ଥାନା ଭିତରେ ମହିଳା କନେଷ୍ଟେବଲ୍ ଙ୍କୁ ଧର୍ଷଣ କଲେ ସବ୍-ଇନିସପେକ୍ଟର

ପୋଲିସ ହେଉଛି ଜନତାର ରକ୍ଷା କବଚ I ଜନତାଙ୍କୁ ଅନ୍ୟାୟ ହେଲେ ପୋଲିସ ନ୍ୟାୟ ଦେବ I କିନ୍ତୁ ପୋଲିସ ଯଦି ଅନ୍ୟାୟ କରେ ,ନିଜେ ଦୁଷ୍କର୍ମ କରେ ସେ ପୁଣି ଥାନା ଭିତରେ ନିଜ ସହକର୍ମୀ କନେଷ୍ଟେବଲଙ୍କୁ ,ତେବେ ସାଧାରଣ ମହିଳା କେତେ ସୁରକ୍ଷିତ ରହିବେ ?? ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରେ I ମିଳିଥିବା ସୂଚନା ଅନୁଯାଇ ଥାନାର ସବଇନିସପେକ୍ଟର ପିୟୂଷ ସିଂ ନିଜ ସହକର୍ମୀ ମହିଳା କନେଷ୍ଟେବଲ୍ ଙ୍କୁ ବିବାହ ର ପ୍ରତିଶୃତି ଦେଇ ବାରମ୍ବାର ଧର୍ଷଣ କରୁଥିଲେ I

ଏବଂ ଅନ୍ୟ କାହାକୁ ନଜଣାଇବାକୁ କହୁଥିଲେ I ମହିଳା କନେଷ୍ଟେବଲ୍ ଜଣଙ୍କ ବାଧ୍ୟ ହେଇ ଚୁପ ରହୁଥିଲେ କିନ୍ତୁ ଯେତେବେଳେ ବାହାଘର କଥା ପଚାରିଲେ ସେତେବେଳେ ପୋଲିସ ବାବୁ ତାଙ୍କୁ ଗାଳି ଗୁଲଜ ସହିତ ମାଡ ମାରିଥିଲେ ,ଫଳରେ ଅନ୍ୟ ଉପାୟ ନପାଇ କନେଷ୍ଟେବଲ୍ ଜଣଙ୍କ ଏସପି ଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ I ଅଭିଯୋଗ ମିଳିବI ପରେ ଏସପି ଅଶୋକ କୁମାର ଶୁକ୍ଳା ଏହାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଅଭିଯୁକ୍ତ ସବଇନିସପେକ୍ଟର୍ ପିୟୂଷ ସିଂ ଙ୍କୁ ଗିରଫ କରି ତଦନ୍ତ ନିର୍ଦେଶ ଦେଇଛନ୍ତି I କିନ୍ତୁ ଏହା ଜାଣିପାରି ପିୟୂଷ ସିଂ ଫେରାର ହେଇଯାଇଛନ୍ତି .ପୋଲିସ ତାଙ୍କୁ ଖୋଜିବା ଜାରି ରଖିଛି ଏବଂ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ପୋଲିସ I

Leave a Reply

Your email address will not be published. Required fields are marked *