ଶାମ୍ପୂରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ ଚମତ୍କାର !! ଲମ୍ବା ଏବଂ ସୁନ୍ଦର ଚୁଟି ପାଇବାର ସହଜ ଉପାୟ

ଶାମ୍ପୂରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କ ଚୁଟି ଲମ୍ବା ,ଘନ ଏବଂ ସୁନ୍ଦର ହେବ :-ସାଧାରଣତଃ ସବୁ ମହିଳା ବା ଝିଅ ମାନେ ଚାହିଁଥାନ୍ତି ସେମାନଙ୍କର ଘନ ଏବଂ ଲମ୍ବା ଚୁଟି ରଖିବାକୁ I ଚୁଟି ଯୋଗୁଁ ମଧ୍ୟ ନାରୀ ସୁନ୍ଦର ଦିଶିଥାଏ I Iସୁନ୍ଦର ଦିଶିବାକୁ ପାର୍ଲର ରେ ମଧ୍ୟ ଚୁଟି କୁ ସଜାଇ ଥାନ୍ତି I ତେବେ ଲମ୍ବା ଏବଂ ସୁନ୍ଦର ଚୁଟି ପାଇବାକୁ ଝିଅ ମାନେ ବହୁ ଆୟୁର୍ବେଦିକ କସମେଟିକ ବ୍ୟବହାର କରିଥାନ୍ତି କିନ୍ତୁ କିଛି ସୁଫଳ ମିଳିନଥାଏ ବରଂ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦ୍ୱାରା ମୁଣ୍ଡରୁ ଚୁଟି ଉପୁଡ଼ିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣ ଙ୍କ ଘରେ ଥିବା ଆଲୋଏ ଭେରା ର ଘରୋଇ ବ୍ୟବହାର ଦ୍ୱାରା ଆପଣ ଖୁବ କମ ଦିନ ମଧ୍ୟରେ ଘନ ଏବଂ ଲମ୍ବା ଚୁଟି ସହିତ ଚୁଟିରେ ଚମକ ଆଣିପାରିବେ I ପ୍ରସ୍ତୁତି :ଏକ ଆଲଏଭେରା ର ପତ୍ର ନିଅନ୍ତୁ ,

କିଛି ଚିନି ଗୁଣ୍ଡ (ଚିନି କୁ ଭଲ ଭାବରେ ଚୁର୍ଣ କରିଦେବେ )ଏବଂ ଆପଣଙ୍କ ପସନ୍ଦ ର ସାମ୍ପ ନିଅନ୍ତୁ I ଆଲଏଭେରା ପତ୍ରରୁ ରୁ ଭଲ ଭାବରେ ରସ ବାହାର କରିଦିଅନ୍ତୁ I

ଏହି ରସ କୁ ସାମ୍ପୁରେ ପ୍ରଥମେ ଭଲ ଭାବରେ ମିଶ୍ରଣ କରିବା ସହିତ ଚିନି ଗୁଣ୍ଡକୁ ମିଶାଇ ଦିଅନ୍ତୁ I ଭଲ ଭାବରେ ଗୋଳାଇ ଏହାକୁ ଗାଧୋଇବା ପୂର୍ବରୁ ଚୁଟିରେ ଲଗାଇଦିଅନ୍ତୁ I

ଏବଂ ସଂଗେ ସଂଗେ ମୁଣ୍ଡ ଧୋଇବେ ନାହିଁ I କିଛି ସମୟ ପର୍ଯ୍ୟନ୍ତ ଚୁଟି କୁ ଛାଡ଼ିଦିଅନ୍ତୁ I 10ମିନିଟ ପରେ ମୁଣ୍ଡ ଭଲ ଭାବରେ ଧୋଇ ଦିଅନ୍ତୁ I ଏହା ଦ୍ୱାରା ଚୁଟି ମୂଳରୁ ମୃତ କୋଷିକା ଗୁଡିକ ସମ୍ପୂର୍ଣ ନଷ୍ଟ ହେଇ ନୂଆ କୋଷିକା ସୃଷ୍ଟି ହେଇଥାଏ I ରୁପି ମଧ୍ୟ ହେଇନଥାଏ I ଆପଣଙ୍କ ଚୁଟି ରେ ଏକ ପ୍ରକାର ଚମକ ଆସିଥାଏ I ସପ୍ତାହ କୁ ଦୁଇଥର ଏପରି କରିବା ଦ୍ୱାରା ଆପଣଙ୍କ ଲମ୍ବା ଏବଂ ସୁନ୍ଦର ଚୁଟି ହେଇଥାଏ I ହଁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ I

Leave a Reply

Your email address will not be published. Required fields are marked *