କର୍ମଚାରୀ ଙ୍କୁ କମ୍ପାନୀ ମାଲିକ `ଉପହାର ଦେଲେ ମର୍ସିଡିିଜ୍ ଗାଡି ,2016 ରେ 1200 କର୍ମଚାରୀ ଙ୍କୁ କାର ଦେଇଥିଲେ

କମ୍ପାନୀ ମାଲିକ ହେବ ତ ଏମିତି:-

ଆଜିକାଲି ସାଧାରଣତଃ କମ୍ପାନୀ ଗୁଡିକ ଭିତରେ ଶ୍ରମିକ ଶୋଷଣ ର ବିବାଦ ଲାଗି ରହୁଛି I କମ୍ପାନୀ ମାଲିକ ଏବଂ କର୍ମଚାରୀ ମଧ୍ୟରେ ସବୁବେଳେ ତୁ ତୁ ମେଂ ମେଂ ଏକ ନୀତି ଦିନିଆ ଘଟଣା I ତେବେ ଏ ପରିପ୍ରେକ୍ଷୀରେ ଏକ ଭିର୍ଣ୍ଣ ଉଦାହରଣ ହେଉଛନ୍ତି ସବଜି ଭାଇ ଢୋଲକିଆ I ତାଙ୍କର ହରେକୃଷ୍ଣ ଏକ୍ସପର୍ଟ ନାମକ ଏକ ହୀରା ବ୍ୟବସାୟ ରହିଛି ଯାହାର ବାର୍ଷିକ ଟର୍ଣ୍ଣ ଓଭର 8000କୋଟି ରୁ ଅଧିକ I 71 ଦେଶରେ କମ୍ପାନୀର ବ୍ୟବସାୟ ଚାଲିଛି I ତେବେ ଲାଭ ମନବୃତି ନରଖି କମ୍ପାନୀ ର ଲାଭାଂଶ କୁ ସବୁବେଳେ କର୍ମଚାରୀ ମାନଙ୍କ ମଧ୍ୟରେ ବାଣ୍ଟି ଚର୍ଚା ରେ ରହିଆସିଛନ୍ତି କମ୍ପାନୀ ମାଲିକ I ସୁରଟ ର ଏହି ପ୍ରସିଦ୍ଧ ହୀରା ବେପାରୀ ସବଜି ଭାଇ ଢୋଲକିଆ ଆଜି କମ୍ପାନୀର ଶ୍ରେଷ୍ଠ ତିନିଜଣ କର୍ମଚାରୀ ଙ୍କୁ ମର୍ସିଜିଡ କାର ଉପହାର ଦେଇଛନ୍ତି I

ଯାହାର ମୂଲ୍ୟ ୩କୋଟି ରୁ ଉର୍ଧ I ଏହି ସମାରୋହ ରେ ଗୁଜୁରାଟ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନ ପଟେଲ ଯୋଗ ଦେଇଥିଲେ Iତଳିଆ କର୍ମଚାରୀ ଙ୍କ ମର୍ସିଡିଜ ହେଉଛି ଏକ ଦିବା ସ୍ବପ୍ନ I କିନ୍ତୁ ଏହି ଦିବା ସ୍ବପ୍ନ କୁ ସତରେ ପରିଣତ କରିଛନ୍ତି ତାଙ୍କ କମ୍ପାନୀ ମାଲିକ I

I ସୂଚନା ଥାଉ କି 2016 ରେ 1260ଜଣ କର୍ମଚାରୀ ଙ୍କୁ କାର ଉପହାର ଦେଇ ସାରା ବିଶ୍ୱରେ ସେ ଚର୍ଚିତ ହେଇଥିଲେ I 400କର୍ମଚାରୀ ଙ୍କୁ ଘର କିଣିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥିଲା I

ସବଜି ଭାଇ ଢୋଲକିଆ କହିଛନ୍ତି କି ଏହା ତାଙ୍କର ପରିଶ୍ରମର ଫଳ I ଯଦି ବି ସେ ଆଜି କମ୍ପାନୀ ଛାଡ଼ନ୍ତି ତେବେ ସମ୍ପୂର୍ଣ୍ଣ ଭାବରେ ଗାଡି ତାଙ୍କ ର I

Leave a Reply

Your email address will not be published. Required fields are marked *