କେନ୍ଦ୍ରାପଡା:ମାର୍ଶାଘାଇ କେନାଲ ରୋଡ ପାଖରେ ଭାରସ୍ୟାମ ହରାଇ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ ।

ଲୋକ ମାନଙ୍କୁ ସୁରକ୍ଷା ଦେବାକୁ ଥିବା ଆମ୍ବୁଲାନ୍ସ ଏବେ ନିଜେ ହିଁ ସୁରକ୍ଷିତ ନୁହେଁ। କେନ୍ଦ୍ରାପଡ଼ା ର ମାର୍ଶାଘାଇ ଅଞ୍ଚଳ ରେ ମାର୍ଶାଘାଇ ଓ ମହାକାଳପଡ଼ା ହସ୍ପିଟାଲ୍ ପାଇଁ ରହିଥିବା ୧୦୮ ଆମ୍ବୁଲାନ୍ସ ଟି ଆଜି ମାର୍ଶାଘାଇ ଓ ମହାକାଳପଡ଼ା ମଧ୍ୟରେ ଥିବା କେନାଲ ବ୍ରିଜ୍ ନିକଟରେ ଭରସ୍ୟମ ହରାଇ ଓଲଟି ପଡ଼ିଛି।

ତେବେ ମିଳିଥିବା ସୂଚନା ଅନୁସାରେ ସେଥିରେ କୌଣସି ରୋଗୀ ସେହି ସମୟରେ ନଥିଲେ।

କିନ୍ତୁ ୧୦୮ ଆମ୍ବୁଲାନ୍ସ ର ଡ୍ରାଇଭର ଯଦି ଏହି ପରି ଭାବରେ ବେପରୁଆ ଗାଡ଼ି ଚାଳନା କରିବେ ତେବେ ରୋଗୀ ମାନଙ୍କ ଅବସ୍ଥା ଯେ କଣ ହେବ ତାହା ଦେଖିବାକୁ ବାକି ରହିଗଲା।

Leave a Reply

Your email address will not be published. Required fields are marked *