ଦାମ ଙ୍କ ପରିବାର ରେ କଳହ ଲଗାଇବେ ଗଡ଼ ଫାଦର :ଦାମ ଙ୍କ ଝିଆରୀ ରୀନା ଙ୍କୁ କରାଯାଇପାରେ ବିଜେଡି ପ୍ରାଥୀ

ବିଜେଡି ରୁ ବହିଷ୍କାର ହେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ନିଜ ତୁଣ୍ଡ ଉପରେ ଲଗାମ ନଦେଇ ବାରମ୍ବାର ବିଜେଡି ଏବଂ ଦୁର୍ନୀତି ବିରୁଦ୍ଧରେ ବିଶୋଦ୍ଗାର କରିଚାଲିଥିବା ବେଳେ ଦାମ ଙ୍କ ପ୍ରତି ପ୍ରବଳ ଜନସମର୍ଥନ ବଢ଼ିବାରେ ଲାଗିଛି I ଯାହାକି ଗଡ଼ ଫାଦର ଏବଂ ଦ୍ୱିତୀୟ କ୍ଷମତା କେନ୍ଦ୍ର କୁ ସମସ୍ୟାରେ ପକାଇଦେଇଛି I ଅପରପକ୍ଷ ରେ ଦାମ ମଧ୍ୟ ଖୋଲାଖୋଲି ପାରାଦୀପ ରେ ଚାରୋଟି ନିର୍ବାଚନ ମଣ୍ଡଳୀ ରେ କୌଣସି ମତେ ବିଜେଡି କୁ ଜିତେଇଦେବେନି ବୋଲି ଆହ୍ୱାନ ଦେବା ପରେ ,ବିଜେଡି ର ଚିନ୍ତା ବଢିଛି I

କଳେବଳେ କୌଶଳେ ଦାମ ଙ୍କ କିଛି ଦୃଢ ସମର୍ଥକ ମାନଙ୍କୁ ୟା ମଧ୍ୟରେ ହାତେଇବାରେ ସଫଳ ହେଇଥିବା ବେଳେ ତୃଣମୂଳ ସ୍ତରରେ ଦାମ ଙ୍କ ବିକଳ୍ପ ଯୋଗାଡ଼ କରିବା ସମ୍ଭବ ହେଇପାରୁନି I ତେଣୁ ପୂର୍ବ ଥର ପରି ବିଜୟ ମହାପାତ୍ର,ପ୍ୟାରୀ ମୋହନ ଙ୍କୁ ଚେକ ଦେଲା ପରି ଏଥର ଦାମ ଙ୍କୁ ଚେକ ଦେବାକୁ କରାଯାଇଛି ଯୋଜନା I ମିଳିଥିବା ସୂଚନା ଅନୁଯାଇ ଦାମ ଙ୍କ ଭାଇ ଙ୍କ ଝିଅ ରୀନା ଙ୍କୁ ବିଜେଡି ର ପାରାଦୀପ ପ୍ରାଥୀ କରାଯିବା ନେଇ ଚାଲିଛି ପ୍ରକ୍ରିୟା I ଯେହେତୁ ରୀନା ଦାମ ଙ୍କ ନିଜ ଝିଆରୀ ତେଣୁ ଦାମ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବା ଏତେ ସହଜ ନୁହେଁ I

ତେଣୁ ବାଧ୍ୟ ହେଇ ଦାମ ଚୁପ ରହିବେ I ଅପରପକ୍ଷରେ ଦାମ ଙ୍କ ପରେ ଯେଉଁମାନେ ଖୁଶିରେ କୁରୁଳିଥିଲେ ପାରାଦୀପ ରୁ ବିଜେଡି ଟିକେଟ ରେ ପ୍ରାଥୀ ହେବା ପାଇଁ ସେମାନଙ୍କ ମନ ଖଟା ହେଇଯାଇଛି I ତେବେ ଦେଖିବାକୁ ମିଳୁଛି ଦାମ ଙ୍କ ଆଗାମୀ ଯୋଜନା କିପରି ରହୁଛି I

Leave a Reply

Your email address will not be published. Required fields are marked *