ଆଜିଠୁ ଶ୍ରୀ ମନ୍ଦିର ରେ ହେବ ଧାଡ଼ି ରେ ଦର୍ଶନ: ଆପଣକଂ ମତାମତ?

ଶ୍ରୀ ମନ୍ଦିର ରେ ଦର୍ଶନ ବ୍ୟବସ୍ଥା କୁ ଅଧିକ ଶୃଙ୍ଖଳିତ କରିବାକୁ ଆଜିଠୁ ଲାଗୁ କରାଯାଇଛି ନୂଆ ନିୟମ। ଏ ନେଇ ଗତ କାଲି ପୁରୀ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ପରିଦର୍ଶନ କରିସାରିଛନ୍ତି ଶ୍ରୀ ମନ୍ଦିର।

ତେବେ ବର୍ତ୍ତମାନ ପାଇଁ ପରୀକ୍ଷା ମୂଳକ ଭାବରେ ଏହି କାର୍ଯ୍ୟ କରାଯାଉଛି। ଯାହା ଫଳରେ କି ସପ୍ତାହ ରେ କେବଳ ଗୋଟିଏ ଦିନ ପାଇଁ ଏହି ପରି ଦର୍ଶନ ବ୍ୟବସ୍ଥା କରାଯିବ।

କିନ୍ତୁ ଏହି ପଦକ୍ଷେପ କୁ କେତେକ ଭକ୍ତ ସ୍ବାଗତ କରିଥିଲେ ମଧ୍ୟ ବହୁତ୍ ଶ୍ରଦ୍ଧାଳୁ ମାନେ ଏହାକୁ ନିନ୍ଦା କରିଛନ୍ତି। ସେମାନଙ୍କ ମତ ଅନୁସାରେ ଯଦି ମନ ଭରି ପ୍ରଭୁ ଙ୍କୁ ଦର୍ଶନ ନା କରିପାରିବୁ ତାହେଲେ କଣ ଲାଭ ଏ ନିୟମ ର।

ଏହି ଧାଡି ଦର୍ଶନ ପାଇଁ ୨୨ ପାହାଚ ର ଉଭୟ ପାର୍ଶ୍ଵ କୁ ଡ୍ରିଲିଂ ମେସିନ ସାହାଯ୍ୟ ରେ ଖୋଳା ଯାଇଛି ଯେଉଁଥିରେ କୁ ଲୁହ ରେ ଧାଡି ତିଆରି କରାଯିବ। ଏହି ୨୨ ପାହାଚ ଖୋଳା ହେବାକୁ ନେଇ ବିରୋଧ କରିଛି ଜଗନ୍ନାଥ ସଂସ୍କୃତି ର ସେନା ମାନେ।

ସେମାନଙ୍କ ମତରେ ଏପରି କରିବା ଦ୍ୱାରା ୨୨ ପାହାଚ ର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି।

ତେବେ ଏହା ନେଇ ଆପଣକଂ ମତାମତ କଣ ଆମକୁ କମେଣ୍ଟ୍ ମାଧ୍ୟମ ରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *