ହାତ ଗୋଡ କାହିଁକି କାଲୁଆ ପଡ଼ିଯାଏ

ଆଜିକାଲି ଦୁନିଆରେ କେତେବେଳେ କାହାକୁ କେଉଁ ରୋଗ ହେଉଛି କିଛି ଜଣା ନାହିଁ।

ଏହି ରୋଗ ମାନଙ୍କ ମଧ୍ୟରୁ ଗୋଟେ ରୋଗ ହେଲା ବସିଥିବା ଅବସ୍ଥାରେ ହାତ ଗୋଡ଼ କାଲୁଆ ପଡ଼ିଯିବା।କାଲୁଆ ପଡ଼ିଥିବା ହାତ ଗୋଡ଼ ଝିମ୍ ଝିମ୍ ହେବା ଏବଂ ବହୁତ୍ ଜଳନ କରିବା ଏହା ଏକ ସାମାନ୍ୟ କଥା ଅଟେ।

କେବେ ନା କେବେ ଏହି ସମସ୍ୟା ଅନୁଭବ ହୋଇଥାଏ।ଯେବେ ନା କେବେ ଏହି ସମସ୍ୟା ଅନୁଭୂତ ହୁଏ ତେବେ କିଛି ସମସ୍ୟା ନାହିଁ କିନ୍ତୁ ଯଦି ଏହି ସମସ୍ୟା ଲଗାତାର ହୁଏ ତେବେ ଆପଣଙ୍କୁ ଅଳ୍ପ ସାବଧାନ ହେବା ଆବଶ୍ୟକ।ଜାଣନ୍ତୁ କେଉଁ କାରଣରୁ ଆପଣଙ୍କ ହାତ ଗୋଡ ହେଇ ଯାଉଛି କାଲୁଆ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଅଧିକାଂଶ ଲୋକଙ୍କୁ ଡାଇବେଟିସ କାରଣରୁ କାଲୁଆ ଲାଗିଥାଏ।

ସେଥିପାଇଁ ଯଦି ଆପଣଙ୍କୁ ଏହା ବହୁତ୍ ଥର ହେଉ ଅଛି ତେବେ ନିହାତି ଡାଇବେଟିସ ଚେକ୍ ଅପ୍ କରନ୍ତୁ।
ଶରୀରରେ ଥାଇରଏଡ଼ ମାତ୍ର ଆବଶ୍ୟକତା ଠାରୁ ଅଧିକ ହେଉ ବା କମ୍ ଦୁଇଟି ଯାକ କ୍ଷେତ୍ରରେ ଏହା ସମସ୍ୟା କରିଥାଏ।ଏହା ଦ୍ବାରା ଦୁର୍ବଳତା ଲାଗିଥାଏ।ଓଜନ ବଢ଼ିବାକୁ ଲାଗିଥାଏ,କେଶ ଝଡ଼ିବାପାଇଁ ଲାଗିଥାଏ।ଏବଂ ହାତ ଗୋଡ଼ କାଲୁଆ ପଡ଼ିଯାଏ।

ଏହି ରୋଗ ବ୍ଲଡ୍ ଟେଷ୍ଟ୍ ମାଧ୍ୟମରେ ଜଣା ପଡିଥାଏ।ଭିଟାମିନ B12 ଅଭାବ।ସାଧାରଣତଃ ଆପଣମାନେ ଦେଖିଥିବେ ହାତ ଗୋଡ କାଲୁଆ ପଡିଥାଏ।କିନ୍ତୁ ଯଦି ଆପଣଙ୍କ ଦୁଇଟି ହାତ ଏବଂ ଗୋଡ କାଲୁଆ ପଡିଥାଏ ତେବେ ବୁଝିନିଅନ୍ତୁ ଆପଣଙ୍କ ଶରୀରରେ ଭିଟାମିନ B12 ଅଭାବ ବହୁତ୍ ରହିଛି।

ଏହା ବ୍ଲଡ୍ ଟେଷ୍ଟ କରି ଆପଣ ଜାଣିପାରିବେ ଏବଂ ଏହା ପରେ ଆପଣ ଭିଟାମିନ ଔଷଧ ଖାଇପାରିବେ।ସାଧାରଣତଃ ହାତ ଗୋଡ କାଲୁଆ ପଡ଼ିଯିବା କୌଣସି ବଡ଼ କଥା ନୁହେଁ।କିନ୍ତୁ ଯଦି ଏହା ଅଧିକ ଥର ହୋଇଥାଏ ତେବେ କୁହାଯାଇପାରେ କି ଆପଣ ବସି ବସି ଆପଣଙ୍କ ଶିର ଦବିଯାଇଛି ଯାହାର କାରଣ ହେଉଛି ସେଠିକି ଅମ୍ଳଜାନ ପହଞ୍ଚି ପାରୁନାହିଁ।ଏଥିପାଇଁ କାଲୁଆ ପଡ଼ିଯାଇଥିବା ହାତ ଗୋଡକୁ ହଲାନ୍ତୁ ଠିକ୍ ହୋଇଯିବ।

Leave a Reply

Your email address will not be published. Required fields are marked *