା ରହିଥାଏ I ଅଗଷ୍ଟ 17 ରୁ 21 ଯାଏଁ ଗ୍ରାମର ସମସ୍ତ ସ୍ତ୍ରୀ ଉଲଗ୍ନ ହେଇ ଘରେ ରହିଥାନ୍ତି ଏବଂ କୌଣସି ପୁରୁଷ ସାମ୍ନାକୁ ଆସିନଥାନ୍ତି I

ସେମାନଙ୍କ ବିଶ୍ୱାସ ରହିଛି କି ଏପରି କରିବା ଦ୍ୱାରା ପରିବାର ର ମଙ୍ଗଳ ହେଇଥାଏ I ଘରକୁ ଦୁଃଖ କଷ୍ଟ ଆସିନଥାଏ I ଗାଓଁ ଲୋକଙ୍କ କହିବା ଅନୁଯାଇ ସେହି ଗ୍ରାମରେ ବହୁ ବର୍ଷ ତଳେ ଏକ ରାକ୍ଷସ ର ପ୍ରାଦୁର୍ଭାବ ବଢିଥିଲା I ଗାଁ ର ଯେଉଁ ସ୍ତ୍ରୀ ମାନେ ସୁନ୍ଦରୀ ଥିଲେ ଏବଂ ଭଲ ଲୁଗା ପିନ୍ଧୁଥିଲେ ସେମାନଙ୍କୁ ସେ ଉଠାଇ ନେଉଥିଲା ଗାଁ ରୁ I

ଗାଁ ଲୋକମାନେ ଲହୁଆ ନାମକ ଜଣେ ସାଧୁ ଙ୍କୁ ତାଙ୍କୁ ରକ୍ଷା କରିବା ପାଇଁ ଅନୁରୋଧ କରିବା ପରେ ଲହୁଆ ସେ ରାକ୍ଷସ କୁ ବଧ କରିଥିଲେ ଏବଂ ସେହି ଦିନ ଠାରୁ ଏହି ପରମ୍ପରା ଚାଲି ଆସୁଛି I

Leave a Reply

Your email address will not be published. Required fields are marked *